କାକଟପୁର, 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ଚତୁର୍ଥ ବାର୍ଷିକୀ ବଲରା ମହୋତ୍ସବ ଅନୁଷ୍ଠିତ

(ସାମ୍ବାଦିକ ଙ୍କୁ ସନ୍ନମାନିତ କଲେ ଅତିଥି )କାକଟପୁର 26/4 ( ତୁଷାର ଦୀକ୍ଷିତ ) କାକଟପୁର ବ୍ଲକ ଅନ୍ତର୍ଗତ ବଲରା ଠାରେ ଅନୁଷ୍ଠିତ ହୋଇଯାଇଛି ବଲରା ମହୋତ୍ସବ, ଗ୍ରାମବାସୀ ଏବଂ ଯୁବ ବର୍ଗ ମାନଙ୍କ ତରଫରୁ ଆଜକୁ ଚାରିବର୍ଷ ହେବ ଗ୍ରାମର ଯୁବ ଗୋଷ୍ଠୀ ମାନଙ୍କ ନିଷ୍ଠା, ନିଷ୍ଠା ଓ ପ୍ରଚେଷ୍ଟା ଫଳରେ ଏହି ମହୋତ୍ସବ ଅନୁଷ୍ଠିତ ହୋଇଥିବା ବେଳେ ଯୁବ ବର୍ଗ ବେଶ ଖୁସିଥିବା ଦେଖା ଦେଇଥିଲା,ପ୍ରତି ବର୍ଷ ପାଖ ଅଞ୍ଚଳ ରେ ବିଭିନ୍ନ ପାଠ୍ୟ କ୍ରମ ଓ ବିଭିନ୍ନ ଦିଗରେ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ବିଶେଷ ମାନଙ୍କୁ ଅନୁଷ୍ଠାନ ତରଫରୁ ମାନପତ୍ର ଓ ଟ୍ରଫି ପ୍ରଦାନ କରା ଯାଇଥିଲା, ସିନିଅର ବର୍ଗ ରେ ବେଷ୍ଟ ଡ୍ୟାନ୍ସଗୁପ ଭାବେ ନାଟରାଜ ଡ୍ୟାନ୍ସ ଏକାଡେମୀ ନିମାପଡା କଓ ଜୁନିଅର ଡ୍ୟାନ୍ସ ଏକାଡେମୀ ଭାବେ ବାଙ୍ଗୁରୀଗାଁ ନୃତ୍ୟ ସାଗର ଡ୍ୟାନ୍ସ ଏକାଡେମୀ କୁ ପୁରସ୍କୃତ କରାଯାଇଥିଲା ,ତତ ସହିତ କାକଟପୁର ର ଉଦୟମାନ ଯୁବ ସାମ୍ବାଦିକ ତଥା ଗୋପବନ୍ଧୁ ଯୁବ ଅନୁଷ୍ଠାନ ( ଜିଉଁନ୍ତି ) ସମ୍ପାଦକ ଆଦିତ୍ୟ କୁମାର ରାଉତ ଙ୍କୁ ସନ୍ନମାନିତ କରିଥିବା ବେଳେ କୋଣାର୍କ ର ପ୍ରକୁତି ପ୍ରେମୀ ତଥା ସାମ୍ବାଦିକ ଜ୍ଞାନ ରଞ୍ଜନ ବିଶ୍ୱାଳ ଙ୍କୁ ଅତିଥି ମାନେ ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ,ଏହି ମହୋତ୍ସବ ରେ ପୁରୁଣା କଳା, ସଂସ୍କୃତି ପରମ୍ପରା କୁ ଉଜ୍ଜୀବିତ କରି ରଖିବା ଏହି ମହୋତ୍ସବ କମିଟି ର ମୂଳ ଲକ୍ଷ୍ୟ ବୋଲି କାର୍ଯ୍ୟକ୍ରମ ରେ ସାଂସଦ ପ୍ରତିନିଧି ସୁଦର୍ଶନ ସ୍ୱାଇଁ ମତ ବ୍ୟକ୍ତ କରିଥିବା ବେଳେ ,ଏହି ମହୋତ୍ସବ ରେ ସମାଜସେବୀ ରଂଜିତ କୁମାର ସ୍ୱାଇଁ,ଯୁବ କଂଗ୍ରେସ ନେତା ସୌମକାନ୍ତ ଖୁଣ୍ଟିଆ,ବିଜେପି ଯୁବ ସଂଗଠନ ପ୍ରିୟ ବ୍ରତ ବିଶ୍ୱାଳ ପାରଦର୍ଶିତା ଲାଭ କରିଥିବା ବ୍ୟକ୍ତି ଙ୍କୁ କପ ଓ ଟ୍ରଫି ପ୍ରଦାନ କରିଥିଲେ,ଉତ୍ସବ ର ପ୍ରତିଷ୍ଠାତା ତାପସ କୁମାର କାଣ୍ଡି, ସଭାପତି ଭକ୍ତ ପ୍ରସାଦ କାଣ୍ଡି,ଉପସଭାପତି ହୁଲାସ କାଣ୍ଡି,ସମ୍ପାଦକ ତପନ ଦାସ, ରୁପେଶ ରଞ୍ଜନ ସାହୂ,ଚିନ୍ମୟ ମଲ୍ଲିକ,ଅଜୟ କାଣ୍ଡି,ଅରକ୍ଷୀତ କାଣ୍ଡି,ପ୍ରମୁଖ କାର୍ଯ୍ୟକ୍ରମ ରେ ସାମିଲ ହୋଇ କାର୍ଯ୍ୟ କିପରି ସରସ ସୁନ୍ଦର ହୋଇପାରିବ ତା ଉପରେ ଧ୍ୟାନ ରଖିଥିଲେ, ଏହି କାର୍ଯ୍ୟକ୍ରମ ରେ କାକଟପୁର ଅଞ୍ଚଳ ରୁ ହଜାର ରୁ ଉର୍ଦ୍ଧ ଦର୍ଶକ କାର୍ଯ୍ୟକ୍ରମ କୁ ଉପଭୋଗ କରିଥିଲେ,