Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ, କିନ୍ତୁ 'ଜଗନ୍ନାଥ ଧାମ' ନାଁ କଦାପି ଗ୍ରହଣୀୟ ନୁହେଁ

ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ପଶ୍ଚିମବଙ୍ଗର ଦୀଘାରେ 'ଜଗନ୍ନାଥ ଧାମ' ଲେଖିବା ପ୍ରସଙ୍ଗରେ ବାଲୁକା ଶିଳ୍ପୀ ତଥା ଶ୍ରୀମନ୍ଦିର ପରିଚାଳନା କମିଟିର ପୂର୍ବତନ ସଦସ୍ୟ ସୁଦର୍ଶନ ପଟ୍ଟନାୟକ (ପଦ୍ମଶ୍ରୀ) ଶ୍ରୀମନ୍ଦିର ପରିଚାଳନା କମିଟିର ଅଧ୍ୟକ୍ଷ ଗଜପତି ମହାରାଜ ଦିବ୍ୟସିଂହ ଦେବଙ୍କୁ ଚିଠି ଲେଖିଛନ୍ତି।ତେବେ ଦୀଘାର ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ହେବା ପର ଠାରୁ ଥମୁନି ବିବାଦ । ଚାରିଆଡେ ଅସନ୍ତୋଷ ତେଜିଛି । ପଣ୍ଡାପଢିଆରଙ୍କ ଠାରୁ ନେଇ ସେବାୟତ ପର୍ଯ୍ୟନ୍ତ ସମସ୍ତେ ଏହାକୁ ବିରୋଧ କରିଛନ୍ତି । ଜଗନ୍ନାଥ ମନ୍ଦିର କଲେ, ହେଲେ କାହିଁକି ଏହାର ନାମ ‘ଜଗନ୍ନାଥ ଧାମ’ ରଖାଗଲା ବୋଲି ନେଇ, ତାକୁ ନେଇ ବିବାଦ ।ଏହି କ୍ରମରେ ଏବେ ଦୀଘାରେ ‘ଜଗନ୍ନାଥ ଧାମ’ ନାଁ ବିବାଦରେ ନିଜର ପ୍ରତିକ୍ରିୟା ରଖି ଏହାକୁ ନିନ୍ଦା କରିଛନ୍ତି ବାଲୁକା ଶିଳ୍ପୀ ସୁଦର୍ଶନ ପଟ୍ଟନାୟକ । ଏନେଇ ନିଜ ଏକ୍ସରେ ଏକ ପୋଷ୍ଟ ଜାରି କରି ବର୍ଷିଛନ୍ତି । କହିଛନ୍ତି, ଭାରତରେ କେବଳ ଚାରୋଟି ଧାମ ଅଛି ଏବଂ ପୁରୀରେ ଥିବା ଜଗନ୍ନାଥ ଧାମ ସେମାନଙ୍କ ମଧ୍ୟରୁ ଗୋଟିଏ । ଦୀଘାରେ ଉଦ୍ଘାଟିତ ମନ୍ଦିର ଜଗନ୍ନାଥ ଧାମ ହୋଇପାରିବ ନାହିଁ । ଏହା କଦାପି ଗ୍ରହଣୀୟ ନୁହେଁ, ଷଡ଼ଯନ୍ତ୍ର ହୋଇଛି । ଏନେଇ ପ୍ରତ୍ୟେକ ଲୋକ ସ୍ବର ଉଠାଇଲେଣି । ଗଜପତି ମହାରାଜଙ୍କୁ ଏନେଇ ଜଣାଇଛି ବୋଲି କହିଛନ୍ତି ସୁଦର୍ଶନ । ଦୀଘା ଜଗନ୍ନାଥ ମନ୍ଦିରକୁ ଆମେ ସ୍ବାଗତ କରୁଛୁ । କିନ୍ତୁ ‘ଜଗନ୍ନାଥ ଧାମ’ ନାଁ କଦାପି ଗ୍ରହଣୀୟ ନୁହେଁ ବୋଲି ସେ ମତ ରଖିଛନ୍ତି ।