ଜଗତସିଂହପୁର , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: କଂଗ୍ରେସ ପକ୍ଷରୁ ବିଜୟ ଉତ୍ସବ ପାଳନ।

ଜଗତସିଂହପୁର,ଭାରତ ବର୍ଷରେ ଜାତି ଭିତ୍ତିକ ଜନଗଣନା କରାଯିବା ପାଇଁ ସଂସଦରେ କଂଗ୍ରେସ ଦଳ ପକ୍ଷରୁ ବିରୋଧୀଦଳ ନେତା ରାହୁଲ ଗାନ୍ଧୀ ବାରମ୍ବାର ଦାବି କରିବା ଫଳରେ କେନ୍ଦ୍ର ସରକାର ଚାପର ବଶବର୍ତ୍ତୀ ହୋଇ ଜାତି ଭିତ୍ତିକ ଜନଗଣନା କରିବାକୁ ଶେଷରେ ବାଧ୍ୟ ହୋଇଛନ୍ତି। ଯାହା ବାସ୍ତବରେ ଭାରତ ବର୍ଷର କୋଟି କୋଟି ସାଧାରଣ ଜନତାଙ୍କ ସାମଗ୍ରିକ ବିକାଶରେ ଜାତି ଭିତ୍ତିକ ଜନଗଣନା ବେଶ୍ ସହାୟକ ହେବ।ଜାତି ଭିତ୍ତିକ ଜନଗଣନା ଭାରତ ବର୍ଷରେ ଲାଗୁ ହେବା କୋଟି କୋଟି ଭାରତୀୟ ଙ୍କ ବିଜୟ ଓ ଏହି ବିଜୟ କୁ କଂଗ୍ରେସ ଦଳ ବିଜୟ ଉତ୍ସବ ରୁପେ ସମଗ୍ର ଭାରତବର୍ଷରେ ପାଳନ କରୁଛି।ଏହି ଅବସରରେ ଜଗତସିଂହପୁର ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ସଭାପତି ନଟବର ବାରିକ ଙ୍କ ପୌରହିତ୍ୟରେ ଆଜି ଜିଲ୍ଲା କଂଗ୍ରେସ କାର୍ଯ୍ୟାଳୟ( ଟାଉନ ହଲ୍ ଛକ) ଠାରେ କଂଗ୍ରେସ କର୍ମୀ ମାନେ ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ।ଏହି କାର୍ଯ୍ୟକ୍ରମରେ ବାଲିକୁଦା ଏରସମା ନିର୍ବାଚନମଣ୍ଡଳୀର କଂଗ୍ରେସ ନେତା ଇଂ ନଳିନୀ କୁମାର ସ୍ବାଇଁ,ପୂର୍ବତନ ପୌରାଧ୍ୟକ୍ଷ ବିପ୍ଳବ ଚୌଧୁରୀ, ଜିଲ୍ଲା ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୂଲିଆ ସଂଘ ସଭାପତି ଇଂ ବେଦଦ୍ୟୁତି ପୃଷ୍ଟି, ନଗର କଂଗ୍ରେସ ସଭାପତି ଅଭୟ କୁମାର ମହାନ୍ତି, ବ୍ଲକ କଂଗ୍ରେସ ସଭାପତି ମାନସ କୁମାର ରଥ, କଂଗ୍ରେସ ସେବାଦଳ ଅଧ୍ୟକ୍ଷ ଡ଼ାକ୍ତର ଜଗଦାନନ୍ଦ ବେହେରା,ବରିଷ୍ଠ କଂଗ୍ରେସ ନେତା ସର୍ବେଶ୍ଵର ପଣ୍ଡା,ମହନୀ ଚରଣ ରାଉତ,ରୋହିତ କୁମାର ସେଠୀ, ରତ୍ନାକର ବିଶ୍ବାଳ,ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ କୃଷ୍ଣଚନ୍ଦ୍ର ପ୍ରଧାନ, ରୁଦ୍ର ପ୍ରସାଦ ବାରିକ,ହିଫଜୁର୍ ରହେମାନ,ସେଖ୍ ହେଦାୟତ ଅଲ୍ଲୀ, ମିର୍ଜା ସାମସୁଦ୍ଦିନ ବେଗ୍,ସଂଦିପ ସ୍ବାଇଁ, ସୁକାନ୍ତ ମହାପାତ୍ର, ସଙ୍କରେଶ୍ବର ଦାସ,ଉମେଶ ସ୍ବାଇଁ, ଇଶ୍ଵର କୁମାର ସ୍ବାଇଁ, ରବି ଦାସ, ପ୍ରଣବ ମହାପାତ୍ର,ତ୍ରିପୁରେଶ୍ବର ମଲ୍ଲିକ, ଅମିତ୍ ଖୁଣ୍ଟିଆ, ଅଲେଖ ଚରଣ ରଣା,ମିଲନ ମହାରଣା,ସୌଭାଗ୍ୟ ରଞ୍ଜନ ବିଶ୍ବାଳ, ଅବନୀକାନ୍ତ ମହାରଣା,ରବିନ୍ଦ୍ର ମଲ୍ଲିକ, ଅତୁଲ୍ୟ ବିଶ୍ବାଳ,ଫରାସଦ ଖାଁ,ଆବିଦ୍ ସାହା, ବିଶ୍ବଜିତ ଦାସ, ରାଜେନ୍ଦ୍ର ସ୍ବାଇଁ, ଦିପକ ପାଲ,ଟୁଲା ଦାସ, ରୁଦ୍ର ନାରାୟଣ ବେହେରା,ଦେବ ପ୍ରସାଦ ମହାପାତ୍ର,ଆଲୋକ ବସ୍ତିଆ,ଅଜୟ ମହାପାତ୍ର, ସରୋଜ ମହାପାତ୍ର, ରାହାସ ବିହାରି ସାହୁ ପ୍ରମୁଖ ଯୋଗଦେଇ ବାଜା ବାଣ ଫୁଟାଇ ବିଜୟ ଉତ୍ସବ ପାଳନ କରିଥିଲେ।