Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ରାଇରଙ୍ଗପୁର, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: : ମହିଳା ମହାବିଦ୍ୟାଳୟରେ ବିଶ୍ବ ପ୍ରେସ ସ୍ବାଧୀନତା ଦିବସ ପାଳିତରାଇରଙ୍ଗପୁର : : ରାଇରଙ୍ଗପୁର ମହିଳା ମହାବିଦ୍ୟାଳୟରେ ଆନ୍ତର୍ଜାତିକ ପ୍ରେସ ସ୍ବାଧୀନତା ଦିବସ ପାଳିତ ହୋଇ ଯାଇଛି। ଅଧ୍ୟକ୍ଷ ରବିଶଙ୍କର ସତପଥିଙ୍କ ମାର୍ଗଦର୍ଶନ ଓ ଆବାହକ ବିଜୟ କୁମାର ରାମଙ୍କ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସର୍ବ ପ୍ରଥମେ ପ୍ରେସ ରିପୋର୍ଟର ମାନଙ୍କୁ ତାଙ୍କର ନିର୍ଭିକ ଓ ନିଷ୍ପକ୍ଷ ସେବା ପାଇଁ ସେଲ୍ୟୁଟ ପ୍ରଦାନ କଲେ। ଅଧ୍ୟକ୍ଷ ଶ୍ରୀ ସତପଥି ଏହି ଦିବସ ର ଇତିହାସ ଆଲୋଚନା କରି ସମସ୍ତ ରିପୋର୍ଟର. ମାନଙ୍କୁ ଅଭିନନ୍ଦନ ଜ୍ଞାପନ କରିଥିଲେ।ବିଜୟ ରାମ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ। ଅଧ୍ୟାପିକା ରାଜଶ୍ରୀ ଦାସ,ଯଶୋଧରା ମହାନ୍ତ, ରେଣୁକା ମହାନ୍ତ, ରାଜବଲ୍ଲଭ ସହିତ ସାଲୁ ମୁର୍ମୁ , ଭାଗବତ ନନ୍ଦ, କୁନୀ ବେହେରା, ସାଓନା ମୁର୍ମୁ , ସୁଲକ୍ଷଣା ପଲେଇ ଓ ଅନ୍ଯାନ୍ଯ କର୍ମଚାରୀମାନେ ଉପସ୍ଥିତ ଥିଲେ। ମୟୂରଭଞ୍ଜ ରାଇରଙ୍ଗପୁର ରୁ ଶ୍ଯାମଳେନ୍ଦୁ ପରିଡାଙ୍କ ରିପୋର୍ଟ