ପାରାଦୀପ ରେ ଡିଷ୍ଟ୍ରିବୁସନ୍ ଆସୋସିଏସନ ତରଫରୁ ଏମ୍ପାୟାର୍ସ ହୋଟେଲ ପରିସରରେ ସମସ୍ତ ଡିଷ୍ଟ୍ରିବୁସନ୍ ର କର୍ମକର୍ତ୍ତା ଙ୍କୁ ନେଇ ଏକ ଜିଲ୍ଲା ସ୍ତରୀୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳାରେ ସର୍ବ ଭାରତୀୟ ଉପଭୋକ୍ତା ଉତ୍ପାଦ ବିତରଣ ସଂଘ ଓ ଓଡିଶା ସମସ୍ତ ଉପଭୋକ୍ତା ଉତ୍ପାଦ ବିତରଣ ସଂଘର କର୍ମକର୍ତ୍ତା ମାନେ ଯୋଗ ଦେଇ କିଭଳି ଅନଲାଇନ ବ୍ୟବସାୟ ଦ୍ବାରା ଗ୍ରାହକ ମାନେ ଠକାମୀର ଶୀକାର ହେଉଛନ୍ତି , ସେଥିରୁ ସମସ୍ତେ କିପରି ନିବୃତ୍ତ ରହିବେ ସେଥିପାଇଁ ଗ୍ରାହକ ମାନେ ସଚେତନ ହେବା ଆବଶ୍ୟକ ରହିଛି। ଏନେଇ ଗାଁ ଗାଁ ଠାରୁ...
କୋଲକତା, ୨୯/୪/୨୫- ଉତ୍କଳୀୟ ମିଳିତ ମଞ୍ଚ ପକ୍ଷରୁ ଗତ ଅଠେଇସି ତାରିଖ ସନ୍ଧ୍ୟାରେ ଉତ୍କଳୀୟ ମିଳିତ ମଞ୍ଚ ଗୃହରେ ମଧୁବାବୁଙ୍କ ଜୟନ୍ତୀ ଉତ୍ସଵ ଖୁବ୍ ପାଳନ କରାଯାଇଛି ! ଶିକ୍ଷା ସେଲ୍ଲର ସମ୍ପାଦକ ପ୍ରଶାନ୍ତ କୁମାର ଦାସ ସଭା ପରିଚଳନା କରିଥିଲେ ! ସଭାପତି କୃତିବାସ ମହାପାତ୍ର ମଧୁବାବୁଙ୍କ ବିଷୟରେ ଅନେକ କିଛି ବକ୍ତ୍ୟବ ରଖି ସ୍ରୋତା ଵା ଦର୍ଶକ ମାନଙ୍କ ମନମୁଗ୍ଧ ହୋଇ ପାରିଥିଲେ ! ପ୍ରଦୀପ କୁମାର ସାହୁ ମଧୁ ବାବୁଙ୍କ...
( ଜ଼ିଲ୍ଲାପାଳ ଙ୍କ ଆବାସିକ କାର୍ଯ୍ୟାଳୟ ରେ ଶ୍ରୀ ଶ୍ରୀ ବଳଦେବଜୀଉ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଅନୁଷ୍ଠିତ ) ଜଗତସିଂହପୁର ତା =30/4/25 ପବିତ୍ର ଅକ୍ଷୟ ତୃତୀୟା ଉପଲକ୍ଷେ ଜଗତସିଂହପୁର ଜ଼ିଲ୍ଲା ର ବହୁ ପ୍ରାଚିନ୍ନ, ଐତିହ୍ୟ, ପରମ୍ପରା ସମ୍ପର୍ଣ୍ଣ ଶ୍ରୀ ଶ୍ରୀ ବଳଦେବଜୀଉ ମହାପ୍ରଭୁ ଙ୍କ ରଥ ଅନୁକୂଳ କାର୍ଯ୍ୟକ୍ରମ ଜ଼ିଲ୍ଲାପାଳ ତଥା ଠାକୁରରାଜା ଜେ ସୋନାଲ ଙ୍କ ଆବାସିକ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି |ଏହି ଉପଲକ୍ଷେ ପୂର୍ବାହ୍ନ ରେ ସେବାୟତ, ବିଶ୍ୱକର୍ମା, ସଂକୀର୍ତନ ମଣ୍ଡଳୀ ଏକ ଶୋଭାଯାତ୍ରା ରେ ଜ଼ିଲ୍ଲାପାଳ ତଥା ଠାକୁର ରାଜା ଙ୍କ ଆବାସିକ କାର୍ଯାଳୟ ରେ ପହଂଚିବା ପରେ ...
