Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 04/05/2025, ବିକ୍ରମ ଓଡ଼ିଶା ନିୟୁଜ: ତାଳସଜ ବେପାର ଯୋଗାଉଛି ପେଟକୁ ଆହାର

କାକଟପୁର, ୪।୫ ( ତୁଷାର ଦୀକ୍ଷିତ ) ଦିନ ଥିଲା ତାଳ ଗଛ ବାତ୍ୟା ର ପବନ କୁ ରୋକିବା ସହିତ ତାଳ ପତ୍ରରେ ପୋଥି, ଜାତକ, ଭୋଗେଇ, ଡାଲା ତିଆରି କରି ଗରିବ ଶ୍ରେଣୀ ର ଲୋକେ ପେଟ ପୋଷୁଥିବା ବେଳେ ତାଳରେ ତିଆରି ପୋଡପିଠା ଵି ହେଉଥିଲା ତାଳ ପାଚିଲା ପରେ ତାକୁ ପିଠା କରି ସାରିବା ପରେ ମାଟିରେ ତାର ଗୋଟମା କୁ ପୋତିଲା ପରେ ୩ ଚାରି ଦିନ ପରେ ତା ଦେହରୁ ଗଜା ର ଵି ସ୍ୱାଦିଷ୍ଟ କହିଲେ ନ ସରେ ଏବେ କିନ୍ତୁ ଆଉ ତାଳ ସଜ ର ପିଠା ତ ଦେଖା ଯାଉନି ହେଲେ ଖରାଦିନ ଆସିଲେ ମନେ ପଡିଯାଏ ତାଳସଜ କଥା, ରାସ୍ତା କଡରେ ତାଳ ସଜ ଧରି ଠାକୁ ଠା ବସି ଯାନ୍ତି ବେପାରୀ ପାଟିକୁ ଯେମିତି ସୁଆଦ ପେଟ ପାଇଁ ଵି ବେଶ ଲାଭ ଦାୟକ ଯେମିତି ଏହାର ଶୀତଳ, ମଧୁର ପାଣି ପେଟକୁ ଥଣ୍ଡା ରଖିଥାଏ। ତାଳସଜ ଖାଇବାକୁ ପିଲାଠୁ ବୁଢା ସମସ୍ତେ ଭଲପାଆନ୍ତି। ଏହା ସବୁ ସମୟରେ ମିଳେ ନାହିଁ। କେବଳ ଗ୍ରୀଷ୍ମ ଋତୁରେ ମିଳୁଥିବାରୁ ଏହାର ଚାହିଦା ରହିଥାଏ। ଏବେ ଏହି ତାଳସଜ ବିକ୍ରି କରି କିଛି ବ୍ୟକ୍ତି ନିଜ ପରିବାର ପ୍ରତିପୋଷଣ କରିପାରୁଛନ୍ତି। ପୁରୀ ଜିଲ୍ଲା ର କାକଟପୁର, ଶ୍ରୀ ରାମପୁର, କୁଣ୍ଢେଇ, ବାଜପୁର, ଜଗନ୍ନାଥ ପୁର, ତୁଳସୀ ପୁର ପ୍ରଭୁତି ବଜାର ମାନଙ୍କରେ ବିଭିନ୍ନ ରାସ୍ତା କଡ଼ରେ ଏବେ ତାଳସଜ ବେପାର ଜମୁଛି। ବିଭିନ୍ନ ସ୍ଥାନରୁ ବୁଲିବାକୁ ଆସୁଥିବା ଯାତ୍ରୀ, ପର୍ଯ୍ୟଟକମାନେ ଗାଡ଼ିରୁ ଓହ୍ଲାଇ ତାଳସଜ ଖାଉଥିବା ବେଳେ କିଛି ବ୍ୟକ୍ତି ଘର ଲୋକମାନଙ୍କ ପାଇଁ ତାଳସଜ କିଣି ନେଉଥିବା ଦେଖିବାକୁ ମିଳୁଛୁ। ତାଳସଜ ବ୍ୟବସାୟ କରୁଥିବା ବାଜପୁର ଗ୍ରାମର ବଳରାମ ସେଠି କୁହନ୍ତି ସକାଳୁ ଉଠି ବିଭିନ୍ନ ସ୍ଥାନକୁ ଯାଇ ତାଳ ଗଛରେ ତାଳ ତୋଳିବାକୁ ପଡ଼ିଥାଏ। ସେହି ତାଳକୁ ସାଇକେଲ ଯୋଗେ ଆଣି ଏଠାରେ ବେପାର କରୁଛି। ୫ ଟଙ୍କାରେ ବିକ୍ରି ହେଉଛି। ଏବେ କିନ୍ତୁ ପୂର୍ବପରି ସେତେ ତାଳଗଛ ନାହିଁ। ତେଣୁ ଦିନକୁ ଦିନ ତାଳସଜ କମିବାରେ ଲାଗିଛି। ଅପରପକ୍ଷରେ ତାଳଗଛ ଉଞ୍ଚା ହୋଇଥିବା ଯୋଗୁଁ ବଜ୍ରପାତରୁ ମନୁଷ୍ୟ ଓ ଜୀବଜନ୍ତୁମାନଙ୍କୁ ରକ୍ଷା କରୁଥିଲା ବୋଲି ଗ୍ରାମ ମୁଖିଆ ପୁର୍ଣ୍ଣ ସାହୁ, ବୁଦ୍ଧ ନାଥ ଖଟୋଇ, ମକର ଖଟୋଇ, ପୁରନ୍ଦର ନାୟକ( ବାବୁଲି ) କୁହନ୍ତି। ସେ ଯାହାହେଉ ଏବେ ତାଳସଜ ପରିବାର ପାଇଁ ଜୀବିକା ପାଲଟିବା ସହିତ ପରିବାରକୁ ରାହା ଯୋଗାଇଛି,