Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଜଗତସିଂହପୁର , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ନିର୍ମାଣ ଶ୍ରମିକ କାର୍ଡ ବଣ୍ଟନ

ଜଗତସିଂହପୁର: ନିଖିଳ ଉତ୍କଳ ଗ୍ରାମୀଣ ଚାଷୀ ମୁଲିଆ ସଂଗଠନ (INTUC ) ପକ୍ଷରୁ ଜିଲ୍ଲା ସଭାପତି ଇଂ ବେଦଦ୍ୟୁତି ପୃଷ୍ଟିଙ୍କ ସଭାପତିତ୍ୱରେ ମଇ ୧ ଶ୍ରମିକ ଦିବସ ପାଳନ ହୋଇଯାଇଛି। ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଲକ କନୀମୂଳ ଗ୍ରାମପଞ୍ଚାୟତର ମତ୍ତଗଜପୁର ସ୍ଥିତ ସୁଧା ମଣ୍ଡପରେ ଅନୁଷ୍ଠିତ ଏହି ଶ୍ରମିକ ଦିବସ ପାଳନ ଅବସରରେ ସଂଗଠନର ସଭାପତି ଇଂ ପୃଷ୍ଟି ଶ୍ରମିକ ଦିବସର ତତ୍ପଯ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲାରେ ଶ୍ରମିକ ମାନଙ୍କ ସ୍ୱାର୍ଥ ପାଇଁ ଲଢେଇ ଜାରି ରଖିବେ ବୋଲି ମତବ୍ୟକ୍ତ କରିଥିଲେ। ଏହି ଅବସରରେ ଉପସ୍ଥିତ ଶ୍ରମିକ ବନ୍ଧୁ ମାନଙ୍କୁ ନିର୍ମାଣ ପରିଚୟ ପତ୍ର ବଣ୍ଟନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଗଠନର ଉପ ସଭାପତି ଅବିନାଶ ମଲ୍ଲିକ , ସମ୍ପାଦକ ସନ୍ତୋଷ କୁମାର ଜେନା, କୋଷାଧକ୍ଷ ରବୀନ୍ଦ୍ର କୁମାର ମଲ୍ଲିକ, ତିର୍ତ୍ତୋଲ ବ୍ଲକ ସଭାପତି ନବୀନ ନାୟକ, ରଘୁନାଥପୁର ବ୍ଲକ ସଭାପତି ଅଭୟ କୁମାର ସ୍ୱାଇଁ ,ସାଙ୍ଗଠନିକ ସମ୍ପାଦକ ସତ୍ୟଜିତ ରାଉତରାୟ , ଜଗତସିଂହପୁର ବ୍ଲକ ସଭାପତି ସୁକାନ୍ତ ମହାପାତ୍ର, ସାଙ୍ଗଠନିକ ସମ୍ପାଦକ ଚିନ୍ମୟ କୁମାର ଜେନା , ସମ୍ପାଦକ ତରୁଣ ସାମଲ , ଅବୁ କାଲମ, ଜ୍ଞାନ ରଞ୍ଜନ କର, ସ୍ୱାଧୀନ ଖୁଣ୍ଟିଆ, ମୁସ୍ତାକ ଅଲି ଖାଁଙ୍କ ସମେତ ଶତାଧିକ ଶ୍ରମିକ ଯୋଗଦେଇଥିଲେ।