Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିଳମ୍ବିତ ରାତିରେ ବନ୍ଧୁକ ଲଗାଇ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ ) 2

ଜଗତସିଂହପୁର , 03/05/2025, ବିକ୍ରମ ଓଡ଼ିଶା ନିୟୁଜ: (ବିଳମ୍ବିତ ରାତିରେ ବନ୍ଧୁକ ଲଗାଇ ଘରେ କଳାକନା ବୁଲାଇଲେ ଦୁର୍ବୁତ୍ତ )ଜଗତସିଂହପୁର
Article Image
ତା =3/5/25ଜଗତସିଂହପୁର ଜ଼ିଲ୍ଲା ର ପୂରପଲ୍ଲୀ ରେ ଆଇନି କାନୁନ ସମ୍ପୂର୍ଣ ବିପର୍ଯ୍ୟସ୍ତ ହୋଇପଡିଛି | ଦୈନ ଦିନ ଚୋରୀ, ରାହାଜାନି ବୃଦ୍ଧି ପାଇବାରେ ଲାଗିଛି | ଜନ ସାଧାରଣ ଘରେ ମଧ୍ୟ୍ୟ ନିଜକୁ ସୁରକ୍ଷିତ ମନେ କରୁନାହାନ୍ତି | ଏପରି କ୍ଷେତ୍ର ରେ ଜ଼ିଲ୍ଲା ପୋଲିସ ଉପରେ ଜନ ସାଧାରଣ ଅସ୍ଥା ହରାଇବସିଛନ୍ତି |ଖବର ନେବାରେ ଜଣାଯାଇଛି ବିରିଡି ଥାନା ଅନ୍ତର୍ଗତ ଅଣଖିଆ ସ୍ଥିତ ଦଣ୍ଡିଲୋ ଗ୍ରାମର ସୁକାନ୍ତ ମହାରଣା ଙ୍କ ପରିବାର ବିଳମ୍ବିତ ରାତିରେ ସୋଇଥିବା ସମୟରେ ପଞ୍ଚାଜଣ ଦୁର୍ବୁତ୍ତ ଘର ର ପଛପଟେ ଦୁଆର ମୁହଁ ଗ୍ରିଲ ଏବଂ କବାଟ ତାଡି ଗୃହ ମଧ୍ୟକୁ ପ୍ରବେଶ କରିଥିଲେ | ପରିବାର ସଦସ୍ୟ ଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଭୟଭୀତ କରାଇ ବାନ୍ଧି ପକାଇ ଘରେ ଥିବା ଆସବାସ ପତ୍ର, ସୂନା, ରୁପା ଅଳଙ୍କାର, ଲକ୍ଷ ଲକ୍ଷ ଟଙ୍କା ଲୁଟିନେଇଯାଇଥିଲେ ବୋଲି ସୁକାନ୍ତ ଚନ୍ଦ୍ର ମହାରଣା ବିରିଡି ଥାନାରେ ଅଭିଯୋଗ କରଛନ୍ତି | ପୋଲିସ ଏକ ମକଦମା ୠଜୁକରି ତଦନ୍ତ ଚଳାଇଛି |
Article Image
ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