Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ । 1

ନୂଆଦିଲ୍ଲୀ , 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଭାରତ-ପାକିସ୍ତାନ ଉତ୍ତେଜନା ଭିତରେ ବଢୁଛି ପାକିସ୍ତାନର ଆଣବିକ ଧମକ । ଯଦି ପାକିସ୍ତାନର ସ୍ଥିତି ପ୍ରତି ବିପଦ ଆସେ ତେବେ ଆଣବିକ ଅସ୍ତ୍ର ପ୍ରୟୋଗ ଲାଗି ପଛଘୁଞ୍ଚା ଦିଆଯିବ ନାହିଁ ବୋଲି କହିସାରିଛନ୍ତି ପାକ୍ ମନ୍ତ୍ରୀ ହନିଫ ଆବାସି, ଆମେରିକା ଲାଗି ନିଯୁକ୍ତ ରାଷ୍ଟ୍ରଦୂତ ରିଜଓ୍ବାନ ଶେଖ ଓ ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ ।ଦୁଇ ଦେଶ ମଧ୍ୟରେ ସୃଷ୍ଟ ଉତ୍ତେଜନା ପ୍ରଶମିତ କରିବା ଲାଗି ଆମେରିକା ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କ ନିକଟରେ ଅନୁରୋଧ କରିଥିଲେ ରାଷ୍ଟ୍ରଦୂତ ଶେଖ୍ । ଏବେ ପ୍ରଶ୍ନ ଉଠୁଛି ସମ୍ଭାବ୍ୟ ଆଣବିକ ଟେନସନରେ ଆମେରିକାର ଭୂମିକା କଣ ରହିବ । ଅତୀତରେ ପୂର୍ବତନ ରାଷ୍ଟ୍ରପତି ବିଲ୍ କ୍ଲିଣ୍ଟନ ଓ ଜର୍ଜ ଡବ୍ଲୁ ବୁଶଙ୍କ ସମୟରେ ପାକିସ୍ତାନର ଆଣବିକ ଅସ୍ତ୍ରର ସୁରକ୍ଷା ଲାଗି ଆମେରିକା ପଦକ୍ଷେପ ନେଇଥିଲା ।
Article Image