Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ବାଲେଶ୍ଵର, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଖଇରା ବ୍କକର ଡୁଙ୍ଗୁରା ଦର୍ଶନ ପ୍ରସାଦ ବିଦ୍ୟାଳୟର ଚଳିତ ମାଟ୍ରିକ ପରୀକ୍ଷାରେ ଟପ୍ପର ହୋଇଛନ୍ତି, ସମୀକ୍ଷା ସମନ୍ପିତା ଶତପଥୀ,
ବାଲେଶ୍ଵର ଜିଲ୍ଲା ଖଇରା ବ୍କକର ଡୁଙ୍ଗୁରା ଦର୍ଶନ ପ୍ରସାଦ ସରକାରୀ ହାଇସ୍କୁଲର ଖଇରା ବ୍କକର ଟପ୍ପର ହୋଇଛନ୍ତି, ସୁଶ୍ରୀ ସମୀକ୍ଷା ସମନ୍ପିତା ଶତପଥୀ, ଚଳିତବର୍ଷ ମାଟ୍ରିକ ପରୀକ୍ଷାରେ ୫୮୨ ନମ୍ବର ରଖି ଟପ୍ପର ହେବା ବେଳେ ବାଲେଶ୍ଵର ଜିଲ୍ଲାର ଦ୍ୱିତୀୟ ସର୍ବାଧିକ ନମ୍ବର ରଖି ବିଦ୍ୟାଳୟର ଗୈରବକୁ ବହୁଗୁଣିତ କରିଛନ୍ତି, ଏ ଯାବତ୍ ବିଦ୍ୟାଳୟର ମଧ୍ୟ ଏହା ସର୍ବାଧିକ ସଫଳତା । ଆଜି ବିଦ୍ୟାଳୟ ତରଫରୁ ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀ ତଥା ଛାତ୍ର ସଂସଦ ତାଙ୍କ ବାସଭବନରେ ପହଞି ଫୁଲତୋଡ଼ା ଦେଇ ଓ ମିଠା ଖୁଆଇ ସମ୍ବର୍ଦ୍ଧନା ଜଣାଇବା ସହ ଶତପଥୀଙ୍କ ଉତ୍ତରୋତ୍ତର ଉନ୍ନତି କାମନା କରିଥିଲେ। ସୁଶ୍ରୀ ଶତପଥୀଙ୍କ ବାପା ଅଧାପକ ସଞ୍ଜୟ କୁମାର ଶତପଥି,ଓ ମାତା ଶିକ୍ଷୟିତ୍ରୀ ଗୀତା ପ୍ରଭା ପାଢୀଙ୍କୁ ମଧ୍ୟ ବିଦ୍ୟାଳୟ ତରଫରୁ ଶୁଭେଚ୍ଛା ଓ ଅଭିନନ୍ଦନ ଜ୍ଞାପନ କରାଯାଇଥିଲା,ବାଲେଶ୍ଵର ଖଇରାରୁ ପଦ୍ମଲୋଚନ ଦାସ