Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ତିର୍ତ୍ତୋଲ, 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ବଡଜିଙ୍ଗଲଠାରେ ଖଗେଶ୍ବର ଶିବ ଭଗବାନଙ୍କର ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନତିର୍ତ୍ତୋଲ ୪/୫-(ରିପୋର୍ଟ-ଟୁକନ ସେଠୀ)- ତିର୍ତ୍ତୋଲ ବ୍ଲକ ଅନ୍ତର୍ଗତ ଗୋପାଳପୁର ଶଂଖେଶ୍ୱର ପଞ୍ଚାୟତର ସରପଞ୍ଚ ଆରତୀ ମାଝୀଙ୍କ ନିଜ ଗ୍ରାମ ବଡଜିଙ୍ଗଲଠାରେ ଖଗେଶ୍ବର ଶିବ ଭଗବାନଙ୍କର ମନ୍ଦିର ନିର୍ମାଣର ଭିତ୍ତିପ୍ରସ୍ତର ସ୍ଥାପନ ଅନୁଷ୍ଠିତ ହୋଇଯାଇଛି l ସମାଜସେବୀ ପ୍ରଭାସ ଚନ୍ଦ୍ର ବେହେରାଙ୍କ ଆବାହକତ୍ତ୍ୱରେ ତେରମାଣପୁର ସ୍ଥିତ ଶ୍ରୀ ଶ୍ରୀ ନୃସିଂହ ଠାକୁରଙ୍କ ଅଧିକାରୀ ରମାକାନ୍ତ ଦାସ ନଡ଼ିଆ ବାଡେଇ ଶୁଭ ଭିତ୍ତିପ୍ରସ୍ତର ସ୍ଥାପନ କରିଥିଲେ l ଏହି ଉତ୍ସବରେ ସମ୍ମାନିତ ଅତିଥି ଭାବେ ରାମାୟଣୀ ପଣ୍ଡିତ ଅଭୟ କୁମାର ଦାଶ (ବୁଲୁ ନନା)ଙ୍କ ବଦଜୀଙ୍ଗଲର ସମସ୍ତ ଗ୍ରାମବାସୀବୃନ୍ଦ ଉପସ୍ଥିତ ରହି ସମସ୍ତ କାର୍ଯ୍ୟରେ ସହଯୋଗ କରିଥିଲେ ଲ ନିରଞ୍ଜନ ଜେନାଙ୍କ ସହାଭାଗିତାରେ ପଣ୍ଡିତ ଚିତ୍ତରଞ୍ଜନ ଦାଶ, କର୍ତ୍ତା ଦେବେନ୍ଦ୍ର ଦାସ ଓ ତାଙ୍କର ଧର୍ମ ପତ୍ନୀ କର୍ତ୍ତୀ ଭାବେ ପୂଜନ କାର୍ଯରେ ଯୋଗଦେଇଥିଲେ l ଏହି କାର୍ଯ୍ୟକ୍ରମକୁ ଶରତ ଚନ୍ଦ୍ର ଦାସ, ବିଭୁତି ଭୂଷଣ ଦାସ, ବାବନ ଦାସ, ବାବାଜୀ ଦାସ, ବସନ୍ତ ଦାସ, ବିଜୟ ସାହୁ, ହିମାଂଶୁ ସାହୁ, ମାନସ ମହାନ୍ତି, ପ୍ରମୋଦ ପଟ୍ଟନାୟକ, ସୁନୀଲ ବେହେରା, ସୁବାଷ ଦାସ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ l ପୂଜନ ସମୟରେ ସଂକୀର୍ତନ ପ୍ରେମୀ ଓ ଗ୍ରାମର ମହିଳା ଶ୍ରଦ୍ଧାଳୁମାନେ ଉପସ୍ଥିତ ରହିଥିଲେ l

