Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ବନ୍ଧା ହୋଇଛନ୍ତି। 1

ଜଟଣୀ, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଭୁବନେଶ୍ବର/ଜଟଣୀ: ଆଜି ପୃଥକ ପୃଥକ ୨ଟି ମାମଲାରେ ରାଜଧାନୀରୁ ୩ ଗଞ୍ଜେଇ ବେପାରୀ ବନ୍ଧା ହୋଇଛନ୍ତି। ୨ଜଣ ବିହାରୀ ବେପାରୀଙ୍କୁ ରେଳବାଇ ପୁଲିସ ଓ ଜଣକୁ ନୂଆପଲ୍ଲୀ ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ବର ଷ୍ଟେସନ୍ର ୬ନମ୍ବର ପ୍ଲାଟ୍ଫର୍ମରେ ଆର୍ପିଏଫ୍ର ଏସ୍ଟିଏଫ୍ ଓ ଅବକାରୀ ବିଭାଗ ମିଳିତଭାବେ ଚଢ଼ଉ କରି ବିହାର ଭୋଜପୁର ଜିଲ୍ଲା ଡୋଗ୍ରା ଗାଁର ପ୍ରଭାତ କୁମାର ଶର୍ମା ଓ ନୀତୀଶ କୁମାରକୁ ଗିରଫ କରିଛି।ସେମାନଙ୍କଠାରୁ ୫୦ କେଜି ଗଞ୍ଜେଇ ଜବତ କରାଯାଇଛି। ୪ଟି ସୁଟ୍କେସ୍ରେ ଥିବା ଏହି ଗଞ୍ଜେଇ ରାୟଗଡ଼ାରୁ ବିହାର ଚାଲାଣ କରାଯାଉଥିଲା। ସେହିଭଳି ନୂଆପଲ୍ଲୀ ଥାନା ପୁଲିସ ଜଟଣୀ ଥାନା ବୁଢ଼ାପଡ଼ାର ବିଶ୍ବରଂଜନ ସାହୁ(୩୪)କୁ ଗିରଫ କରିଛି। ତା’ଠାରୁ ୫କେଜି ଗଞ୍ଜେଇ ଜବତ କରାଯାଇଛି।
Article Image