ଆଜି ସନ୍ଧ୍ୟା ରେ ଓଡିଶା ଦୁଗ୍ଧ ଚାଷୀ ମହାସଙ୍ଘ ତରଫରୁ OMFED ର ପରିଚାଳନା ନିର୍ଦେଶକ ଶ୍ରୀ ବିଜୟ ଅମୃତ କୁଲାଙ୍ଗେ ଙ୍କୁ ରାଜ୍ୟ ସଭାପତି ରବି ବେହେରା, ରାଜ୍ୟ ସମ୍ପାଦକ ନାରାୟଣ ଡ଼ାଳୁଆ, କଟକ ଜିଲ୍ଲା ସଭାପତି ତାପସ ମହାନ୍ତି ଭେଟି 8 ଦଫା ଦାବୀ ପାତ୍ର ପ୍ରଦାନ କରିଥିଲେ, ପ୍ରମୁଖ ଦାବୀ ଦୁଗ୍ଧ ଲିଟର ପ୍ରତି ଚାଷୀଙ୍କୁ ସର୍ବନିମ୍ନ ସହାୟକ ମୂଲ୍ୟ 40 ଟଙ୍କା ପ୍ରଦାନ, ମୁଖ୍ୟମନ୍ତ୍ରୀ କାମଧେନୁ ଯୋଜନା ରେ ସମସ୍ତ 25 ଲକ୍ଷ ଦୁଗ୍ଧ ଚାଷୀଙ୍କୁ ସାମିଲ କରିବା, ଗୋଖାଦ୍ୟ ଡର ନିୟ ନ୍ତ୍ରଣ, ମଧ୍ୟାହ୍ନ ଭୋଜନ ରେ ଦୁଗ୍ଧ ଓ...
ପଞ୍ଚମ ଦିନରେ ବୁଗୁଡ଼ା ପଞ୍ଚ ଠାକୁରାଣୀ ଯାତ୍ରା , ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ବୁଗୁଡ଼ା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଠାକୁରାଣୀ ଯାତ୍ରାର ପଞ୍ଚମ ଦିବସରେ ପଞ୍ଚ ଠାକୁରାଣୀଙ୍କ ଘଟ ପରିକ୍ରମାରେ ଶ୍ରଦ୍ଧାଳୁଙ୍କ ଭିଡ଼ ଜମିଛି । ଆଜି ପୂର୍ବାହ୍ନରେ ବଡଦାଣ୍ଡସ୍ଥିତ ଅସ୍ଥାୟୀ ପୂଜା ମଣ୍ଡପରେ ଯଥା ରୀତିନୀତି ପ୍ରକାରେ ପୂଜାର୍ଚ୍ଚନା ଓ ହୋମକାର୍ଯ୍ଯ ସମ୍ପନ୍ନ ହୋଇଥିଲା। ସନ୍ଧ୍ୟାରେ ଝୁଣା ସେବା ଓ ୧୦୮ ଆଳତି ପରେ ଘଟ ପରିକ୍ରମା ଆରମ୍ଭ ହୋଇଥିଲା । ପାଞ୍ଚ ଜଣ ମାନସିକଧାରୀ ମହିଳା ମିତା ନାୟକ, ଯାଜ୍ଞସେନୀ ସ୍ବାଇଁ, ପୂର୍ଣ୍ଣିମା ରାଣୀ ପ୍ରଧାନ, ପି.ରତ୍ନମାଳା ପ୍ରଧାନ ଓ ମଣି ମହାରଣା ....
