Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ 1

ଭୁବନେଶ୍ୱର, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠା ବିବାଦ ପ୍ରସଙ୍ଗ । ପ୍ରତିକ୍ରିୟା ରଖିଲେ ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ
Article Image
ଭୁବନେଶ୍ୱର (ସମୀର ରଞ୍ଜନ ନାୟକ )ଦୀଘାରେ ଜଗନ୍ନାଥ ମନ୍ଦିର ପ୍ରତିଷ୍ଠାକୁ ନେଇ ଓଡ଼ିଶାରେ ସୃଷ୍ଟି ହୋଇଛି ଝଡ଼ । ମନ୍ଦିର ପାଇଁ ପୁରୀରୁ ମହାପ୍ରଭୁଙ୍କ ବଳକା ନବକଳେବର ଦାରୁ ବ୍ୟବହାର ଚର୍ଚ୍ଚା ଏବଂ ଦୀଘା ମନ୍ଦିରକୁ 'ଜଗନ୍ନାଥ ଧାମ' କୁହାଯିବାକୁ ଓଡ଼ିଶାର ସବୁ ମହଲହରେ ତୀବ୍ର ବିରୋଧ କରାଯାଉଛି । ଆଜି ଏହି ପ୍ରସଙ୍ଗରେ ପ୍ରତିକ୍ରିୟା ରଖି ଆଇନ ମନ୍ତ୍ରୀ କହିଛନ୍ତି, ମହାପ୍ରଭୁଙ୍କ ଦାରୁ ବ୍ୟବହାର ଘଟଣାର ତଦନ୍ତ ହେବ । ଏଥିପାଇଁ ଶ୍ରୀମନ୍ଦିର ପ୍ରଶାସନକୁ ଚିଠି ଲେଖାଯାଇଛି । ମହାପ୍ରଭୁଙ୍କ ଦାରୁ ବ୍ୟବହାର ନେଇ ତଦନ୍ତ ହେବ । ଦାରୁ କିପରି ଗଲା ତଦନ୍ତ ହେଲା ପରେ ସବୁ ସ୍ପଷ୍ଟ ହେବ । ଜଗନ୍ନାଥ ମନ୍ଦିର କରିବାରେ କିଛି ଅସୁବିଧା ନାହିଁ ବୋଲି କହିଲେ ମନ୍ତ୍ରୀ ।