Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବିଧାୟକ ଙ୍କ କାର୍ଯ୍ୟ ଶୈଳୀ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଉଗାଁ ବ୍ଲକ୍ ରୋହିହା ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ବିଜେପି ରେ ଯୋଗ ଦେଲ 4

ଜଗତସିଂହପୁର , 03/05/2025, ବିକ୍ରମ ଓଡ଼ିଶା ନିୟୁଜ: ବିଧାୟକ ଙ୍କ କାର୍ଯ୍ୟ ଶୈଳୀ ଏବଂ ଆଦର୍ଶରେ ଅନୁପ୍ରାଣିତ ହୋଇ ନାଉଗାଁ ବ୍ଲକ୍ ରୋହିହା ପଞ୍ଚାୟତ ର ଶତାଧିକ ବିଜେଡି କର୍ମୀ ବିଜେପି ରେ ଯୋଗ ଦେଲ
Article Image
ହଁ ଆଜ୍ଞା ଦର୍ଶକ ବନ୍ଧୁ ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଜଗତସିଂହପୁର ଜିଲ୍ଲା ଜଗତସିଂହପୁର ନିର୍ବାଚନମଣ୍ଡଳୀ ନାଉଗାଁ ବ୍ଲକ୍ ସଦର ରୋହିହା ପଞ୍ଚାୟତ ର ବିଜେଡି ଗଡ଼ କହିଲେ ଅତ୍ୟୁକ୍ତି ହେବ ନାହିଁ ଆଜି ସେହି ବିଜେଡି ଗଡ଼ ଦୁଇଫାଳ ହୋଇଗଲା ଯେଉଁ ବିଜେଡି କର୍ମୀ ଙ୍କୁ ନେଇ ଦିନେ ବିଜେଡି ର କୁଜି ନେତା ଓ ବାହୁବଳୀ ନେତା ଗର୍ବ କରୁଥିଲେ ସେହି କୁଜି ନେତା ଓ ବାହୁବଳୀ ନେତାଙ୍କ ପୋଲ ଖୋଲିଦେଲେ ବିଜେଡି କର୍ମୀ କିଭଳି କର୍ମୀ ମାନଙ୍କ ନାମରେ କୁଜି ନେତା ହେଉଥିଲେ ମାଲାମାଲ ଓ କର୍ମୀ ପାଉଥିଲେ ନିର୍ଯାତନା। କିଭଳି କର୍ମୀ ମାନଙ୍କୁ ଢାଲକରି ବିଜେଡି ର କୁଜି ନେତା କରୁଥିଲେ ଲୁଟ୍। ଏବଂ ପଞ୍ଚାୟତ ରେ କରୁଥିଲେ ଦୃର୍ନୀତି ଓ ଅନାୟ ଜାହାକୁ ନେଇ ତ୍ରାହି ତ୍ରାହି ଡାକୁଥିଲେ କର୍ମୀ ଖୋଜୁଥିଲେ ବାଟ ଶେଷରେ ଭାରତୀୟ ଜନତା ପାର୍ଟି ର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଭାଇ ମୋଦୀଓ ରାଜ୍ୟ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ଜଗତସିଂହପୁର ନିର୍ବାଚନମଣ୍ଡଳୀ ର ବିଧାୟକ ଙ୍କ ଜନସେବା ଓ କାର୍ଯ୍ୟ ଶୈଳୀ ଓ ଆଦର୍ଶରେ ଅନୁପ୍ରାଣିତ ହୋଇ ରୋହିଆ ପଞ୍ଚାୟତ ର ଯୁବନେତା ଜିତୁ ବାବୁ ଙ୍କ ନେତୃତ୍ବରେ ଶତାଧିକ ବିଜେଡି