Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର, 01/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦେବୀନଦୀ ରେ ଦେବୀଦୋଳ ଠାରେ ହେବ ଜଳଭଣ୍ଡାର |ସରକାରୀ ସଭାରେ କହିଲେ ବିଧାୟକ ଅମରେନ୍ଦ୍ର ଦାସ |
~~~~~~~~~~~ଜଗତସିଂହପୁର 1/5/2025
ଜଗତସିଂହପୁର ବ୍ଲକ ଆଳିପିଙ୍ଗଳ ଗ୍ରାମପଞ୍ଚାୟତ ର ଜୋରକୁଳ ଠାରେ ଜିଲ୍ଲା କୃଷି ବିଭାଗ ତରଫରୁ ଅଖି ମୁଠି ଉତ୍ସବ ଅନୁଷ୍ଠିତ ହୋଇ ଯାଇଛି |ଏହି କାର୍ଯ୍ୟକ୍ରମ ରେ ଶିଳ୍ପମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ. ବିଧାୟକ ଅମରେନ୍ଦ୍ର ଦାସ. ପୌରପରିଷଦ ଅଧକ୍ଷା ଅର୍ଚନା ସିଂହ ସମେତ ଜିଲ୍ଲା ପ୍ରଶାସନ ର ପଦାଧିକାରୀ ମାନେ ଯୋଗ ଦେଇଥିଲେ |ଉକ୍ତ ସଭାରେ ବିଧାୟକ ଅମରେନ୍ଦ୍ର ଦାସ ଦେଵୀନଦୀ ରେ ଦେବୀଦୋଳ ଠାରେ ଏକ ଜଳ ଭଣ୍ଡାର ନିର୍ମାଣ କରିବା ପାଇଁ ସମସ୍ତ ପ୍ରକାର ପ୍ରୟାସ କରିବା ପାଇଁ ସମାବେଶ କୁ ପ୍ରତିଶୃତି ଦେଇଥିଲେ |ଉପକୂଳ ଓଡିଶା ବିକାଶ ପରିଷଦ ତରଫରୁ ଦେବୀ ନଦୀରେଦେବୀଦୋଳ ଠାରେ. କନ୍ଦଳ ନଦୀରେ କୁଣ୍ଡିମୁଂହ ଠାରେ. ପ୍ରାଚୀ ରେ. ତଅଁଳା ନଦୀରେ. ଓ ଡେଙ୍ଗଜୋର ରେ ବିଭିନ୍ନ ସ୍ଥାନରେ ଚେକ ଡ୍ୟାମ ନିର୍ମାଣ କରିବାପାଇଁ ବହୁବାର ଗଣନିବେଦନ କରାଯାଇଛି |ଏଥି ନିମନ୍ତେ ବିଭାଗୀୟ ଅନୁସନ୍ଧାନ ଓ ସର୍ଭେ କାମ ସରିଛି ହେଲେ ଫଳ ଶୂନ |ଦେବୀନଦୀରେ ଦେବୀଦୋଳ ଠାରେ ଜଳଭଣ୍ଡାର ନିର୍ମାଣ କରିବା ପାଇଁ ବିଧାୟକ ଅମରେନ୍ଦ୍ର ଙ୍କ ପ୍ରତିଶୃତି ସ୍ଥାନୀୟ ଅଂଚଳରେ ଆନଂଦ ଖେଳାଇ ଦେଇଛି ଓ ବିଧାୟକ ଙ୍କ ପ୍ରତି ଅସ୍ଥା ବଢ଼ି ଯାଇଛି |କନ୍ଦଳ ନଦୀ. ପ୍ରାଚୀ. ନଦୀ. ତଅଁଳା ନଦୀ ଓ ଡେଙ୍ଗଜୋରରେ ଚେକ ଡ୍ୟାମ ନିର୍ମାଣ କରିବାପାଇଁ ବିଧାୟକ ଛବି ମଲ୍ଲିକ କିପ୍ରକାର ପ୍ରୟାସ କରୁଛନ୍ତି ଦେଖିବାକୁ ବାକି ରହିଲା |