ତିର୍ତ୍ତୋଲ, 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ଜ୍ଞାନ ବିଜ୍ଞାନ ବିଦ୍ୟାଳୟର ବାର୍ଷିକ ଉତ୍ସବ ତିର୍ତ୍ତୋଲ ୩/୫- (ରିପୋର୍ଟ-ଟୁକନ ସେଠୀ)-ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଆମ୍ବେରୀ ପଞ୍ଚାୟତ ଅରିଲୋ ଶିଶୁ ଅନନ୍ତ ଆଶ୍ରମ ପରିସରରେ ପ୍ରତିଷ୍ଠିତ ଜ୍ଞାନ ବିଜ୍ଞାନ ବିଦ୍ୟାଳୟର ତ୍ରୟୋଦଶତମ ବାର୍ଷିକ ଉତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି l ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବେ ବିଶିଷ୍ଟ ପ୍ରବଚକ ବାବା ଦିବାକର ଦାସ ପିଲାମାନଙ୍କୁ ଚରିତ୍ରବାନ ଏବଂ କର୍ତ୍ତବ୍ୟ ନିଷ୍ଠ ହେବା ପାଇଁ ଉପଦେଶ ପ୍ରଦାନ କରିଥିଲେ l ବିଦ୍ୟାଳୟର ଅଧକ୍ଷ ରବୀନ୍ଦ୍ର କୁମାର ସାହୁ ସଭାପତିତ୍ୱ କରିଥିଲେ l ସମ୍ମାନିତ ଅତିଥି ଭାବେ ସର୍ବଶ୍ରୀ ନବଘନ ପୃଷ୍ଟି, ସୁଦୀପ୍ତ ସ୍ୱାଇଁ, ମନୋଜ ଦାସ ପ୍ରମୁଖ ଯୋଗଦାନ କରିଥିଲେ l କାଳନ୍ଦୀ ଚରଣ ବେହେରା ଧନ୍ୟବାଦ ଅର୍ପଣ କରିଥିଲେ l ଶେଷରେ ପିଲାମାନଙ୍କୁ ପୁରସ୍କାର ବିତରଣ ଓ ପରେ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ କରାଯାଇଥିଲା l