Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତାରପୁର ପାଖ ମହାନଦୀକୁ ଆଠଜଣ ଯୁବକ ସାଙ୍ଗହୋଇ ଗାଧୋଇ ଯାଇଥିବାବେଳେ ଅଘଟଣ ମହାନଦୀରେ ଭାଷିଗଲେ ଜଣେ ଯୁବକ। 3

ଜଗତସିଂହପୁର , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ତାରପୁର ପାଖ ମହାନଦୀକୁ ଆଠଜଣ ଯୁବକ ସାଙ୍ଗହୋଇ ଗାଧୋଇ ଯାଇଥିବାବେଳେ ଅଘଟଣ ମହାନଦୀରେ ଭାଷିଗଲେ ଜଣେ ଯୁବକ।ଜଗତସିଂହପୁର ୨/୫/୨୦୨୫ କଳିଙ୍ଗ ଫାଷ୍ଟ ନିୟୁଜ।
Article Image
ଜଗତସିଂହପୁର ଜିଲ୍ଲା ରଘୁନାଥପୁର ବ୍ଲକ ଅଧୀନ ତାରପୁର 'ପିମ୍ପୁର' ମାହଳହାଟ ନିକଟ ମହାନଦୀର ତୁଠରେ ଆଠଜଣ ସାଙ୍ଗହୋଇ ଗାଧୋଇ ଯାଇଥିବା ବେଳେ ଅଘଟଣ ଘଟିଛି, ମହାନଦୀରେ ବୁଡି ଭାସିଗଲେ ଜଣେ ଯୁବକ,ଅନ୍ୟମାନେ ସୁରକ୍ଷିତ ଭାବେ ଉଦ୍ଧାର ହୋଇ ଆସିଥିବା ବେଳେ ଜଣେ ଯୁବକର ପର୍ତ୍ତା ମିଳୁନାହିଁ,
Article Image
ଖବର ପାଇ ରଘୁନାଥପୁର ଅଗ୍ନିଶମ ବାହିନୀ ଘଟଣା ସ୍ଥଳରେ ପହଂଚି ବହୁ ସମୟଧରି ଖୋଜା ଖୋଜି କରି ପାଣି ଭିତରୁ ଜଣେ ଯୁବକକୁ ଉଦ୍ଧାର କରିଛି,ଜଗତସିଂହପୁର 'ସାପୁର'ଗ୍ରାମର ସମୀର ମଲ୍ଲିକଙ୍କ ୨୦ବର୍ଷର ପୁଅ ଅମିତ ମଲ୍ଲିକ ବୋଲି ଜଣା ପଡିଛି, ପାଣିରେ ବୁଡିତାଙ୍କର ମୃତ ହୋଇଥିବା ସୂଚନାରୁ ଜଣାପଡିଛି।।