Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

୧୦ ବର୍ଷ ତଳର ବିବାହ କୁ ନେଇ ଚାଲିଥିବା ବିବାଦ କାରଣରୁ ଚାଲିଗଲା ଏକ ନିରିହ ଜୀବନ। 3

କୁଜଙ୍ଗ , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ୧୦ ବର୍ଷ ତଳର ବିବାହ କୁ ନେଇ ଚାଲିଥିବା ବିବାଦ କାରଣରୁ ଚାଲିଗଲା ଏକ ନିରିହ ଜୀବନ।
Article Image
୦୧/୦୫/୨୫ ଜଗତସିଂହପୁର ଜିଲ୍ଲା କୁଜଙ୍ଗ ବ୍ଲକ ଅନ୍ତର୍ଗତ ମଙ୍ଗରାଜପୁର ଗ୍ରାମରେ ଘଟିଛି ଏଭଳି ମର୍ମାହତ କାଣ୍ଡ। ପୂର୍ବତନ ବିବାହ କୁ ନେଇ ଘଟିଛି ଏଭଳି ଦୁର୍ଘଟଣା ବୋଲି ତାଙ୍କ ପତ୍ନୀ ନିଳିମା ବେହେରା କହିଛନ୍ତି। କାଲି ରାତିରେ ରମାକାନ୍ତ ବେହେରାଙ୍କୁ ୫ ଜଣ ବ୍ୟକ୍ତି ବାରମ୍ବାର କବାଟ ବାଡ଼େଇଥଲେ। ଏବଂ ପରେ ତାଙ୍କୁ ଫୋନ୍ କରି ଡାକିନେଇ ଅତି ମର୍ମାହତ ଭାବରେ ଧାରୁଆ ଅସ୍ତ୍ରରେ ହତ୍ୟା କରିଥଲେ। ନିଳିମା ବେହେରା କହିଛନ୍ତି ଯେ ତାଙ୍କ ସ୍ବାମୀଙ୍କୁ କାଲି ରାତିରେ ସୁବାଷ ଚନ୍ଦ୍ର ଜେନା କଲ୍ କରି ଡାକିଥିଲେ। ଏବଂ ଏହାପରେ ତାଙ୍କ ସହ ସହଯୋଗୀ ମାନେ ଯଥା ପାପୁନି ଜେନା, ବୁଟନ ଜେନା, ବିକ୍ରମ ତରେଇ ମାନେ ମିଶି ରମାକାନ୍ତଙ୍କୁ ହତ୍ୟା କରିଛନ୍ତି। ପୋଲିସ୍ ଏଫାୟାର ମୁତାବକ ଅପରାଧୀଙ୍କୁ ଗିରଫ କରିଛି।ଏବେ ବାସ୍ ଦେଖିବାକୁ ବାକି ରହିଲା ଏ ନୀରୀହ ସ୍ତ୍ରୀ ଏବଂ ଛୋଟ ଛୋଟ ଦୁଇଟି ଛୁଆଙ୍କୁ କେବେ ନ୍ୟାୟ ମିଳୁଛି।
Article Image
କୁଜଙ୍ଗ ରୁ ଓମ୍ ଦାସଙ୍କ ରିପୋର୍ଟ ରୂପାଥାଳିଆ ନ୍ୟୁଜ୍।