ଯାତ୍ରୀବାହୀ ବସ୍ ଧକ୍କାରେ ଏଏନଏମ ଦିଦିଙ୍କ ମୃତ୍ୟୁ ବୁଗୁଡା,୨୯/୦୪(ସୋରେନ କୁମାର ପ୍ରଧାନ): ବୁଗୁଡ଼ା ଉପକଣ୍ଠସ୍ଥ ବଡଶଙ୍ଖ ନିକଟରେ ଏକ ଯାତ୍ରୀବାହୀ ବସ ଧକ୍କା ହୋଇ ଜନୈକା ସ୍କୁଟି ଆରୋହୀ ମହିଳାଙ୍କ ମୃତ୍ୟୁ ଘଟିଥିବା ଜଣାଯାଇଛି। ମୃତା ମହିଳା ଜଣକ ହେଲେ କାନସୁକା ଏଏନଏମ ଦିଦି ରଚନା କୁମାରୀ ପ୍ରଧାନ (୪୨)। ପ୍ରକାଶ ଯେ, ଆଜି ଅପରାହ୍ନରେ ରଚନା ଏକ ଭୋଜି କାର୍ଯ୍ୟକ୍ରମରେ ଯୋଗ ଦେଇ ବୁଗୁଡ଼ାରୁ କାନସୁକା ଗାଁକୁ ସ୍ବାମୀଙ୍କ ସହ ସ୍କୁଟିରେ ଫେରୁଥିବା ବେଳେ ବଡଶଙ୍ଖ ନିକଟରେ ମା’ ସାରଳା ନାମକ ଯାତ୍ରୀବାହୀ ବସ୍ ସହ ଧକ୍କା ହୋଇଥିଲା ଏବଂ ସେ ଛିଟିକି ପଡିଥିଲେ। ଦୁର୍ଘଟଣା...
ଚଳିତ ବର୍ଷ କୃଷି ବିଜ୍ଞନ କେନ୍ଦ୍ର ରେ ଅକ୍ଷୟ ତୃତୀୟା ଓ କୃଷକ ଉତ୍ସବ ହେଲାନି ତିର୍ତୋଲ ୩୦/୪ କୃଷି ଭିତିକ ପର୍ବ ଅକ୍ଷୟ ତୃତୀୟା ଓ କୃଷକ ଦିବସ ଚଳିତ ବର୍ଷ ତିର୍ତୋଲ ସ୍ଥିତ କୃଷି ବିଜ୍ଞାନ ପରିସରରେ ନହେବାକୁ ଜିଲ୍ଲା ପ୍ରଶାସନ ବାରଣ କରି ଆଳିପିଙ୍ଗଳ ବ୍ଲକ ଜୋରକୂଳ ଠାରେ କରିବାକୁ ଆୟୋଜନ କରିଛି ଦୀର୍ଘ ଦିନ ଧରି ଜଗତସିଂହପୁର ଜିଲ୍ଲା ପ୍ରଶାସନ ତିର୍ତୋଲ ର ନିମକଣା ସ୍ଥିତ କୃଷି ବିଜ୍ଞାନ କେନ୍ଦ୍ରରେ ଏହି ଦିବସ ପାଳନ ହୋଇ ଆସୁଥିଲା ମାତ୍ର ଚଳିତ ବର୍ଷ ଏହାର ବ୍ୟତିକ୍ରମ ଘଟି ଜୋର...