କର୍ମୀ ବିଜେଡି କୁ ପ୍ରତ୍ୟାଖ୍ୟାନ କରି ଆଜି ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଉପସ୍ତିତୀ ରେ ସ୍ଥାନୀୟ ଯୋଗଧାରି ସର୍କିଟ ହାଉସ ପରିସରରେ ବିଜେପି ରେ ଯୋଗଦେଇଛନ୍ତି। ଜାହାକୁ ନେଇ ସାଧାରଣରେ ଚର୍ଚ୍ଚା ଛୁଟିବାରେ ଲାଗିଛି ସେପଟେ ବିଜେଡି ଆଗକୁ ତାର ଅସ୍ତିତ୍ବ ହରେଇବ ବୋଲି ବିଭିନ୍ନ ବୁଦ୍ଧିଜୀବୀ ମହଲରେ ଚର୍ଚ୍ଚା ଜୋର ଧରିଛି । ଅନ୍ୟପଟେ ରୋହିହା ପଞ୍ଚାୟତ କୁ କିଭଳି ଆଦର୍ଶ ପଞ୍ଚାୟତ ରେ ଗଢିତୋଳିବା ଲଖ୍ୟ ଓ ଲୋକଙ୍କ ସମସ୍ୟା କିଭଳି ଦୁର ହେବ ସେଥିପାଇଁ ଦଳବଳ ଛାଡି ସମସ୍ତ ଜନସାଧାରଣ ଏକ ହେବାକୁ ଜଗତସିଂହପୁର ବିଧାୟକ ଅମରେନ୍ଦ୍ର ଦାସ ରୋହିଆ ପଞ୍ଚାୟତ ର ଲୋକଙ୍କୁ ଏକ ହେବାକୁ ଆହ୍ବାନ କରିଥିଲେ। ପ୍ରଥମେ ମୋର ଲଖ୍ୟ ଲୋକଙ୍କ ସେବା ମୁଁ ନେତା ନୁହେଁ ମୁଁ ଜଣେ ଆପଣଙ୍କ ଭଳି ଜଣେ କର୍ମୀ ମୁଁ ଆଜି ବିଧାୟକ ହୋଇଛି ଆପଣମାନଙ୍କ ଭଳି ଲୋକଙ୍କ ସହଯୋଗ ରେ। ବିଜେପି ଦଳର ବିଧାୟକ। ତେଣୁ ଆପଣଙ୍କ ର ଦାଇତ୍ୱ ନେବା ସେବା କରିବା ଏବଂ ସମସ୍ୟା ବୁଝିବା ସହିତ ସମାଧାନ କରିବାକୁ ଆସିଛି। ଏହି କେଇ ପଦ କଥା ଆଜି ଶତାଧିକ ବିଜେଡି କର୍ମୀ ବିଜେପି ରେ ଯୋଗ ଦେବାବେଳେ ବିଧାୟକ ଅମରେନ୍ଦ୍ର ଦାସ ଙ୍କ ଏଭଳି ବାର୍ତ୍ତା କୁ ନେଇ ବିଭୋର ହୋଇ ଜୟ ଜୟ ଅମରେନ୍ଦ୍ର ଦାସ ଜୟ ମୋହନ୍ ଚରଣ ମାଝୀ ଓ ନରେନ୍ଦ୍ର ଭାଇ ମୋଦୀଙ୍କ ସ୍ଲୋଗାନ ଦେଇ ଆନନ୍ଦରେ ନାଚି ଉଠିବା ସହିତ ନିଜ ନିଜ ଭିତରେ ମିଠାଖୁଆଇ କିଛି ସମୟ ଘଟଣାସ୍ଥଳରେ ଏକ ଉନ୍ମାଦନା ଶୃଷ୍ଟି ହୋଇଥିଲା ଓ ବିଧାୟକ ଙ୍କ ଏଭଳି ବାକ୍ୟ ଦିର୍ଘ 24 ବର୍ଷର ବିଜେଡି ଲଗାଇଥିବା ନିଆଁରେ ଜନ୍ତ୍ରଣାରେ ଛଟପଟ ହେଉଥିବା ଶତାଧିକ ବିଜେଡି କର୍ମୀ ଙ୍କ ଜଳୁଥିବା ନିଆଁ ଆଜି ମନରେ କରିଦେଇଛି ଏକ ନୁଆ ଆସା ଓ ଭରସା ବୋଲି ଘଟଣାସ୍ଥଳରେ ଦେଖିବାକୁ ମିଳିଛିଜଗତସିଂହପୁର ଜିଲ୍ଲା ରୁ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ରିପୋର୍ଟ