Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଖଇରା, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ରାସ୍ତା ନିର୍ମାଣରେ ଅନିୟମିତତାବିଡ଼ିଓଙ୍କୁ ଅଭିଯୋଗ କଲେ ସୀଲୋ ଗ୍ରାମବାସୀ,
ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଯାତ୍ରୀ ପଞ୍ଚାୟତ ଅଧୀନ ସାଲୋ ଗ୍ରାମର ଯେନା ସାହି ରାସ୍ତା ନିର୍ମାଣରେ କାର୍ଯ୍ୟର ନିର୍ମାଣରେ ବ୍ୟାପକ ଅନିୟମିତା ହୋଇଥିବା ନେଇ ରାଜକିଶୋର ଦାସ ଓ ଅନ୍ୟମାନେ ବିଡ଼ିଓଙ୍କ ନିକଟରେ ଅଭିଯୋଗ କରିଛନ୍ତି। ଦାନା ବ୍ଯାତ୍ଯା ସହାୟତା ରାଶି ଉପରେ ଅଡା- ବିଷ୍ଣୁପୁର ଆରଡ଼ି ରାସ୍ତାରୁ ଯେନା ସାହି ରାସ୍ତା ନିର୍ମାଣ ପାଇଁ ୧ ଲକ୍ଷ ୨୦ ହଜାର ଟଙ୍କା ଦିଆଯାଇଥିଲା। ଠିକାଦାର ତଥା କାର୍ଯ୍ଯଗ୍ରାହି ଜଣକ କମ୍ ମୋଟେଇ ବାଲି ଦେଇ କାର୍ଯ୍ୟ କରିବା ସହ ପାଚେରୀ ଓ ଢଳେଇ କାର୍ଯ୍ୟ ଏସ୍ଟିମେଣ୍ଟ ଅନୁଯାୟୀ ହୋଇନଥିବା ଗ୍ରାମବାସୀ ମାନେ ଅଭିଯୋଗ ଉଲ୍ଲେଖ କରିଛନ୍ତି। ଏ ସଂପର୍କରେ କନିଷ୍ଠ ଯନ୍ତ୍ରୀ ସସ୍ମିତା ମଲ୍ଲିକଙ୍କୁ ଯୋଗାଯୋଗ କରିବା ପରେ କହିଛନ୍ତି କାମରେ ଅନିୟମିତା ଘଟଣାକୁ ଅସ୍ବୀକାର କରିଥିବା ବେଳେ ସାଇଡ ଓକାର ମୋଟେଇ କମ୍ ଥିବାରୁ ତାଂକୁ ଠିକାଦାରଙ୍କୁ କୁହାଯାଇଥିବା କହିଛନ୍ତି, ଏସମ୍ପର୍କରେ ଗ୍ରାମବାସୀ ମାନେ ପ୍ରଥମେ ବିଡ଼ିଓ, ଅତିରିକ୍ତ ସହକାରୀ ନିର୍ବାହୀ ଯନ୍ତ୍ରୀ, ଫୋନ୍ କରି ଜଣାଇବାକୁ ଯୋଗାଯୋଗ କରିଥିଲେ ମଧ୍ୟ କୈାଣସି ଅଧିକାରୀ ଫୋନ୍ ଉଠାଇଥିଲେ, ପରେ ପରଦିନ ବିଡ଼ିଓଙ୍କୁ ଅଭିଯୋଗ ଲିଖିତ ଭାବେ ଜଣାଇଛନ୍ତି।