Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଗ୍ରାମ୍ୟ ନ୍ୟାୟଳୟ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ 7

ନାଉଗାଁ, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଗ୍ରାମ୍ୟ ନ୍ୟାୟଳୟ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ
Article Image
ନାଉଗାଁ ୩/୦୫/ବିକ୍ରମ ଓଡିଶା ନିୟଜୁ,ନାଉଗାଁ ବ୍ଳକ ରେ ଗ୍ରାମ୍ୟ ନ୍ୟାୟଳୟ ନିର୍ମାଣ ନିମନ୍ତେ ସ୍ଥାନ ନିରୂପଣ କଲେ ଜିଲ୍ଲା ଜଜ୍‌ ଓ ଉପଜିଲ୍ଲାପାଳ l ସୂଚନା ମୁତାବକ ଆଜି ଦିନ ସମୟରେ ନାଉଗାଁ ରେ ଗ୍ରାମ୍ୟନ୍ୟାୟଳୟ ପ୍ରତିଷ୍ଠା ନିମନ୍ତେ ସ୍ଥାନ ନିରୂପଣ କରିଛନ୍ତି ଜଗତସିଂହପୁର ଜିଲ୍ଲା ଜଜ ଶ୍ରୀନିବାସ ପ୍ରତିହାରୀ ଓ ଉପ ଜିଲ୍ଲାପାଳ ପ୍ରଶାନ୍ତ ତରାଇ l ତେବେ ନାଉଗାଁ ତହସିଲ ସମ୍ମୁଖରେ ଥିବା ସରକାରୀ ଜମିରେ ନିର୍ମାଣ ପାଇଁ ସ୍ଥିର କରାଯାଇ ଥିବା ବେଳେ ଅସ୍ଥାୟୀ ଭାବେ ଏକ ମାସ ଭିତରେ ବ୍ଳକଛକ ସ୍ଥିତି ସରକାରୀ ଡାକ ବଙ୍ଗାଳ ରେ କୋର୍ଟ କାଯ୍ୟ ଚାଲୁ ରହିବ ବୋଲି ସ୍ଥିର କରାଯାଇଛି l ଅନ୍ୟପଟେ ଏହି ସ୍ଥାନ ନିରୂପଣ କାର୍ଯ୍ୟକ୍ରମ ରେ ନାଉଗାଁ ତହସିଲଦାର, ନାଉଗାଁ ଥାନା ଅଧିକାରୀ ଙ୍କ ସହିତ ସରକାରୀ ଓକିଲ ସୁରେନ୍ଦ୍ର ଦାସ ଉପସ୍ଥିତ ରହିଥିବା ର ଦେଖା ଯାଇଛି l
Article Image
Article Image