Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜମିବାଡ଼ି ବିବାଦକୁ କେନ୍ଦ୍ରକରି ବିବାଦ ତିର୍ତ୍ତୋଲ ପୋଲିସ ଜଣକୁ କଲା ଗିରଫ।

ଜଗତସିଂହପୁର,୧/୫/୨୦୨୫ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ଥାନା ଅନ୍ତର୍ଗତ ବଣିତ ଗ୍ରାମରେ ଦେଖିବାକୁ ମିଳିଛି ଅଭାବନୀୟ ଘଟଣା,ଝିଲ୍ଲୀ ସାମଲ ସ୍ୱାମୀ ଚନ୍ଦନ କୁମାର ବେହେରା ବଣିତ ଗ୍ରାମରେ ୧୧୩୫ ପ୍ଲଟରେ କିଣିଥିବା ଜାଗାରେ ନିଜ ଘରକୁ ଯିବା ସମୟରେ ବଣିତ ଗ୍ରାମର ବୁଦ୍ଧଦେବ ଜେନା, ପୁଷ୍ପଲତା ଜେନା ଓ ଗୁରୁଦେବ ଜେନା ସେ ତାଙ୍କ ଏହି ପ୍ଲଟରେ ଥିବା ଘରକୁ ଯିବାକୁ ବାରଣ କରିବା ଓ ଅସଭ୍ୟ ଭାଷାରେ ମଧ୍ୟ ଗାଳିଗୁଲଜ କରିବା ସହ ମରଣାତକ ଆକ୍ରମଣ କରିଥିବା ତିର୍ତ୍ତୋଲ ଥାନାରେ ଝିଲି ସାମଲ ମାର୍ଚ୍ଚ ୧୩ ତାରିଖରେ ଏକ ଲିଖିତ ଅଭିଯୋଗ କରିଥିଲେ, ଆଗରୁ ମଧ୍ୟ ଏହି ଜମିର ମାଲିକାନା ଥିବା ବ୍ୟକ୍ତିଙ୍କୁ କଟୁରୀରେ ମରଣାତକ ଆକ୍ରମଣ ହୋଇଥିଲା କିନ୍ତୁ ଅଭିଯୁକ୍ତମାନଙ୍କ ନାମରେ ଥାନାରେ ଲିଖିତ ଅଭିଯୋଗ ଦିଆଯାଇଥିଲେ ସୁଧା କିଛି କାର୍ଯ୍ୟାନୁଷ୍ଠାନ ନିଆଯାଇନଥିଲା, ଯାହା ଫଳରେ ପୁଣି ଏପରି ପରିସ୍ଥିତି ପୁଣି ଘଟିଛି, ଗୁରୁତର ସହ ଏହି କଥାକୁ ହୃଦୟଗମ କରି ତିର୍ତ୍ତୋଲ ପୋଲିସ ଏବେ ଆକ୍ସନ ମୁଡ଼କୁ ଆସିଛି,ତଦନ୍ତ କରି ତିର୍ତ୍ତୋଲ ପୋଲିସ ଅଭିଯୁକ୍ତ ଗୁରୁଦେବ ଜେନାଙ୍କୁ ଗିରଫ କରିବା ସହ କୋର୍ଟ ଚାଲାଣ କରିଥିବା ସୂଚନା ମିଳିଛି। କିନ୍ତୁ ଆଉ ଦୁଇଜଣ ଅଭିଯୁକ୍ତ ଏବେବି ବାହାରେ ବୁଲୁଛନ୍ତି, ତାଙ୍କୁ ଗିରଫ କରିବାକୁ ଅଭିଯୋଗକାରୀ ଝିଲ୍ଲୀ ସାମଲ ଦାବି କରିଛନ୍ତି।