Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ପକ୍ଷରୁ ଶ୍ରମିକ ଦିବସ ପାଳନ।

ଆନ୍ତର୍ଜାତୀୟ ଶ୍ରମିକ ଦିବସ ଉପଲକ୍ଷେ ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି ଙ୍କ ସଭାପତିତ୍ୱ ରେ ମଇ ୧ ଶ୍ରମିକ ଦିବସ ପାଳନ ହୋଇଯାଇଛି, ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମପଞ୍ଚାୟତ ର ମତ୍ତଗଜପୁର ଗ୍ରାମର ସୁଧା ମଣ୍ଡପରେ ଅନୁଷ୍ଠିତ ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନ ର ସଭାପତି ଇଂ ପୃଷ୍ଟି ଶ୍ରମିକ ଦିବସ ତତ୍ପଯ୍ୟ ସମ୍ପର୍କ ରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ, ଏହି ଅବସରରେ ଉପସ୍ଥିତ ଶ୍ରମିକ ବନ୍ଧୁ ମାନଙ୍କୁ ନିର୍ମାଣ ଶ୍ରମିକ ପରିଚୟ ପତ୍ର ବଣ୍ଟନ କରିଥିଲେ। ଏହି କାର୍ଯ୍ୟକ୍ରମ ରେ ସଂଗଠନ ର ଉପ ସଭାପତି ଅବିନାଶ ମଲ୍ଲିକ ସମ୍ପାଦକ ସନ୍ତୋଷ କୁମାର ଜେନା କୋଷାଧକ୍ଷ ରବୀନ୍ଦ୍ର କୁମାର ମଲ୍ଲିକ ତିର୍ତ୍ତୋଲ ବ୍ଲକ ସଭାପତି ନବୀନ ନାୟକ ରଘୁନାଥପୁର ବ୍ଲକ ସଭାପତି ଅଭୟ କୁମାର ସ୍ୱାଇଁ ସାଙ୍ଗଠନିକ ସମ୍ପାଦକ ସତ୍ୟଜିତ ରାଉତରାୟ ଜଗତସିଂହପୁର ବ୍ଲକ ସଭାପତି ସୁକାନ୍ତ ମହାପାତ୍ର ସାଙ୍ଗଠନିକ ସମ୍ପାଦକ ଚିନ୍ମୟ କୁମାର ଜେନା ସମ୍ପାଦକ ତରୁଣ ସାମଲ ଅବୁ କାଲମ ଜ୍ଞାନ ରଞ୍ଜନ କର ସ୍ୱାଧୀନ ଖୁଣ୍ଟିଆ ମୁସ୍ତାକ ଅଲି ଖାଁ ଙ୍କ ସମେତ ଶତାଧିକ ଶ୍ରମିକ ଯୋଗଦେଇଥିଲେ