Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶ୍ରମିକ ଦିବସ ପାଳିତ 1

ତିର୍ତ୍ତୋଲ, 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶ୍ରମିକ ଦିବସ ପାଳିତ
Article Image
ତିର୍ତ୍ତୋଲ-୨/୫-(ରିପୋର୍ଟ-ଟୁକନ ସେଠୀ)-ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଙ୍କ ସଭାପତିତ୍ୱ ରେ ମଇ 1 ଶ୍ରମିକ ଦିବସ ପାଳନ ହୋଇଯାଇଛି, ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମପଞ୍ଚାୟତ ର ମତ୍ତଗଜପୁର ଗ୍ରାମର ସୁଧା ମଣ୍ଡପ ରେ ଅନୁଷ୍ଠିତ ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନ ର ସଭାପତି ଇଂ ପୃଷ୍ଟି ଶ୍ରମିକ ଦିବସ ତତ୍ପଯ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ, ଏହି ଅବସରରେ ଉପସ୍ଥିତ ଶ୍ରମିକ ବନ୍ଧୁ ମାନଙ୍କୁ ନିର୍ମାଣ ପରିଚୟ ପତ୍ର ବଣ୍ଟନ କରିଥିଲେ, ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ଉପ ସଭାପତି ଅବିନାଶ ମଲ୍ଲିକ ସମ୍ପାଦକ ସନ୍ତୋଷ କୁମାର ଜେନା କୋଷାଧକ୍ଷ ରବୀନ୍ଦ୍ର କୁମାର ମଲ୍ଲିକ ତିର୍ତ୍ତୋଲ ବ୍ଲକ ସଭାପତି ନବୀନ ନାୟକ ରଘୁନାଥପୁର ବ୍ଲକ ସଭାପତି ଅଭୟ କୁମାର ସ୍ୱାଇଁ ସାଙ୍ଗଠନିକ ସମ୍ପାଦକ ସତ୍ୟଜିତ ରାଉତରାୟ ଜଗତସିଂହପୁର ବ୍ଲକ ସଭାପତି ସୁକାନ୍ତ ମହାପାତ୍ର ସାଙ୍ଗଠନିକ ସମ୍ପାଦକ ଚିନ୍ମୟ କୁମାର ଜେନା ସମ୍ପାଦକ ତରୁଣ ସାମଲ ଅବୁ କାଲମ ଜ୍ଞାନ ରଞ୍ଜନ କର ସ୍ୱାଧୀନ ଖୁଣ୍ଟିଆ ମୁସ୍ତାକ ଅଲି ଖାଁ ଙ୍କ ସମେତ ଶତାଧିକ ଶ୍ରମିକ ଯୋଗଦେଇଥିଲେ
Article Image