Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ବର, 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀଘା ଜଗନ୍ନାଥ ଧାମ ପ୍ରସଙ୍ଗରେ ରାମକୃଷ୍ଣଙ୍କ ମତଜଗନ୍ନାଥ ଧାମ କହିଲେ କେବଳ ପୁରୀକୁ ବୁଝାଏ

ଭୁବନେଶ୍ବର: (ସମୀର ରଞ୍ଜନ ନାୟକ )ପଶ୍ବିମବଙ୍ଗ ଦୀଘାରେ ଗୁରୁବାର ପ୍ରତିଷ୍ଠା ପାଇଛି ଏକ ଜଗନ୍ନାଥ ମନ୍ଦିର । ମମତା ସରକାରଙ୍କ ଦ୍ବାରା ନିର୍ମିତ ଏହି ସୁଉଚ୍ଚ ଆଉ ସୁନ୍ଦର ମନ୍ଦିରକୁ ନେଇ ଏବେ କିନ୍ତୁ ବିବାଦ ତେଜିଛି । ଏହା ନାମକରଣକୁ ନେଇ ଏବେ ଅସନ୍ତୋଷ ପ୍ରକାଶ କରିଛନ୍ତି ପୁରୀ ଶ୍ରୀଜଗନ୍ନାଥ ମନ୍ଦିର ସେବାୟତ । ତେବେ ଅନେକ ସ୍ଥାନରେ ଅନେକ ଜଗନ୍ନାଥ ମନ୍ଦିର ନିର୍ମାଣ ହେଉଛି । ହେଲେ ଦୀଘା ମନ୍ଦିରକୁ ନେଇ କାହିଁକି ଅସନ୍ତୋଷ ସୃଷ୍ଟି ହୋଇଛି?ଦୀଘା ଜଗନ୍ନାଥ ମନ୍ଦିରରେ ଲାଗିଛି କି ବଳକା ନବକଳେବର କାଠ? ବେଙ୍ଗଲି ଟିଭିକୁ ରାମକୃଷ୍ଣ ଦାସମହାପାତ୍ରଙ୍କ ଚାଞ୍ଚଲ୍ୟକର ପ୍ରତିକ୍ରିୟା । ପ୍ରଭୁ ଜଗନ୍ନାଥଙ୍କୁ ମୁଁ ତିଆରି କରି ଆଣିଛି କହିଥିଲେ ରାମକୃଷ୍ଣସେ ଆହୁରି କହିଛନ୍ତି ଯେ, ନବକଳେବର ପାଇଁ ଆମେ ଦାରୁବ୍ରହ୍ମ କାଠ ଆଣୁ । ପ୍ରଭୁ ତିଆରି ହେବା ପରେ କିଛି କାଠ ଆମ ପାଖରେ ମନ୍ଦିର ଭିତରେ ଥାଏ । ମୋତେ ମମତା ବାନାର୍ଜି କହିଲେ ଦୀଘାରେ ଗୋଟିଏ ମନ୍ଦିର ହେବ । ପଥର ମୂର୍ତ୍ତି ନୁହେଁ, ଦାରୁବ୍ରହ୍ମ ମୂର୍ତ୍ତି ସ୍ଥାପନ ପାଇଁ ମୁଁ କହିଥିଲି । ସେତେବେଳେ ସେ କହିଲେ ଆପଣ ଏହା କରି ଆଣିବେ । ମୁଁ ଠାକୁରଙ୍କୁ ନେଇ ଆସିଛି ।ଜଗନ୍ନାଥ ଧାମ ଲେଖାଯିବା ପୂରା ଭୁଲ୍। ଏହା କେବଳ ପୁରୀ ପାଇଁ ଉଦ୍ଦିଷ୍ଟ । ତେଣୁ ମୁଁ ଏ ସମ୍ପର୍କରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ଜଣାଇବି । ଏପରି କହିଛନ୍ତି ବରିଷ୍ଠ ଦଇତାପତି ରାମଚନ୍ଦ୍ର ଦାସ ମହାପାତ୍ର ।ପଶ୍ଚିମବଙ୍ଗ ଦିଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ମୁହଁ ଖୋଲିଲେ ବରିଷ୍ଠ ଦଇତାପତି ରାମକୃଷ୍ଣ ଦାସମହାପାତ୍ର । ମମତା ବାନାର୍ଜୀ ମୋର ଜଣେ ଶିଷ୍ୟ । ମୋତେ ମନ୍ଦିର ପ୍ରତିଷ୍ଠା ପାଇଁ ଡାକିଥିଲେ ମମତା ବାନାର୍ଜୀ । ତିଥି ଅନୁସାରେ ପୂଜାର୍ଚ୍ଚନା ପାଇଁ କହିଥିଲି' । ନିମ୍ବ କାଠରେ ମୂର୍ତ୍ତି ପ୍ରତିଷ୍ଠା କରାଯାଇଛି' । ମୁଁ ନିଜେ ପୁରୀରୁ ନିମ୍ବ କାଠ ନେଇ ଯାଇଥିଲି' । ବ୍ରହ୍ମର ଏକମାତ୍ର ସ୍ଥାନ ପୁରୀରେ ରହିଛି' । 'ବ୍ରହ୍ମ ସ୍ଥାପନ ନେଇ କୌଣସି ସ୍ଥାନରେ କହିନାହିଁ' । ଜଗନ୍ନାଥ ଧାମ କହିଲେ କେବଳ ପୁରୀକୁବୁଝାଏ