Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଔପଦା, 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ଅବସର ନେଲେ ସୁଦର୍ଶନ ସାର୍

ଔପଦା : ୦୨/୦୫ବାଲେଶ୍ଵର ଜିଲ୍ଲା ଔପଦା ବ୍ଲକ ଅଘିରାପଦା ପଞ୍ଚାୟତ ଅନ୍ତର୍ଗତ ରମ୍ଭାମଣି ନୋଡାଲ ଉପ୍ରା ବିଦ୍ୟାଳୟ ରେ ସହକାରୀ ଶିକ୍ଷକ ସୁଦର୍ଶନ ଶତପଥୀ ଙ୍କ ଅବସର ଉଦ୍ଦେଶ୍ୟରେ ବିଦାୟୀ କାଳୀନ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି। ପ୍ରଧାନ ଶିକ୍ଷକ ପ୍ରଫୁଲ୍ଲ କୁମାର ବେହେରା ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଏହି ବିଦାୟ କାଳୀନ ସମ୍ବର୍ଦ୍ଧନା ସଭା ରେ ମୁଖ୍ୟ ଅତିଥି ଭାବେ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ, ଶିଶୁ ସାହିତ୍ୟିକ ନିରଞ୍ଜନ ପ୍ରସାଦ ବାରିକ, ମୁଖ୍ୟ ବକ୍ତା ଭାବେ ସି ଆର ସି ସି ସୁଶାନ୍ତ କୁମାର ନାୟକ, ସମ୍ମାନୀତ ଅତିଥି ଭାବେ ପ୍ରାକ୍ତନ ଶିକ୍ଷକ ସୁରେନ୍ଦ୍ର ପୃଷ୍ଟି, ଭଗବାନ ବିଶ୍ଵାଳ, ଦୀନବନ୍ଧୁ ପୃଷ୍ଟି, ପ୍ରଫୁଲ୍ଲ କୁମାର ଜେନା, କୃଷ୍ଣ ଚନ୍ଦ୍ର ବେହେରା, ପ୍ରମୁଖ ଯୋଗ ଦେଇ ବିଦାୟୀ ଶିକ୍ଷକ ଶ୍ରୀ ଶତପଥି ଙ୍କୁ ପୁଷ୍ପ ମାଲ୍ୟ ଓ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ। ବିଦ୍ୟାଳୟ ପ୍ରତି ତାଙ୍କର ଅବଦାନ କୁ ମନେ ପକାଇ ତାଙ୍କ ଉଦ୍ଦେଶ୍ୟରେ ବକ୍ତବ୍ୟ ରଖିଥିଲେ ଉପସ୍ଥିତ ମଞ୍ଚାସିନ ଅତିଥି ଗଣ। କାର୍ଯ୍ୟ କ୍ରମ ର ପ୍ରାରମ୍ଭ ରେ ବିଦ୍ୟାଳୟର ର ଛାତ୍ର ଛାତ୍ରୀ ଙ୍କ ଦ୍ଵାରା ସ୍ଵାଗତ ସଙ୍ଗୀତ ଗାନ କରାଯାଇଥିଲା । ବିଦ୍ୟାଳୟ ର ଶିକ୍ଷୟିତ୍ରୀ ସବିତା ମହାନ୍ତି ଅତିଥି ପରିଚୟ ଏବଂ ଶିକ୍ଷୟିତ୍ରୀ ଶକୁନ୍ତଳା ପୃଷ୍ଟି ଧନ୍ୟବାଦ୍ ଅର୍ପଣ କରିଥିଲେ ।ଏହି କାର୍ଯ୍ୟକ୍ରମ ରେ ଆଖ ପାଖ ବିଦ୍ୟାଳୟ ର ଶିକ୍ଷକ ଶିକ୍ଷୟିତ୍ରୀ ମାନେ ମଧ୍ୟ ଅଂଶ ଗ୍ରହଣ କରିଥିଲେ।