Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଅନ୍ଧୋଟି ଗୋପବନ୍ଧୁ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ନୁତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରାଣୀ ବେହେରା 2

ଜଗତସିଂହପୁର , 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ଅନ୍ଧୋଟି ଗୋପବନ୍ଧୁ ସରକାରୀ ଉପ୍ରା ବିଦ୍ୟାଳୟ ପରିସରରେ ନୁତନ ପ୍ରଧାନ ଶିକ୍ଷୟିତ୍ରୀ ପ୍ରତିମା ରାଣୀ ବେହେରା ଙ୍କ ନେତୃତ୍ବରେ ଦୁଇ ଶିକ୍ଷୟତ୍ରୀ ଙ୍କ ଅବସର କାଳିନ ବିଦାୟ ସମ୍ବର୍ଧନା ଅନୁଷ୍ଠିତ ହୋଇଯାଇଛି। ଏହି ଅବସରରେ ମୁଖ୍ୟ ଅତିଥିଭାବେ ସ୍ଥାନୀୟ ସରପଞ୍ଚ ବିରଞ୍ଚିନାରାୟଣ ଯୋଗଦେଇଥିବା ବେଳେ ମୁଖ୍ୟ ବକ୍ତା ଭାବେ ହେରେକୃଷ ପରିଡ଼ା ଓ ସମ୍ମାନୀତ ଅତିଥି ଭାବେ ଏଲୋରା ଦାସ ବିକାଶ ରଞ୍ଜନ ବେହେରା ଯୋଗଦେଇ ପ୍ରଥମେ ପ୍ରଦିପ ପ୍ରଜ୍ବଳନ କରିବା ପରେ ଗଣେଶ ଙ୍କ ଫଟୋଚିତ୍ର ରେ ପୁଷ୍ପମାଲ୍ୟ ଅର୍ପଣ କରି ସଭାକାର୍ଯ୍ୟ ଆରମ୍ଭ କରିଥିଲେ ସରକାରୀ ଗୋପବନ୍ଧୁ ଉପ୍ରା ବିଦ୍ୟାଳୟ ରେ କାର୍ଯ୍ୟରତ ଦୁଇ ଶିକ୍ଷୟତ୍ରୀ ଯଥା ବିଦ୍ୟାଳୟ ର ପ୍ରଧାନ ଶିକ୍ଷୟିତ୍ରୀ ସଞୁଲତା ଭୁୟାଁ ଏବଂ ସହକାରୀ ଶିକ୍ଷୟତ୍ରୀ ବିଭାସିନି ରାୟ ଙ୍କବିଦାୟ କାଳିନ ଅବସରରେ ମୁଖ୍ୟ ଅତିଥି ଙ୍କ ଦ୍ବାରା ଉତ୍ତରୀୟ ଓ ପୁଷ୍ପଗୁଛ ଦେଇ ସମ୍ବର୍ଦ୍ଧିତ କରିଥିଲେ ପରେ ବିଦ୍ୟାଳୟ ର କୁନି କୁନି ଛାତ୍ରଛାତ୍ରୀ ମାନଙ୍କ ଦ୍ବାରା ସମ୍ବର୍ଧନା କରିଥିଲେ ପରେ ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ଏବଂ ବିଦ୍ୟାଳୟ ର କମିଟି ପଖ୍ୟରୁ ସମ୍ବର୍ଧନା କରାଜାଇଥିଲା।ପରେ ମୁଖ୍ୟ ଅତିଥି ଓ ବିଦ୍ୟାଳୟ ର ଛାତ୍ରଛାତ୍ରୀ ଏବଂ ଯୋଗଦେଇଥିବା ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ସହିତ କିଭଳି ଭାବେ ସମୟ କାଟିଥିଲେ ଓ ଶିକ୍ଷ୍ୟା ଦାନ କରିଥିବା ଘଟଣା ବଳିକୁ ବକ୍ତବ୍ୟ ରଖିଥିଲେ ଜାହାକି ସଞୁଲତା ଭୁୟାଁ ଜଣେ କର୍ତ୍ତବ୍ୟ ନିଷ୍ଠ ଓ ମିଷ୍ଟଭାଷୀ ଥିଲେ ତାଙ୍କର ପ୍ରଥମେ 