Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିଜେପି ପକ୍ଷରୁ ବନ୍ଧୁ ମିଳନ, କଂଗ୍ରେସ ଓ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ 20

ନାଉଗାଁ, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ବିଜେପି ପକ୍ଷରୁ ବନ୍ଧୁ ମିଳନ, କଂଗ୍ରେସ ଓ ବିଜେଡି ଛାଡ଼ି ବିଜେପିରେ ମିଶିଲେ ଶତାଧିକ କର୍ମୀ
Article Image
ନାଉଗାଁ, ୩/୫/ ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଲକ ଅନ୍ତର୍ଗତ ରୋହିିଆ ପଞ୍ଚାୟତ ଠାରେ ବିଜେପି ପକ୍ଷରୁ ଏକ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ ହୋଇଯାଇଛି। ଉକ୍ତ ପଞ୍ଚାୟତର ଜଣାଶୁଣା ଆଇନଜୀବି ସୌମ୍ୟରଞ୍ଜନ ମହାନ୍ତି ଓ ବିଜେପି ନେତା କେଦାର ଚରଣ ମହାନ୍ତିଙ୍କ ନେତୃତ୍ୱରେ ଅନୁଷ୍ଠିତ ଏହି ଉତ୍ସବରେ ମୁଖ୍ୟ ଅତିଥିଭାବେ ଜଗତସିଂପୁର ବିଧ୍ୟାୟକ ଅମରେନ୍ଦ୍ର ଦାସ, ସମ୍ମାନୀତ ଅତିଥିଭାବେ ଉକ୍ତ ପଞ୍ଚାୟତର ପୂର୍ବତନ ସରପଞ୍ଚ ଧନେଶ୍ଵର ନାୟକ, ଶିକନ ଶେଖର ସ୍ବାଇଁ, ପ୍ରତାପ କୁମାର ସାହୁ, ରମାକାନ୍ତ ସ୍ବାଇଁ, ବୈରାଗୀ ଚରଣ ନାୟକ, ସାରଦା ପ୍ରସନ୍ନ ସ୍ବାଇଁ, ଦୀପକ ମହାନ୍ତି ପ୍ରମୁଖ ଉପସ୍ଥିତ ରହି ଉକ୍ତ ପଞ୍ଚାୟତର ବିଭିନ୍ନ ସମସ୍ୟା ସମ୍ପର୍କରେ ବିଧ୍ୟାୟକଙ୍କ ସହିତ ଆଲୋଚନା କରିଥିଲେ। ଏବଂ ଏହି କାର୍ଯ୍ୟକ୍ରମରେ ବିଜେପିର ସ୍ୱଚ୍ଛ ଶାସନ ଉପରେ ଅସ୍ଥା ପ୍ରକଟ କରି ଉକ୍ତ ପଞ୍ଚାୟତର ଶତାଧିକ କଂଗ୍ରେସ ଓ ବିଜେଡି କର୍ମୀମାନେ ବିଜେପିରେ ଯୋଗଦାନ କରିଥିଲେ। ଓ ସେମାନଙ୍କୁ ବିଧ୍ୟାୟକ ପୁଷ୍ପଗୁଚ୍ଛ, ଦଳୀୟ ଟୋପି ଓ ଉତ୍ତରୀୟ ପ୍ରଦାନ କରି ଦଳକୁ ସ୍ଵାଗତ କରିଥିଲେ।
Article Image