Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ଉତ୍କଳ ସେନା ନିବୃତ୍ତ ସେନାନୀ ସଂଘର ଜଳସେବା ଶିବିର ଅନୁଷ୍ଠିତ। 2

ନାଉଗାଁ, 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ଉତ୍କଳ ସେନା ନିବୃତ୍ତ ସେନାନୀ ସଂଘର ଜଳସେବା ଶିବିର ଅନୁଷ୍ଠିତ।
Article Image
ନାଉଗାଁ ୪/୦୫/ବିକ୍ରମ ଓଡିଶା ନିୟଜୁ,ଜଗତସିଂହପୁର ଉତ୍କଳ ସେବା ନିବୃତ୍ତ ସେନାନୀ ସଂଘ ପକ୍ଷରୁ ପହଲଗାମ ରେ ଆତଙ୍କବାଦୀ ଙ୍କ ଦ୍ବାରା ନିହତ ହୋଇଥିବା ବ୍ୟକ୍ତିଙ୍କ ଉଦ୍ଦେଶ୍ୟରେ ନାଉଗାଁ ବ୍ଳକ ନିକଟସ୍ତ ଶିଖର ଘାଟ,ବାଲିଭଉରି ମୁଖ୍ୟ ରାସ୍ତାର ମୁଗେଇ ଛକ ନିକଟରେ ଏକ ଜଳସେବା ଶିବିର ବରିଷ୍ଠ ଭୂତପୂର୍ବ ସୈନିକ ଗୁନ ଚରଣ ଦାସଙ୍କ ଦ୍ବାରା ଉଦଘାଟିତ ହୋଇଯାଇଛି।ସର୍ବ ପ୍ରଥମେ ପହଲଗାମ ରେ ପ୍ରାଣ ହରାଇଥିବା ନୀରୀହ ଜନତାଙ୍କ ପାଇଁ ଦୁଇ ମିନିଟ୍ ନିରବ ପ୍ରାର୍ଥନା କରାଯାଇଥିଲା।ଓ ଏହାପରେ ଉକ୍ତ ଶିବିରରେ ଗ୍ରୀଷ୍ମ ରିତୁରେ ରାସ୍ତାରେ ଯାଉଥିବା ବାଟୋଇ ତଥା ଯାତ୍ରୀ ମାନଙ୍କୁ ସଂଘ ପକ୍ଷରୁ ଜଳଦାନ କରିବା ସହିତ ରାସ୍ତାରେ ଯାତାୟତ କରୁଥିବା ଯାତ୍ରୀ ତଥା ବାହାନ ଚାଳକ ମାନଙ୍କୁ ସଡ଼କ ସୁରକ୍ଷା ବିଷୟରେ ସଚେତନତା ର ବାର୍ତ୍ତା ପ୍ରଚାରିତ ହୋଇଥିଲା।ସେବାରୁ ନିବୃତ୍ତ ହେଲାପରେ ମଧ୍ୟ ମାତୃଭୂମି ପ୍ରତି ନିଜର କର୍ତ୍ତବ୍ୟ କୁ ସେମାନେ ବଜାୟ ରଖିଛନ୍ତି। ସଂଘ ପକ୍ଷରୁ ଏହିପରି ପ୍ରତି ବର୍ଷ ଜିଲ୍ଲାର ବିଭିନ୍ନ ବ୍ଳକରେ ଜଳ ସେବା ସହିତ ଅନ୍ୟାନ୍ୟ ଜନକଲ୍ୟଣ କାର୍ଯ୍ୟକ୍ରମ ପାଇଁ ଉତ୍କଳ ସେବା ନିବୃତ ସେନାନୀ ସଂଘ ଜଗତସିଂହପୁର ଜିଲ୍ଲାରେ ପ୍ରଶଂସାର ପାତ୍ର ପାଲଟିଛି।ଆଜିର ଏହି କାର୍ଯ୍ୟକ୍ରମରେ ସ୍ଥାନିୟ ସ୍ବେଛାସେବୀ ଅନୁଷ୍ଠାନ ଯୁବକ ମାନେ ମଧ୍ୟ ସାହାଯ୍ୟ କରିବା ସହିତ ସଂଘର ଅନ୍ୟ ସଦସ୍ୟ ଆଡ୍ ଭାଇଜର ସୁକାନ୍ତ କୁମାର ମହାନ୍ତି,ଗୋପାଳ ମହାପାତ୍ର,ଜଟାଧାରୀ ନାଥ, ହରେକୃଷ୍ଣ ବାରିକ୍, ଜଗନ୍ନାଥ ଦାସ, ଉମେଶ ଚନ୍ଦ୍ର ସ୍ବାଇଁ,ଯୁଗଳ କିଶୋର ମହାନ୍ତି, ପର୍ଶୁରାମ ମହାପାତ୍ର, ପ୍ରିୟ ରଜ୍ଞନ ସାହୁ,ଯୁଗନ୍ ଜ୍ୟୋତି ମହାନ୍ତି ପ୍ରମୁଖ ଉପସ୍ଥିତ ରହି ସମସ୍ତ ପ୍ରକାର ସହାୟତା କରୀଥିଲେ।
Article Image