ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ହିଞ୍ଜିଳି ବ୍ଲକ ପଞ୍ଚାୟତ ସମିତି ପରିସରରେ ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ 2

ହିଞ୍ଜିଳିକାଟୁ, 25/04/2025, ବିକ୍ରମ ଓଡ଼ିଶା ନିୟୁଜ: ହିଞ୍ଜିଳିକାଟୁ : ଆଜି ଦିନାଙ୍କ ୨୪/୦୪/୨୦୨୫ ଗୁରୁବାର ଦିନ ସକାଳ ୧୧ ଘଣ୍ଟା ସମୟରେ ହିଞ୍ଜିଳି ବ୍ଲକ୍ କାର୍ଯ୍ୟାଳୟ ପ୍ରାଙ୍ଗଣରେ ବ୍ଲକ୍ ସ୍ତରୀୟ ଜାତୀୟ ପଞ୍ଚାୟତିରାଜ ଦିବସ ପାଳିତ ହୋଇଯାଇଛି ।ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଜେପି ପର୍ଥୀ ଶିଶିର ମିଶ୍ର ଯୋଗ ଦେଇଥିବାବେଳେ ,ସମ୍ମାନିତ ଅତିଥିଭାବେ ହିଞ୍ଜିଳି ଗୋଷ୍ଟି ଉନ୍ନୟନ ଅଧିକାରୀ ଶ୍ରୀମତୀ ଶୁଭଶ୍ରୀ ସାଗରିକା ଷଡଙ୍ଗୀ ଯୋଗ ଦେଇଥିଲେ। ପ୍ରଭୁ ଜଗନ୍ନାଥଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଳ ଅର୍ପଣ କରିବା ସହ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମର ଶୁଭ ଆରମ୍ଭ ହୋଇଥିଲା । ଏହା ସହ ଏହି କାର୍ଯ୍ୟକ୍ରମରେ ଅନେକ ଯୋଗ୍ୟ ହିତାଧିକାରୀ ମାନଙ୍କୁ ନୂତନ ରେସନ କାର୍ଡ ବଣ୍ଟନ କରାଯିବା ସହ ଦିବ୍ୟାଙ୍ଗ ମାନଙ୍କୁ ୱିଇଲ୍ ଚେୟାର୍ ମଧ୍ୟ ଯୋଗାଇ ଦିଆ ଯାଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ପଂଚାୟତରାଜ ବ୍ୟବସ୍ଥା ରେ ସରକାରଙ୍କ ବିକାଶ ଧାରା କୁ ସଧାରଣ ଲୋକ ମାନଙ୍କ ନିକଟରେ ପହଞ୍ଚାଇବାକୁ ନେଇ ଅଭିଭାଷଣ ରଖାଯାଇଥିଲା । ହିଞ୍ଜିଳିକାଟୁ ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ।
Article Image