ଗୋପବନ୍ଧୁ ଚୌଧରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ * ଜଗତସିଂହପୁର, ତା ୨୯/୦୪ ଜିଲ୍ଲା ପ୍ରଶାସନ ଓ ପୌର ପରିଷଦର ମିଳିତ ଆନୁକୂଲ୍ୟରେ ଗୋପବନ୍ଧୁ ଚୌଧୁରୀ ଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ଏହି ଉପଲକ୍ଷେ ଜିଲ୍ଲାପାଳ ଶ୍ରୀ ଜେ ସୋନାଲ ଖେରସ ଛକ ଏବଂ ବଙ୍ଗଳା ଛକ ରେ ଥିବା ଗୋପବନ୍ଧୁ ଚୌଧୁରୀ ଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପ ମାଲ୍ୟ ଅର୍ପଣ କରି ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରିଥିଲେ। ଏହି ଅବସର ରେ ପୌର ପରିଷଦର ଅଧ୍ୟକ୍ଷା ଶ୍ରୀମତୀ ଅର୍ଚ୍ଚନା ସିଂହ, ଉପାଧ୍ୟକ୍ଷ ଶ୍ରୀ ରାଜେନ୍ଦ୍ର କୁମାର ବିଷୋୟୀ, ପୌର ନିର୍ବାହୀ ଅଧିକାରୀ ଶ୍ରୀମତୀ ସୀମା ଜେନା,...
ପି ଏମ ଶ୍ରୀ ସ୍କୁଲ ଜବାହର ନବୋଦୟ ବିଦ୍ୟାଳୟ, ଖୋର୍ଦ୍ଧାର ୧୯ ତମ ବାର୍ଷିକ ଉତ୍ସବ ପାଳିତ l ଜେ ଏନ୍ ଭି ଏକ ବିଦ୍ୱାନ ଅନୁଷ୍ଠାନ: ପ୍ରଫେସର ଶୁଭଙ୍କର ବେଦାନ୍ତ l ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ) ଜବାହର ନବୋଦୟ ବିଦ୍ୟାଳୟ ଭାରତ ବର୍ଷରେ ଗାଆଁ ଗହଳିରେ ମେଧା ଚାତ୍ର ଛାତ୍ରୀଙ୍କୁ ପ୍ରତିଯୋଗିତା ମୂଳକ ପରୀକ୍ଷା କରାଇ ଭଲ ମଣିଷ ଗଢି ତୋଳିବା ରେ ଅଗ୍ରଣୀ ଭୂମିକା ନିର୍ବାହ କରିବାସହ ଜବାହର ନବୋଦୟ ବିଦ୍ୟାଳୟ ଏକ ବିଦ୍ୱାନ ଅନୁଷ୍ଠାନ ଓ ସଂଘ ଭାବେ ସାରା ଦେଶରେ ପ୍ରସିଦ୍ଧି ଲାଭ କରିଛି ବୋଲି ଆଜି ସନ୍ଧ୍ୟାରେ ଖୋର୍ଦ୍ଧା ଜିଲ୍ଲା ସଦର ମହକୁମା...
ଥାନା ଗଡ଼ା ଗୋପିନାଥ_ମେଲଣ ଉଦଯାପିତ -ତିର୍ତ୍ତୋଲ-୨୯/୪-(ରିପୋର୍ଟ-ଟୁକନ ସେଠୀ)-ଦୀର୍ଘ ୧୩୦ ବର୍ଷ ରୁ ଉର୍ଦ୍ଧ ସମୟ ଧରି ଚାଲିଆସୁଥିବା ଆମ ଅଞ୍ଚଳର ସର୍ବପୁରାତନ ଯାତ୍ରା ଅନୁଷ୍ଠାନ ଯାହାକି ଗୋପୀନାଥ ମେଲଣ ନାମରେ ନାମିତ, ବିଧି ଅନୁଯାଇ ଦୋଳ ପୂର୍ଣ୍ଣିମା ସମୟରେ ଦୋଳ ଗାଁ ରେ ବୁଲିସାରି ନିଜ ବାସସ୍ଥାନ କୁ ଫେରି ବାହାରେ ବସନ୍ତି ଯେ ପର୍ୟ୍ୟନ୍ତ ଦୋଳ ଗ୍ରାମ୍ୟ ପରିକ୍ରମା କରି ଭୋଗ ଅର୍ପଣ କରି ଯାତ୍ରା ନ ଦେଖନ୍ତି ସେଥିପାଇଁ ଏହାର ନାମ ଦୋଳ ମେଲଣ, ତା ପରେ ପ୍ରଭୁଙ୍କୁ ଯମୁନା ସ୍ନାନ ହୁଏ ଓ ନିଜ ଗର୍ଭ ଗୃହକୁ ବିଜେ କରନ୍ତି।।।। ସମୟର ଚକ୍ରରେ ବହୁତ ଘାତ...
