Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦେବୀନଦୀ ରେ ନିର୍ମାଣ ହେବ ଜଳଭଣ୍ଡାର ବିଧାୟକ ଅମରେନ୍ଦ୍ର ଙ୍କ ସୂଚନା ଚାରି ଆଡୁ ପ୍ରଶଂସା ର ସୁଅ 11

ଜଗତସିଂହପୁର , 02/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦେବୀନଦୀ ରେ ନିର୍ମାଣ ହେବ ଜଳଭଣ୍ଡାରବିଧାୟକ ଅମରେନ୍ଦ୍ର ଙ୍କ ସୂଚନା
Article Image
ଚାରି ଆଡୁ ପ୍ରଶଂସା ର ସୁଅ~~~~~~~~~~
Article Image
ଜଗତସିଂହପୁର /ନିଆଳି 2/5/2025ଗତ ଅକ୍ଷୟ ତୃତୀୟା ରେ ଜଗତସିଂହପୁର ଜିଲ୍ଲା ପ୍ରଶାସନ ତରଫରୁ ସ୍ଥାନୀୟ ସିଠାଳ ଦ୍ବିପାଞ୍ଚଳ ର ଜୋରକୁଳ ଗ୍ରାମରେ ଅଖିମୁଠି ଉତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଥିଲା |ଏହା ଏକ ସରକାରୀ ସଭା ହୋଇଥିବାରୁ ଜିଲ୍ଲା ପ୍ରଶାସନର ବହୁ ଉଚ୍ଚ ପଦାଧିକାରୀ ସମେତ ମାନ୍ୟବର ଶିଳ୍ପମନ୍ତ୍ରୀ ସମ୍ପଦ କୁମାର ସ୍ୱାଇଁ. ବିଧାୟକ ଅମରେନ୍ଦ୍ର ଦାସ. ବହୁ ବରିଷ୍ଠ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ |ଜିଲ୍ଲା ସଦର ମହକୂମା ରେ କାର୍ଯ୍ୟ ରତ ସାମ୍ବାଦିକ ମାନଙ୍କ ସହିତ ଏକହଜାର ରୁ ଅଧିକ ଲୋକ ଉତ୍ସବ ରେ ଉପସ୍ଥିତ ଥିଲେ |ଏହି ଭରପୁର ସରକାରୀ ସଭାରେ ବିଧାୟକ ଅମରେନ୍ଦ୍ର ଦାସ. ଦେବୀନଦୀରେ ଦେବୀଦୋଳ ଠାରେ ଜଳଭଣ୍ଡାର ନିର୍ମାଣ କରାଯିବ ବୋଲି କହିଥିଲେ |ଏଥିପାଇଁ ସେ ନିଜେ ଦାଇତ୍ୱ ନେଇଥିବା ସଭାରେ ମନ୍ତବ୍ୟ ରଖିଥିଲେ |ବିଧାୟକ ଙ୍କ ଏପରି କାର୍ଯ୍ୟକୁ ଚାରିଆଡୁ ପ୍ରଶଂସା ର ସୁଅ ଛୁଟିବାରେ ଲାଗିଛି |ନିଆଳି ଆଞ୍ଚଳିକ ବିକାଶ ମଞ୍ଚ ତରଫରୁ ବିଦ୍ୟାଧର ରାଉତ. ରବୀନ୍ଦ୍ର କୁମାର ବାରିକ. ଅଶୋକ କୁମାର ପାତ୍ର. ଆଲୋକ କୁମାର ଲେଙ୍କା. ଆଡ଼ଭୋକେଟ ସଚ୍ଚିଦାନନ୍ଦ ନାୟକ. ସୁଶାନ୍ତ ବିହାରୀ. ଭରତ ମଲ୍ଲିକ. ଯୋଗେନ୍ଦ୍ର ଦାସ. ଅନିରୁଦ୍ଧ ମଲ୍ଲିକ କାଳନ୍ଦୀ ପ୍ରଧାନ. ସାମ୍ବାଦିକ କଲ୍ୟାଣ ପାଣ୍ଠି ର ରାଜ୍ୟ ଅଧକ୍ଷ ସାମ୍ବାଦିକ ଗଗନ ବିହାରୀ ସାହୁ ରାଜ୍ୟ ସାମ୍ବାଦିକ ସଂଘ ର ଜିଲ୍ଲା ସଭାପତି ପ୍ରଶାନ୍ତ ରାଉତ କାର୍ଯ୍ୟକାରି ସଭାପତି ତପନ ରାଉତରାୟ ସମ୍ପାଦକ ଜ୍ୟୋତି ପରିଡା ଧୃତିଧର ଦାସ ଅରକ୍ଷିତ ସ୍ୱାଇଁ. ନୃସିଂହ ବାରିକ. ଗୌରାଙ୍ଗ ସ୍ୱାଇଁ ଲୋକନାଥ ସାହୁ. ବେଣୁଧର ନାୟକ ବିଧାୟକ ଙ୍କ ଏହି ଘୋଷଣାକୁ ସ୍ୱାଗତ କରିଛନ୍ତି |ଚଳିତ ମାସର ଶେଷ ସପ୍ତାହ ରେ ପହଂଗା ନିକଟ ବଢ଼େଇ ସାହି ଠାକୁରାଣୀ ମନ୍ଦିର ପ୍ରାଙ୍ଗଣରେ ଏହି ମର୍ମରେ ଏକ ସାମ୍ବାଦିକ ମେଳି କରାଯିବ |ବିଧାୟକ -ଜଗତସିଂହପୁର ଓ ନିଆଳି ଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରାଯିବ |, ଗଣ ମାଧ୍ୟମ ଜରିଆରେ ଗଣମାଧ୍ୟମର ପ୍ରତିନିଧି ମାନେ ସରକାର ଙ୍କୁ ନିବେବନ କରିବେ ବୋଲି ଉପକୂଳ ଓଡିଶା ବିକାଶ ପରିଷଦ ର ଆବାହକ ସରୋଜ ନାୟକ ଗଣମାଧ୍ୟମ କୁ ସୂଚନା ଦେଇଛନ୍ତି |