Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ମାଟ୍ରିକ ପରୀକ୍ଷା ଫଳାଫଳ ହେଲା କାଳ | ବଳରାମ କୁ ହରାଇ ଝୁରୁଛି ଗାଁ ମାଟି ଓ ଭାଇ, ଭଉଣୀ 2

ଜଗତସିଂହପୁର , 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ମାଟ୍ରିକ ପରୀକ୍ଷା ଫଳାଫଳ ହେଲା କାଳ | ବଳରାମ କୁ ହରାଇ ଝୁରୁଛି ଗାଁ ମାଟି ଓ ଭାଇ, ଭଉଣୀଜଗତସିଂହପୁର
Article Image
ତା =3/5/25ମାଟ୍ରିକ ପରୀକ୍ଷା ଫଳା ଫଳ ଗତ ଶୁକ୍ରବାର ପ୍ରକାଶ ପାଇଥିଲା | ମାଟ୍ରିକ ପରୀକ୍ଷା ରେ ସାନ ଭାଇ ଜଗନ୍ନାଥ ରାଉତ ଙ୍କ ଠାରୁ କମ ନମ୍ବର ରହିଥିବା ରୁ ବଡ଼ ଭାଇ ବଳରାମ ଲଜ୍ୟା ବୋଧ କରି ଘରେ ରସି ଲଗାଇ ଆତ୍ମ ହତ୍ୟା କରିବା ଘଟଣା ସମସ୍ତ ଙ୍କୁ ଚକିତ କରିଛି |ଏଭଳି ଅଭାବନୀୟ ଘଟଣା ଘଟିଛି ଜଗତସିଂହପୁର ଥାନା ଅଳସୁଧା ଗ୍ରାମରେ |ସେହି ଗ୍ରାମର ପ୍ରଭାକର ରାଉତ ହାଇଦ୍ରାବାଦ ରେ ଏକ କମ୍ପାନୀରେ କାର୍ଯ୍ୟ କରି ଯାହା ରୋଜଗାର କରନ୍ତି ସେଥିରେ ପରିବାର ଦୁଃଖ କଷ୍ଟେ ଚଳନ୍ତି |ପ୍ରଭାକର ଙ୍କ ପତ୍ନୀ ଗୀତାଞ୍ଜଳି ଙ୍କ ଔରସରୁ ଏକ କାଳୀନ ତିନୋଟି ସନ୍ତାନ ଜନ୍ମ ଗ୍ରହଣ କରିଥିଲେ |ବଡ଼ ଭାଇ ବଳରାମ ଏବଂ ସାନ ଭାଇ ଜଗନ୍ନାଥ ଦୁହେଁ ପୁରୋହିତପୁର ଉଚ୍ଚ ବିଦ୍ୟାଳୟ ରେ ସାଙ୍ଗହୋଇ ଚଳିତ ବର୍ଷା ମାଟ୍ରିକ ପରୀକ୍ଷା ଦେଇଥିଲେ |ଦୁଇ ଭାଇ ମନ ଲଗାଇ ପାଠ ପଢୁଥିଲେ |ଗତ ଶୁକ୍ରବାର ଅପରାହ୍ନ ରେ ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଥିଲା |ବଡ଼ ଭାଇ ସମସ୍ତ କାମ ଧନ୍ଦା ସାରି ଅନ ଲାଇନ ରେ ମାଟ୍ରିକ ଫଳା ଫଳ ଚେକ କରୁଥିଲା |ହେଲେ ଭାଗ୍ୟ ର ବିଡମ୍ବନା ସାନ ଭାଇ ଜଗନ୍ନାଥ ଅଧିକ ନମ୍ବର ରେ ପାସ କରିଛି |ବଡ଼ ଭାଇ କମ ନମ୍ବର ରଖିଥିବାରୁ ନିଜକୁ ଲଜ୍ୟା ବୋଧ କରି ଘର ଭିତରପଟୁ କବାଟ ଦେଇ ରସି ଲଗାଇ ଆତ୍ମ କରିଛି | କିଛି କ୍ଷଣ ବାଦ ସାନ ଭାଇ ଜଗନ୍ନାଥ ଏବଂ ଗେହ୍ଲି ଭଉଣୀ ସୁଭଦ୍ରା ବଡ଼ ଭାଇ ବଳରାମ ଙ୍କୁ ଖେଜାଖୋଜି କଲେ ହେଲେ ବାହାରେ କେଉଁଠି ପାଇନଥିଲେ |କିଛି କ୍ଷଣ ବଡ଼ ଘର ବନ୍ଦ ଥିବା ଦେଖି ପଡିଶା ଘରକୁ ଡାକ ପକାଇଲେ |ପଡିଶା ଲୋକ କବାଟ ଭାଙ୍ଗିଲେ ହେଲେ ସେତେବେଳଙ୍କୁ ବଡଭାଇ ବଳରାମ ର ମୁତ୍ୟୁ ବରଣ କରିଥିବା ଜାଣିବା ପରେ ଗ୍ରାମରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା | ବଡ଼ ଭାଇ ବଳରାମ କୁ ହରାଇ ଜଗନ୍ନାଥ ଏବଂ ଭଉଣୀ ସୁଭଦ୍ରା ଦୁଃଖ ରେ ଭାଙ୍ଗି ପଡିଛନ୍ତି |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