Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: Breakingମାଟ୍ରିକ ପରୀକ୍ଷା ରେ କମ୍ ନମ୍ବର ଦେଖି ଜଣେ ଛାତ୍ର କଲେ ଆତ୍ମହତ୍ୟା
Date-2/5/2025ମାଟ୍ରିକ ପରୀକ୍ଷାରେ ନମ୍ବର କମ ରହିବାରୁ ଛାତ୍ରର ଆତ୍ମହତ୍ୟା । ଏଭଳି ଘଟଣା ଦେଖିବାକୁ ମିଳିଛି ଜଗତସିଂହପୁର ସଦରବ୍ଲକ ଅଳସୁଧା ପଞ୍ଚାୟତ ଅଳସୁଧା ଗ୍ରାମରେ । ଅଳସୁଧା ଗ୍ରାମର ପ୍ରଭାକର ରାଉତଙ୍କ ୧୭ ବର୍ଷୀୟ ପୁଅ ବଳଭଦ୍ର ରାଉତ ମାଟ୍ରିକ ପରୀକ୍ଷା ଦେଇଥିବା ବେଳେ ଆଜିର ଫଳାଫଳରେ କମ ନମ୍ବର ରହିଥିବାରୁ ନିଜର ମାନସିକ ଭାରସାମ୍ୟ ହରାଇ ଛାତ ଉପରକୁ ଯାଇ ଏକ ରୁମରେ ବେକରେ ରଶୀ ଲଗେଇ ଆତ୍ମହତ୍ୟା କରିଛନ୍ତି । ଜଗତସିଂହପୁର ସଦରମୁଖ୍ୟଚିକିତ୍ସାଳୟରେ ଉକ୍ତ ଛାତ୍ରର ମୃତ ଶରୀର ବ୍ୟବଛେଦ ନିମନ୍ତେ ଅଟକ ରହିଛି । ବଳଭଦ୍ର ସେ ଜଣେ ମେଧାବୀ ଛାତ୍ର ହୋଇଥିବାରୁ ଆଶା ଅନୁଯାୟୀ ନମ୍ବର ନ ରହିବାରୁ ଆତ୍ମହତ୍ୟା କରିଥିବା ସୂଚନା ମିଳିଛି ଜଗତସିଂହପୁର ରୁ ସଂଗ୍ରାମ ପଟନାୟକ ଙ୍କ ରିପୋର୍ଟ