ରାଇରଙ୍ଗପୁର, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: : ମେଟ୍ରିକ ପରୀକ୍ଷାରେ ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ଶତପ୍ରତିଶତ ଫଳାଫଳ ହୋଇ ଉତ୍ତୀନ୍ନ ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିର ନାଁ ଓ ଗୌରବ ଓଡିଶାର ସମସ୍ତ ବିଦ୍ଯାଳୟ ଠାରୁ ଅନନ୍ଯ l ଏହାର ଜ୍ବଳନ୍ତ ଉଦାହରଣ ୨୦୨୪ -୨୫ ଶିକ୍ଷାବର୍ଷରେ ମେଟ୍ରିକ ପରୀକ୍ଷାରେ ଛାତ୍ରଛାତ୍ରୀ ସଫଳତାର ସହିତ କୁତିତ୍ବ ଅର୍ଜନ କରିଛନ୍ତି l ଗତବର୍ଷ ପରି ଏବର୍ଷ ମଧ୍ଯ ଛାତ୍ରଛାତ୍ରୀମାନେ ଉତ୍ତମ ପରାକାଷ୍ଠା ଦେଖାଇ ବିଦ୍ଯାଳୟର ସୁନାମ ଆଣିପାରିଛନ୍ତି l ଏହି ପରିପ୍ରେକ୍ଷୀରେ ଆଦିବାସୀଅଧ୍ଯୁଷିତ ମୟୂରଭଞ୍ଜ ଜିଲ୍ଲା ର ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ସହରସ୍ଥ ସ୍ଥାନୀୟ ଅଳାଁଡୁବାରେ ଥିବା ସରସ୍ବତୀ ଶିଶୁ ବିଦ୍ଯାମନ୍ଦିର ଚଳିତ ମେଟ୍ରିକ ପରୀକ୍ଷା ଫଳାଫଳ ଶତପ୍ରତିଶତ ସ୍ଥାନ ଅଧିକାର କରିଛି l ଏଠାରେ ସମୁଦାୟ ୧୨୦ ଜଣ ପକୀକ୍ଷାର୍ଥୀ ମେଟ୍ରିକ ପରୀକ୍ଷା ଦେଇଥିଲେ l ସେଥିରୁ A1 ୩ ଜଣ, A2 ୨୦ ଜଣ, B1 ୨୮ ଜଣ, B2 ୪୦ ଜଣ, C ୨୫ ଜଣ ଓ D ୪ ଜଣ ପାଇଥିଲେ l ସେଥିମଧ୍ଯରୁ ୩ ଜଣ ଛାତ୍ରଛାତ୍ରୀ ୯୦ ପ୍ରତିଶତରୁ ଅଧିକ ନମ୍ବର ରଖି ବିଦ୍ଯାଳୟର ନାଁ ବହୁଗୁଣିତ କରିଛନ୍ତି l ସେମାନେ ହେଲେ ମୀନାକ୍ଷୀ ମହାନ୍ତ, ପିତା ନିଲମୋହନ ମହାନ୍ତ, ମାତା ସନ୍ତୋଶିନୀ ମହାନ୍ତ, ଘର ଅଳାଁଡୁବା, ରଖିଥିବା ନମ୍ବର ୫୬୦ ଅର୍ଥାତ୍ ୯୩.୩୩% , ସତ୍ଯଜିତ ମହାନ୍ତ, ପିତା ସଞ୍ଜୟ କୁମାର ମହାନ୍ତ, ମାତା ସୁଚିସ୍ମିତା ମହାନ୍ତ, ଘର ବାଇଦାପୋଷି, ରଖିଥିବା ନମ୍ବର ୫୬୦ ଅର୍ଥାତ୍ ୯୩.୩୩% ଓ ଶୁଭସ୍ମିତା ମହାନ୍ତ ପିତା ଦୁଷ୍ମନ୍ତ ମହାନ୍ତ, ମାତା ଦୀପାଳି ମହାନ୍ତ, ଘର ଅଳାଁଡୁବା, ରଖିଥିବା ନମ୍ବର ୫୪୨ ଅର୍ଥାତ୍ ୯୦.୩୩% l ଆମ ପ୍ରତିନିଧି ଛାତ୍ରଛାତ୍ରୀମାନଙ୍କ ପାଖକୁ ଯାଇ ସେମାନଙ୍କ ସଫଳତା ର ରହସ୍ଯ କଥା ପଚାରି ବୁଝିଥିଲେ l ସେମାନଙ୍କ କହିବା ଅନୁଯାୟୀ ସେମାନେ ଦିନକୁ ୧୨ ଘଣ୍ଟାରୁ ୧୬ ଘଣ୍ଟା ପରିଶ୍ରମ କରୁଥିଲେ l ବିଦ୍ଯାଳୟ ନିୟମିତ ଆସୁଥିଲେ , ଗୁରୁଜୀଗୁରୁମା ଯାହା ଅଧ୍ଯୟନ ଦେଉଥିଲେ, ତାହାକୁ ସୁଚାରୂରୂପେ ସମ୍ପାଦନ କରୁଥିଲେ l ଏହି କୁତିତ୍ବ ପାଇଁ ଭଗବାନଙ୍କ ଆଶିର୍ବାଦ, ବାପାମାଆଙ୍କ ପ୍ରେରଣା ଓ ବିଦ୍ଯାଳୟର ସମସ୍ତ ଗୁରୁଜୀଗୁରୁମାଙ୍କୁ ଧୈୟ ଦେଇଛନ୍ତି l ଭବିଷ୍ଯତରେ ଶୁଭସ୍ମିତା ମହାନ୍ତ ପ୍ରଶାସନିକ ଅଧିକାରୀ ହୋଇ ସମାଜ ସେବା କରିବା କଥା କହିଥିଲା ବେଳେ ମୀନାକ୍ଷୀ ମହାନ୍ତ ଭବିଷ୍ଯତରେ ଡାକ୍ତର ହେବେ ବୋଲି କହିଛନ୍ତି l ଏଥିରୁ ଜଣାପଡେ, ରାଇରଙ୍ଗପୁର ସରସ୍ବତୀ ଶିଶୁ ବିଦ୍ଯା ମନ୍ଦିରର ଛାତ୍ରଛାତ୍ରୀମାନେ ପାଠପଢା, ଖେଳକୁଦ, କଳାକୌତୁକ ତଥା ଅନ୍ଯାନ୍ଯ ଆନୁଷଙ୍ଗିକ କାର୍ଯ୍ଯକ୍ରମରେ କୁତିତ୍ବ ଅର୍ଜନ କରି ବିଦ୍ଯାଳୟର ସୁନାମ ଓ ଖ୍ଯାତି ରଖିପାରିଛନ୍ତି l ପ୍ରଧାନଗୁରୁଜୀ ଚିତ୍ତରଂଜନ ମହାନ୍ତ କହିଥିଲେ ଯେ ଉତ୍ତମ ପାଠପଢା, ଆବଶ୍ଯକ ସ୍ଥଳେ ଅଧିକ ସମୟ କ୍ଲାସ ଓ ଭାରତୀୟ ଶିକ୍ଷାନୀତି ଓ ପ୍ରଣାଳୀ କୁ ମର୍ମେ ମର୍ମେ ପାଳନ କରିଆସୁଛନ୍ତି l ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ

