Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶନିଶ୍ଚର ଓଷା ଉପଲକ୍ଷେ ଖଣ୍ଡାହତା ଗ୍ରାମବାସୀଙ୍କ ପକ୍ଷରୁ ଜଳଛତ୍ର ଦହି ସର୍ବତ ବଣ୍ଟନ 3

ଯାଜପୁର, 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶନିଶ୍ଚର ଓଷା ଉପଲକ୍ଷେ ଖଣ୍ଡାହତା ଗ୍ରାମବାସୀଙ୍କ ପକ୍ଷରୁ ଜଳଛତ୍ର ଦହି ସର୍ବତ ବଣ୍ଟନ
Article Image
ଯାଜପୁର, ୩/୫, ଗ୍ରହର ରାଜା ନ୍ୟାୟର ଦେବତା ଶନି ଦେବ ପ୍ରଭୁଙ୍କର ଆଜି ଶନିଶ୍ଚର ଓଷା ଉପଲକ୍ଷେ ଗ୍ରୀଷ୍ମ ପ୍ରବାହ ଅସହ୍ୟ ହେଉଛି। ଗରମ ଗୁଳିଗୁଳି ଓ ଖରା ଦିନର ତାପମାତ୍ରାକୁ ନଜରରେ ରଖି ଯାତ୍ରୀ ମାନଙ୍କ ତୁଷା ମେଣ୍ଟାଇବା ପାଇଁ ଜଳ ହଁ ଜୀବନ ଜଳ ହଁ ଅମୃତ ଜଳ ସେବା ପ୍ରଦାନ କରିଛନ୍ତି। ସାମାଜିକ ସଂଗଠନ ଖଣ୍ଡାହତା ଗ୍ରାମବାସୀଙ୍କ ତରଫରୁ ବ୍ୟାସନଗର ଖଣ୍ଡାହତା ଛକରେ ଆଜି ଶନିଶ୍ଚର ଯଜ୍ଞ ଶୁଭ ଅବସରରେ ମନ୍ଦିରକୁ ଶନି ଓଷା ପୂଜା କରିବାକୁ ଆସୁଥିବା ଯାତ୍ରୀ ଭକ୍ତ ମାନଙ୍କୁ ଜଳଛତ୍ର କରାଯାଇ ଦହି ସର୍ବତ ବଣ୍ଟନ କରାଯାଇ ସେବା କାର୍ୟ୍ଯ କରା ଯାଇଥିଲା। ଜଳ ସେବା କାର୍ଯ୍ୟରେ ହଜାର ହଜାର ଯାତ୍ରୀ ମାନେ ଦହି ସର୍ବତ ସେବନ କରି ଆନନ୍ଦିତ ହୋଇ ଖଣ୍ଡାହତା ଗ୍ରାମବାସୀଙ୍କୁ ଶୁଭେଚ୍ଛା ଶୁଭ କାମନା ଜଣାଇ ପ୍ରଶଂସା କରି ଧନ୍ୟବାଦ ଜଣାଇ ଥିଲେ। ଜଳ ସେବା କାର୍ଯ୍ୟକ୍ରମରେ ଯାଜପୁର ରୋଡ଼ ଆଦର୍ଶ ଥାନାର ଥାନା ଅଧିକାରୀ ଉପେନ୍ଦ୍ର ପ୍ରଧାନ ଶୁଭ ଉଦ୍ଘାଟନ କରିଥିଲେ।ନିରଞ୍ଜନ ରାଉତ, ବିକାଶ ଜେନା,ସୁବ୍ରାନ୍ତ ରାଉତରାୟ ,ପୁଣ୍ଟା ରାଉତ, ଆଶିଷ ରାଉତ,ଅଭୟ ରାଉତ, ସୁରେଶ ସ୍ୱାଇଁ ଓ ଖଣ୍ଡାହତା
Article Image
ଗ୍ରାମର ମୁରବି ମାନେ ଉପସ୍ଥିତ ରହି ସେବା କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ ।