Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ର ଙ୍କୁ ସମ୍ବର୍ଦ୍ଧିତ ) 3

ଜଗତସିଂହପୁର , 03/05/2025, ବିକ୍ରମ ଓଡ଼ିଶା ନିୟୁଜ: (ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ର ଙ୍କୁ ସମ୍ବର୍ଦ୍ଧିତ )ଜଗତସିଂହପୁର
Article Image
ତା =3/5/25ଗତ ଶୁକ୍ରବାର ଅପରାହ୍ନ ରେ ଚଳିତ ବର୍ଷ ହାଇସ୍କୁଲ ସାଟିଫିକେଟ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି | ଏଥିରେ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ମେଧାବୀ ଛାତ୍ର ସାତ୍ତ୍ଵିକ ସାଗର ରଥ ସର୍ବାଧିକ 550 ନମ୍ବର(91:66%) ରଖି ଗ୍ରେଡ଼ A=1ରେ ଉତୀର୍ଣ୍ଣ ହୋଇ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ତଥା ଶିକ୍ଷା କ୍ଷେତ୍ର ରେ ଜଗତସିଂହପୁର ଜ଼ିଲ୍ଲା ରେ ଗୌରବ ଅର୍ଜନ କରିଛନ୍ତି | ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟ ପକ୍ଷରୁ ମେଧାବୀ ଛାତ୍ର ସାତ୍ତ୍ଵିକ ସାଗର ରଥ ଙ୍କୁ ସିଦ୍ଧଳ ସରକାରୀ ଉଚ୍ଚ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଦିଲ୍ଲୀପ କୁମାର ଦାସ, ରାକେଶ ପତି, ମେଧାବୀ ଛାତ୍ର ଙ୍କ ପିତା ପ୍ରକାଶ କୁମାର ରଥ, ମାତା ଶିକ୍ଷୟତ୍ରୀ ବ୍ରହ୍ମମୟୀ ମିଶ୍ର, ସ୍ତମ୍ଭକାର ବୈକୁଣ୍ଠ ନାଥ ମିଶ୍ର ବିଦ୍ୟାଳୟ ପରିଚାଳନା କମିଟି ସଭାପତି ନରେନ୍ଦ୍ର ଚାନ୍ଦ, ଉପ ସଭାପତି ସୁରପ୍ରଭା ନାୟକ ପୁରାତନ ଛାତ୍ର ସଂସଦ ସଭାପତି ଜ୍ୟୋତି ରଞ୍ଜନ ପରିଡା, ସରପଞ୍ଚ ସିଦ୍ଧାର୍ଥ ଶଙ୍କର ରାୟ, ସମିତି ସଭ୍ୟା ମୌସୁମୀ ବାରିକ,ପ୍ରମୁଖ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରିବା ସହିତ ସାତ୍ତ୍ଵିକ ସାଗର ଙ୍କ ଉତ୍ତରୋତ୍ତର ଉନ୍ନୀତ କାମନା କରିଛନ୍ତି |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