ପହେଲାଗାଁ ସନ୍ତ୍ରାସ ବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ବ୍ୟକ୍ତି ଲାଗି ବୋଧେଇ ପଂଚାୟତ ରେ ଶ୍ରଦ୍ଧାଞ୍ଜଳି,ଓ କ୍ୟାଣ୍ଡେଲ ଯାତ୍ରା ତିର୍ତୋଲ 29/4 ଜଗତସିଂହପୁର ଜିଲ୍ଲା ତିର୍ତୋଲ ବ୍ଲକ ବୋଧେଇ ପଞ୍ଚାୟତ ନୂଆପୋଖରୀ ଠାରେ ପାହେଲେଗାଁ ସନ୍ତ୍ରାସ ବାଦୀ ଆକ୍ରମଣ ରେ ପ୍ରାଣ ହରାଇ ଥିବା ସାଧାରଣ ନାଗରିକ ମାନଙ୍କ ଆତ୍ମା ର ସଦଗତି ପାଇଁ ବୋଧେଇ ପଂଚାୟତ ର ପୂର୍ବତନ ସରପଞ୍ଚ ଶ୍ରୀ ପୁର୍ଣ ଚନ୍ଦ୍ର ସ୍ୱାଇଁ,ବର୍ତମାନ ସରପଞ୍ଚ ଙ୍କ ପ୍ରତିନିଧି ଅଭିରାମ ଆଚର୍ଯ୍ୟ, ନୃସିଂହ ଚରଣ ନାୟକ, ପଦନ ବିଶ୍ୱାଳ, ସମରେନ୍ଦ୍ର ସାମଲ, ନାରାୟଣ ଚନ୍ଦ୍ର ଦାଶ, ଦୀନବନ୍ଧୁ ମହାନ୍ତି, ନେତୃତ୍ୱ ରେ ଏକ କ୍ୟାଣ୍ଡେଲ...
ପ୍ରସିଦ୍ଧ ମୁଖାପିନ୍ଧା ତାଳଢିହ ରାମଲୀଳା ଆରମ୍ଭ ଟାଙ୍ଗୀ, ୨୯|୦୪ : ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ବ୍ଲକ ରତନପୁର ଗ୍ରାମପଞ୍ଚାୟତ ତାଳଢିହ ଗ୍ରାମର ଆରାଧ୍ୟ ଶ୍ରୀ ଶ୍ରୀ ରଘୁନାଥ ଦେବଙ୍କ ପୀଠରେ ପ୍ରସିଦ୍ଧ ରାମଲୀଳା ପୌରାଣିକ ଗାଥା ଆନନ୍ଦ ହୁଲ୍ଲାସ ର ସହିତ ଆରମ୍ଭ ହୋଇଯାଇଛି | ଏହି ଅଞ୍ଚଳର ଗ୍ରାମବାସୀ ଶ୍ରୀରାମଚନ୍ଦ୍ରଙ୍କ ଜନ୍ମ ଠାରୁ ଆରମ୍ଭ ହୋଇ ରାଜ୍ୟାଭିଶେକ୍ଷ ଯାଏଁ ସଙ୍କଳ୍ପରେ ରହି ପୌରାଣିକ ଆଖ୍ୟାନ ସମ୍ବଳିତ ପ୍ରସଙ୍ଗ ଉପରେ ପ୍ରସ୍ତୁତ ନାଟକ ପରିବେଷଣ କରନ୍ତି | ବୈଶାଖ କୃଷ୍ଣ ଦ୍ଵାଦଶୀ ତିଥିରେ ଶୁକ୍ରବାର ଦିନ ରଘୁନାଥଙ୍କ ମନ୍ଦିର ପ୍ରାଙ୍ଗଣରେ ଅନଙ୍ଗନରେନ୍ଦ୍ରଙ୍କ ରଚିତ ରାମଲୀଳା ନାଟକ ପରିବେଷଣ...