Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ନାଉଗାଁ ରେ ବିଶ୍ଵ ଶ୍ରମିକ ଦିବସ ପାଳନ 6

ନାଉଗାଁ, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ରେ ବିଶ୍ଵ ଶ୍ରମିକ ଦିବସ ପାଳନ
Article Image
ନାଉଗାଁ ତା ୧/୫ /୨୦୨୫ /ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବିଶ୍ଵ ଶ୍ରମିକ ଶ୍ରେଣୀର ମୁକ୍ତି ଦିବସ ମଇ ପହିଲା ସାରା ପୃଥିବୀରେ ଶ୍ରମିକ ଦିବସ ଭାବରେ ପାଳିତ ହେଉଅଛି। ଦୈନିକ ଆଠ ଘଣ୍ଟା ଘଣ୍ଟା ମଜୁରି ସହିତ ଉପଯୁକ୍ତ ପାରିଶ୍ରମିକ ଓ ଅନ୍ୟାନ୍ୟ ଆନୁଷଙ୍ଗିକ ସୁବିଧା ସୁଯୋଗ ଯୋଗାଇବା ଦାବିରେ ଯୁକ୍ତରାଷ୍ଟ୍ର ଆମେରିକାର ଚିକାଗୋ ସହରରେ ଆନ୍ଦୋଳନରତ ଶ୍ରମିକମାନଙ୍କୁ ମାଲିକ ଓ ପୋଲିସର ଅମାନୁଷିକ ଆକ୍ରମଣ ଫଳରେ ବହୁ ଶ୍ରମିକ ନିହତ ଓ ଆହତ ହୋଇଥିଲେ। ରକ୍ତ ଭିଜା ପୋଷାକକୁ ଉର୍ଦ୍ଧ୍ବରେ ତୋଳି ସେମାନେ ଶୋଭାଯାତ୍ରାରେ ବାହାରି ଥିଲେ।ସୈହି ଦିନରୁ ଶ୍ରମିକ ଶ୍ରେଣୀ ରକ୍ତ ପତାକା ଵା ଲାଲ୍ ପତାକାକୁ ନିଜର ପତାକା ଭାବରେ ବ୍ୟବହାର କରୁଛି। ଶ୍ରମିକ ଶ୍ରେଣୀର ଦଳ ଏସ ୟୁ ସି ଆଇ (କମ୍ୟୁନିଷ୍ଟ) ଡେରିକି ୟୁନିଟ୍ ପକ୍ଷରୁ ଆଜି ସ୍ଥାନୀୟ ବା°ଶ ସ୍ଥିତ ଅନନ୍ୟ ଟିଊଟରିଆଲସ ପରିସରରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ସ୍ଥାନୀୟ ସଂଗଠକ ରୋହିତ କୁମାର ଓଝାଙ୍କ ନେତୃତ୍ବରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ କବିର ବିଶ୍ଵାଳ, କୃତିବାସ ମହାରଣା ଓ ଛାତ୍ର ଯୁବକ ମାନେ ଅଂଶ ଗ୍ରହଣ କରିଥିଲେ। ବିଶ୍ଵ ଶ୍ରମିକ ଶ୍ରେଣୀ ମୁକ୍ତିପଥ ପ୍ରଦର୍ଶକ ମହାନ୍ ଦାର୍ଶନିକ ଫ୍ରେଡରିକ ଏଙ୍ଗେଲସଙ୍କ ଫଟୋ ଚିତ୍ରରେ ମାଲ୍ୟାର୍ପଣ କରିଥିଲେ। ପରେ ଶ୍ରମିକ ଆନ୍ଦୋଳନ ସମ୍ପର୍କରେ ଶ୍ରୀ ଓଝା ଆଲୋଚନା କରିଥିଲେ।