Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ନାଉଗାଁ, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ନାଉଗାଁ ରେ ଖୋଲିଲା ରାଙ୍କର୍ସ ପଏଣ୍ଟ
ନାଉଗାଁ୧/୫/୨୦୨୫/ବିକ୍ରମ ଓଡିଶା ନିୟଜୁ, ନାଉଗାଁ ବ୍ଲକ ଅନ୍ତର୍ଗତ ବ୍ଲକ ଛକ ସ୍ଥିତ ଗ୍ରୀନ ଫିଉଚର କୋଚିଂ ସେଣ୍ଟର ଆନୁକୂଲ୍ୟରେ ସରକାରୀ ଚାକିରୀ ଆଶାୟୀ ଛାତ୍ରଛାତ୍ରୀ ମାନଙ୍କ ଲକ୍ଷ ଉଦ୍ୟେଶରେ ରାଙ୍କର୍ସ ପଏଣ୍ଟ ନାମକ ଏକ ଶିକ୍ଷାକେନ୍ଦ୍ର ଉଦଘାଟିତ ହୋଇଯାଇଛି ! ଏହି ଉଦଘାଟିତ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅବସର ପ୍ରାପ୍ତ ପ୍ରାଧ୍ୟାପକ ତଥା ଶିକ୍ଷାବିତ ସରୋଜ କୁମାର ନାୟକ, ସମ୍ମାନୀତ ଅତିଥି ଭାବରେ ଅନୁଷ୍ଠାନର ପ୍ରତିଷ୍ଠାତା ତଥା ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଅନାଦି ଚରଣ ପଣ୍ଡା ଓ ଯୁବ ସମାଜସେବୀ ପ୍ରସନଜିତ ସାହୁ ଉପସ୍ଥିତ ଥିଲେ ! ନାଉଗାଁ ଭଳି ଗ୍ରାମାଞ୍ଚଳରେ ସରକାରୀ ଚାକିରୀ ଆଶାୟୀ ମାନଙ୍କୁ ନେଇ ଏଭଳି ଏକ ଅନୁଷ୍ଠାନର ସୃଷ୍ଟି ସରକାରୀ ଚାକିରୀ କ୍ଷେତ୍ରରେ ଏକ ନୂତନ ଦିଗଦର୍ଶନ ଦେବବୋଲି ଅତିଥିମାନେ ମତବ୍ୟକ୍ତ କରିଥିଲେ ! ଅନୁଷ୍ଠାନର ପରିଚାଳକ ଦିଲ୍ଲୀପ କୁମାର ପଣ୍ଡା କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେ ସହ ପରିଚାଳକ ପପିନ୍ଦ୍ର ଲେଙ୍କା ଧନ୍ୟବାଦ ଅର୍ପଣ କରିଥିଲେ !