1991ମସିହା 27 ବର୍ଷ ବୟସରେ ନାଉଗାଁ ବ୍ଲକ୍ ଅଞ୍ଚଳର ନାରସିମା ବିଦ୍ୟାଳୟ ରେ ଚାକିରି ପାଇଥିଲେ ପରେ ଆଗର ପ୍ରାଥମିକ ବିଦ୍ୟାଳୟ ଓ ପରେ ଅନ୍ଧୋଟି ଗୋପବନ୍ଧୁ ସରକାରୀ ଉପ୍ରା ବିଦ୍ୟାଳୟ ରେ ପ୍ରଧାନ ଶିକ୍ଷୟିତ୍ରୀ ଭାବେ ଯୋଗ ଦେଇ କୁନି କୁନି କୋମଳ ମତି ପିଲାଙ୍କ ଭବିଷ୍ୟତ ଗଢ଼ି ତୋଳିଲେ ମାଁ ଓ ଗୁରୁ ପରି କାର୍ଯ୍ୟ କରି ନିଜର ଘରଦ୍ୱାର ଭୁଲି ପିଲାଙ୍କ ଭବିଷ୍ୟତ ଗଢ଼ି ଶେଷ ରେ ଦିର୍ଘ 34 ବର୍ଷ କାଳ ପରେ ସରକାରୀ ଗୋପବନ୍ଧୁ ଉପ୍ରା ବିଦ୍ୟାଳୟ ରୁ ଚାକିରି କାଳ ଶେଷ ହୋଇଥିବା ବେଳେ ସେହିପରି ସହକାରୀ ଶିକ୍ଷୟତ୍ରୀ ବିଭାଷିନି ରାୟ 1991ମସିହା ରେ ପ୍ରଥମେ ବାଣୀବିଦ୍ୟାପିଠ ଚଢ଼େଇ ଙ୍ଗା ଓ ପରେ ପୁରୁଣା ଗଡ଼ ପ୍ରାର୍ଥମିକ ବିଦ୍ୟାଳୟ ଶେଷରେ ଅନ୍ଧୋଟି ଗୋପବନ୍ଧୁ ସରକାରୀ ଉପ୍ରା ବିଦ୍ୟାଳୟ ରେ ସହକାରୀ ଶିକ୍ଷୟତ୍ରୀ ଭାବେ କାର୍ଯ୍ୟ କରି ଅବସର ନେଇଛନ୍ତି। ଆଉ ଏହିସମୟରେ ସଞୁଲତା ଭୁୟାଁ ଙ୍କ ସହିତ କାର୍ଯ୍ୟ କରି ଅବସର ନେଇଛନ୍ତି ତାହାଙ୍କ କର୍ତ୍ତବ୍ୟ ନିଷ୍ଠ କିଭଳି ଥିଲା କିଭଳି କୁନି କୁନି କୋମଳ ମତି ପିଲାଙ୍କ ଭବିଷ୍ୟତ ଗଣୁଥିଲେ ଜାହାର ଜ୍ଵଳନ୍ତ ଚିତ୍ର ପ୍ରମାଣ କରୁଛି। ଦିଦିଙ୍କ ବିଦାୟ କାଳିନ ସମ୍ବର୍ଧନା ଉସ୍ଛବ ବେଳେ କିଭଳି ପିଲାମାନଙ୍କ ଆଖିରୁ ଅଶୃ ବୋହୁଥିଲା ଅନ୍ୟପଟେ ପୀଲାଙ୍କ ବିକଳ ସହିନପାରି ଦିଦି ଙ୍କ ଆଖିରୁ ଲୁହ ବୋହିବା ଏହା ଥିଲା ଏକ ବିରଳ ଦୃଶ୍ୟ ଦେଖିବାକୁ ମିଳିଥିଲା। କିଭଳି ଥିଲା ନିବିଡ଼ ସମ୍ପର୍କ। ଜାହାକୁ ନେଇ ସାଧାରଣରେ ଏକ ବିରାଟ ପ୍ରଶ୍ନବାଚୀ ଛିଡ଼ା କରିଛି ତେବେ ଏଭଳି ଜଦି ସମସ୍ତ ଶିଖ୍ୟକ ଶିକ୍ଷୟତ୍ରୀ ସହିତ ଛାତ୍ରଛାତ୍ରୀ ମାନଙ୍କ ଭବିଷ୍ୟତ ଗଢ଼ିବା ଲଖ୍ୟରେ ସୁ ସମ୍ପର୍କ କେମିତି ହେବା ଦରକାର ତାହା ଅନେକ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ପାଇଁ ଏକ ଉଦାହରଣ ସୃଷ୍ଟି କରିିଛନ୍ତି ଜାହା ଏବେ ସାଧାରଣ ରେ ଚର୍ଚ୍ଚା ଜୋର ଧରିଛିଜଗତସିଂହପୁର ଜିଲ୍ଲା ରୁ ସନ୍ଧ୍ୟାରାଣୀ ପଟ୍ଟନାୟକଙ୍କ ରିପୋର୍ଟ
Article Image
Article Image