ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ବାଇକ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ 2

ପୋଲସରା, 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ବାଇକ ଦୁର୍ଘଟଣା ରେ ଯୁବକଙ୍କ ମୃତ୍ୟୁ ।
Article Image
ପୋଲସରା ୨୫. ୪. ୨୫ ଗଞ୍ଜାମ ଜିଲ୍ଲା ପୋଲସରା ଥାନା ନିକଟ ଚିରିକିପଡା ଶାସନ ନିକଟରେ ଏକ ବାଇକ୍ ଭାରସାମ୍ୟ ହରାଇ ଗଛ କୁ ପିଟି ହୋଇଯାଇଥିଲା ଫଳରେ ବାଇକ୍ ଚାଲକ ଜଣଙ୍କର ମୃତ୍ୟୁ ଘଟିଥିଲା | ତେବେ ମୃତକ ଯୁବକ ଜଣକ ହେଲେ ପୋଲସରା ତୋଟା ସାହିର ଭେଙ୍କେଟସ ବେହେରା (45)| ସୂଚନା ଯୋଗ୍ୟ ଯେ ଭେଙ୍କଟସ ନିଜ ବାଇକ ଯୋଗେ ପୋଲସରା ରୁ ନିଜ ଶ୍ୱଶୁର ଘର କୁଆନଳା କୁ ଯାଉଥୁବା ସମୟରେ ଚିରିକିପଡା ଶାସନ ଗୋଲିଆ ରାସ୍ତା ମଧ୍ୟ ଭାଗରେ ଥିବା ଏକ ଗଛ କୁ ଧକ୍କା ଦେଇଥିଲେ | ଧକ୍କା ହେବା ଫଳରେ ମୁଣ୍ଡକୁ ଶକ୍ତ ଆଘାତ ଲାଗି ପ୍ରଚୁର ରକ୍ତ ସ୍ରାବ ହୋଇ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା | ସେହି ସମୟରେ ଏକ ୧୦୮ଆମ୍ବୁଲାନ୍ସ ସେହି ମାର୍ଗ ଦେଇ ଯାଉଥିବା ବେଳେ ବାଇକ୍ ଚାଲକ କୁ ଉଦ୍ଧାର କରି ପୋଲସରା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଆଣିଥିଲେ ଯୋଉଠି ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ | ପୋଲସରା ପୁଲିସ ଘଟସ୍ଥଳରେ ପହଞ୍ଚି ଘଟଣାର ତଦନ୍ତ ଚଳାଇଛି |ମୃତ ଯୁବକ ଜଣକ ମିଲିଟାରୀରୁ ଅବସର ନେଇ ରାୟଗଡା ସ୍ଥିତ ଷ୍ଟେଟବ୍ୟାଙ୍କ ରେ ସିକ୍ୟୁରିଟି ଭାବେ ଚାକିରୀ କରୁଥୁବା ଜଣାପଡିଛି | ପୋଲସରା ରୁ ଜିଲ୍ଲା ପ୍ରତିନିଧି କୃଷ୍ଣ ଚନ୍ଦ୍ର ସାମନ୍ତରାୟ ଙ୍କ ରିପୋର୍ଟ ।