Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଶନିଶ୍ଚରଙ୍କ ପୀଠରେ ଜଳାଭିଷେକ 2

କୁଜଙ୍ଗ, 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ଶନିଶ୍ଚରଙ୍କ ପୀଠରେ ଜଳାଭିଷେକ କୁଜଙ୍ଗ୩/୫କୁଜଙ୍ଗ ବ୍ଲକ ଗୋପିଆକୁଦ ପଞ୍ଚାୟତ କାଳିଆପାଟ (ଗୋଠଡ଼ିଆ) ଗ୍ରାମ ବାଲ୍ୟମୁକୁନ୍ଦ ମଠ ନିକଟରେ ଗ୍ରହ ରାଜ ଶନିଶ୍ଚର ପୀଠରେ ଜଲଭିଷେକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ବଡି ଭୋରରୁ ହଜାର ହଜାର ଶ୍ରଦ୍ଧାଳୁ ମହିଳା ଓ ପୁରୁଷ ଭକ୍ତ ମାନେ ବୁଲିବନ୍ଧ ନଦୀରୁ ଜଳ ଆଣି ଶନିଶ୍ଚର ପୀଠରେ ଜଳାଭିଷେକ କରିଥିଲେ, ପ୍ରମାଣ ଅକ୍ଷୟ ତୃତୀୟା ଯିବାର ପ୍ରଥମ ଶନିବାର ଶନିଶ୍ଚରଙ୍କ ପୀଠରେ ଜଳାଭିଷେକ କଲେ ଭକ୍ତଙ୍କ ମାନସିକ ଓ ରିଷ୍ଟ ଖଣ୍ଡନ ହୋଇଥାଏ.ଦୀର୍ଘ ସାତବର୍ଷ ରୁ ଉର୍ଦ୍ଧ ହେବ ଗ୍ରହରାଜ ଆଶ୍ୱସ୍ତ ବୃକ୍ଷ ମୂଳେ ପୂଜା ପାଉଛନ୍ତି , ଏହି ପୀଠରେ ଅଲୋକିକ ଶକ୍ତି ଥିବାରୁ ସର୍ବାଧିକ ମହିଳା ଭକ୍ତଙ୍କ ଭିଡ଼ ରହିଥାଏ, ଗ୍ରହରାଜଙ୍କ ବାର୍ଷିକ ପୂଜା ଉତ୍ସବ ଓ ଯଜ୍ଞ ତିନିଦିନ ଧରି ଚାଲିଥିଲା, ପ୍ରତ୍ୟକ ଦିନ ସନ୍ଦ୍ୟାରେ ଭଜନ ଓ କୀର୍ତନ ସହିତ ଭକ୍ତ ମାନଙ୍କ ପାଇଁ ପ୍ରସାଦ ସେବନ କରାଯାଇଥାଏ,କମିଟିର ସଭାନେତ୍ରୀ ରାନୁ ସାମଲ ନେତୃତ୍ୱରେ ସଭ୍ୟ ଓ ସଭ୍ୟା ମାନଙ୍କୁ ସାଙ୍ଗରେ ନେଇ ଗ୍ରହରାଜ ନମନ୍ତେ ଭିକ୍ଷା କରିଥିଲେ, ଦାତାଙ୍କ ଦାନରେ ଉତ୍ସବ ଓ ଯଜ୍ଞ କାର୍ଯ୍ୟକ୍ରମ କରାଯାଇଥିଲା, ଭକ୍ତଙ୍କ ମାନସିକ ପୂର୍ଣ୍ଣ ହୋଇଥିବାରୁ ଶ୍ରୀ ଶ୍ରୀ ଶନିଶ୍ଚର ଦେବଙ୍କୁ ରୁପା ମୁକୁଟ ଦାତା ଦାନ ଦେଇଛନ୍ତି, ଶନିଶ୍ଚର କମିଟିର ଉପଦେଷ୍ଟା ତଥା ସମାଜସେବୀକା ଅବନ୍ତୀ ଦଳାଇ ଓ ସମାଜସେବୀ ଦୃଯ୍ୟଧନ ରାଉତ,ସଭାନେତ୍ରୀ ରାନୁ ସାମଲ, ଶନିଶ୍ଚର ପୂଜା ର କର୍ତ୍ତା ରଞ୍ଜନ ନେହେରା, ନମିତା ବେହେରା, କମିଟି ର ସଭ୍ୟ ଓ ସଭ୍ୟା ଗଣ ହେଲେ ମାନସ ସାମଲ /ବିରଞ୍ଚି ସାହୁ /କେଳି ସାମଲ /ସ୍ବର୍ଣ୍ଣ ପ୍ରଭା ସାହୁ /ଗାୟିତ୍ରୀ ସାହୁ /ରୋଜି ସାହୁ /ଲିଲି ସାମଲ /ମାମାଲି ସାମଲ /ମିନା ପଣ୍ଡା /ଟୁନି ପଣ୍ଡା /ସଞ୍ଜୁ ପଣ୍ଡା /ସୁଜାତା ପଣ୍ଡା /ସଞ୍ଜୁ ସାମଲ /ଝିଲି ତରାଇ /ଜୟନ୍ତୀ ରାଉତ /କେଳି ସାମଲ ପ୍ରମୁଖ ଉପସ୍ଥିତି ରହି ଗ୍ରହରାଜ ଶନିଶ୍ଚର ଦେବଙ୍କ ବାର୍ଷିକ ପୂଜା ଉତ୍ସବ ଓ ଯଜ୍ଞ ଟିକୁ ଶାନ୍ତି ଶୃଙ୍ଖଳା ସହିତ ଶେଷ କରାଯାଇଥିଲା.
Article Image
Article Image