Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଖଇରା, 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷଙ୍କୁ ବିଦାୟ ସମ୍ବର୍ଦ୍ଧନା।

ଖଇରା,୦୩/୦୫():ଖଇରା ମହାବିଦ୍ୟାଳୟର ସଂସ୍କୃତ ବିଭାଗ ତରଫରୁ ପ୍ରାକ୍ତନ ଅଧ୍ୟକ୍ଷ ନିରଞ୍ଜନ ପଣ୍ଡାଙ୍କୁ ବିଦାୟକାଳୀନ ସମ୍ବର୍ଦ୍ଧନା କରାଯାଇଛି।ବର୍ତ୍ତମାନର ଭାରପ୍ରାପ୍ତ ଅଧ୍ୟକ୍ଷ ଲକ୍ଷ୍ମୀଧର ନାୟକଙ୍କ ସଭାପତିତ୍ୱରେ ସଂସ୍କୃତ ଅଧ୍ୟାପିକା ଚିନ୍ମୟୀ ପଣ୍ଡାଙ୍କ ଆନୁକୂଲ୍ୟରେ +୩ପ୍ରଥମ, ଦ୍ୱିତୀୟ,ତୃତୀୟ ବର୍ଷର ସଂସ୍କୃତ ସମ୍ମାନର ଆନ୍ତେବାସୀ ଛାତ୍ରଛାତ୍ରୀଙ୍କ ଦ୍ୱାରା ଏକ ବିଦାୟକାଳୀନ ସଭା ଅନୁଷ୍ଠିତ ହୋଇଯାଇଛି।ସର୍ବପ୍ରଥମେ ବିଭାଗୀୟ ମୁଖ୍ୟ ଚିନ୍ମୟୀ ପଣ୍ଡା ମହୋଦୟା ନିଜ ମତରେ ଗୁରୁ ପଣ୍ଡା ସରଙ୍କୁ କେହି ବିଦାୟ ଦେଇପାରିବେ ନାହିଁ ସେ ସର୍ବଦା ସମସ୍ତଙ୍କ ଅନ୍ତରରେ ରହିଛନ୍ତି ରହିବେ ମଧ୍ୟ ବୋଲି କହିଛନ୍ତି।ମୁଖ୍ୟ ବକ୍ତା ଦୀନବନ୍ଧୁ ଦେ ନିଜର ଅଭିଭାଷଣରେ ପଣ୍ଡା ସାର୍ ଆଚରଣ ଉଚ୍ଚାରଣ ମୁର୍ତ୍ତିମନ୍ତ୍ର ବିଗ୍ରହ ଅଟନ୍ତି ବୋଲି କହିଥିଲେ।ପଞ୍ଚମ ବେଦର ପ୍ରମୁଖ ଡ଼ା. ସୁଜିତ ଛାଟିଆ ସଂସ୍କୃତ ବିନା ଜୀବସମାଜ ପସୁତୁଲ୍ୟ ହୋଇଯିବ,ଏଣୁ ସମସ୍ତେ ସଂସ୍କୃତ ଉଚିତ ବେଦ,ମହାପୁରାଣ ଉପନିଷଦକୁ ଆଜି ସମୟରେ ଆପଣାଇଅବକୁ ପଡ଼ିବ।ଫଳରେ ସମାଜ ଏକ ଉନ୍ନତ ସମାଜରେ ପରିଣତ ହୋଇପାରିବ।ଉପସ୍ଥିତ ଡା. ଉଦୟ ରଞ୍ଜନ ଦାସ ନିଜର ମତରଖି କହିଥିଲେ ଆଧ୍ୟାତ୍ମିକତା ହିଁ ଜୀବନର ଏକମାତ୍ର ଆଲୋକ ବର୍ତ୍ତିକା।ଅନୁଷ୍ଠାନର ବଡ଼ବାବୁ ଅକ୍ଷାଂଶୁ କୁମାର ଦଳାଇ, ଦେଵବ୍ରତୀ ଦାସ,ତୃପ୍ତିମୟୀ ଗିରି ପ୍ରଭୁତି ଯୋଗଦାନ କରିଥିଲେ।ଶେଷରେ ସଂସ୍କୃତ ବିଭାଗ ତରଫରୁ ମାନପତ୍ର ଉପଢୋକନ,ଫୁଲ ଗଛ ଦେଇ ସମ୍ମାନୀତ କରାଯାଇଥିଲା।