Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବେଥାନୀ କନଭେଣ୍ଟ ସ୍କୁଲର ପାସ ହର ଶତପ୍ରତିଶତ 1

ତିର୍ତ୍ତୋଲ, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ବେଥାନୀ କନଭେଣ୍ଟ ସ୍କୁଲର ପାସ ହର ଶତପ୍ରତିଶତତିର୍ତ୍ତୋଲ-୩/୫-(ରିପୋର୍ଟ-ଟୁକନ ସେଠୀ)- ପାରାଦ୍ୱୀପ..ସ୍ଥାନୀୟ ବେଥାନୀ କନଭେଣ୍ଟ ସ୍କୁଲରେ ଚଳିତ ବର୍ଷ କାଉନସିଲ ଫର ଦ ଇଣ୍ଡିଆନ ସ୍କୁଲ ସାର୍ଟିଫିକେଟ ଏକ୍ଜାମ(CISCE)ଆଇ.ସି.ଏସ.ସି ଦଶମ ଶ୍ରେଣୀ ପରୀକ୍ଷା ଫଳ ଗତ ବୁଧବାର ଦିନ ପ୍ରକାଶ ପାଇଛି , ଏଥିରେ ବିଦ୍ୟାଳୟର ଛାତ୍ରୀ ସୁହାନି ଦଳେଇ ସର୍ବାଧିକ ଶତକଡା (95%)ପ୍ରତିଶତ ନମ୍ବର ରଖି ବିଦ୍ୟାଳୟର ଟେକ ରଖିଥିବା ବେଳେ କ୍ରମାଗତଭାବେ ସତ୍ୟବ୍ରତ ବେହେରା ଶତକଡା(94.6%) ପ୍ରତିଶତ ନମ୍ବର ରଖି ଦ୍ୱିତୀୟ , ଶ୍ରୀଦିବ୍ୟଜ୍ୟୋତି ମାଣିକ ଶତକଡା (92.8%) ପ୍ରତିଶତ ନମ୍ବର ରଖି ତୃତୀୟ, ଓ ଶ୍ରୀ ଆଶୁତୋଷ ନାୟକ ଶତକଡା (90.6%)ପ୍ରତିଶତ ନମ୍ବର ରଖି ଚତୁର୍ଥ ସ୍ଥାନ ଅଳଙ୍କୃତ କରିଛନ୍ତି , ପ୍ରକାଶ ଥାଉକି ବିଦ୍ୟାଳୟର ମୋଟ 64 ଜଣ ପରୀକ୍ଷାର୍ଥୀ ଙ୍କ ମଧ୍ୟରୁ 56 ଜଣ ପ୍ରଥମ ଶ୍ରେଣୀରେ କୃତକାର୍ଯ୍ୟ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ 17 ଜଣ ଛାତ୍ର ଛାତ୍ରୀ ଶତକଡା (85%)ପ୍ରତିଶତ ନମ୍ବର ରଖି କୃତକାର୍ଯ୍ୟ ହୋଇଛନ୍ତି, ଏହି ପରିପ୍ରେକ୍ଷୀରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଫାଦର ସୁନୀଲ ଲାକ୍ରା ଓ ପରିଚାଳକ ଫାଦର ନିହାର ରଞ୍ଜନ ପାରିଚ୍ଛା ସମସ୍ତ ଛାତ୍ର ଛାତ୍ରୀ, ଅଭିଭାବକ ତଥା ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରୀ ମାନଙ୍କ ନିଷ୍ଠା ଓ ଅକ୍ଲାନ୍ତ ପରିଶ୍ରମ ଦ୍ୱାରା ଏହା ସମ୍ଭବ ହୋଇପାରିଛି ବୋଲି ମତବ୍ୟକ୍ତ କରିବା ସହ କୃତଜ୍ଞତା ଜଣାଇ ପିଲାମାନଙ୍କର ଉଜ୍ବଳମୟ ଭବିଷ୍ୟତ ଜୀବନ କାମନା କରିଥିଲେ l
Article Image