Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

କାଶ୍ମୀରୀ ପହଲଗାବ ଅଞ୍ଚଳ ରେ ହିନ୍ଦୁ ମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ) 11

ଜଗତସିଂହପୁର , 04/05/2025, ବିକ୍ରମ ଓଡ଼ିଶା ନିୟୁଜ: କାଶ୍ମୀରୀ ପହଲଗାବ ଅଞ୍ଚଳ ରେ ହିନ୍ଦୁ ମାନଙ୍କୁ ନିର୍ମମ ହତ୍ୟା ପ୍ରତିବାଦ ଓ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ )
Article Image
ଜଗତସିଂହପୁରତା =4/5/25
Article Image
ଜଗତସିଂହପୁର ସରସ୍ବତୀ ଶିଶୁ ବିଦ୍ୟା ମନ୍ଦିର ପରିସରରେ ବନବିହାରୀ ସଂସ୍କୃତି ସେବା ସମିତି ତରଫରୁ କାଶ୍ମୀର ପହଲଗାବରେ ଆତଙ୍କବାଦୀ ମାନଙ୍କ ଆକ୍ରମଣ ଦ୍ୱାରା ଭିନ୍ନ ଭିନ୍ନ ପ୍ରଦେଶ ରୁ ଆସିଥିବା 26ଜଣ ହିନ୍ଦୁ ପର୍ଯ୍ୟଟକ ମାନଙ୍କ ର ମୃତ୍ୟୁ ଘଟିଥିଲା | ମୃତ୍ୟୁ ବରଣ କରିଥିବା ପର୍ଯ୍ୟଟକ ମାନଙ୍କ ଅମର ଆତ୍ମା ର ସଦଗତି କାମନା କରି ଜଗତସିଂହପୁର ଜ଼ିଲ୍ଲା ବିଶ୍ୱ ହିନ୍ଦୁ ପରିଷଦ ସଭାପତି ପ୍ରଫୁଲ୍ଲ କୁମାର ସାହୁ ଙ୍କ ସଭାପତିତୁ ରେ ଜଗତସିଂହପୁର ଜ଼ିଲ୍ଲା ରୁ ବିଭିନ୍ନ ଅନୁଷ୍ଠାନ ର କର୍ମକର୍ତା ଯୋଗଦେଇ ପହଲଗାବ ଠାରେ ପାକିସ୍ତାନୀ ଆତଙ୍କବାଦୀମାନେ ଯେପରି ବର୍ବରତାର ସହିତ ଅମାନୁଷିକ ଆକ୍ରମଣ କରି ହିନ୍ଦୁ ମାନଙ୍କୁ ଗୁଳି କରି ହତ୍ୟା କରିଛନ୍ତି ତାହାକୁ ଶ୍ରଦ୍ଧାଞ୍ଜଳି ସଭାରେ ଦୃଢ଼ ନିନ୍ଦା କରାଯାଇଥିଲା |ହିନ୍ଦୁ ସମାଜ ଦଳ ମତ ନିର୍ବିଶେଷରେ ଜାତିଭେଦ ର ଉର୍ଦ୍ଧରେ ସମସ୍ତ ସମ୍ପରଦାୟ ସାଧୁ ସନ୍ଥ ସମାଜ ଏକ ହେବାକୁ ନିବେଦନ କରିଥିଲେ |ଏହି ଶ୍ରଦ୍ଧାଞ୍ଜଳି ସଭାର ମୁଖ୍ୟ ବକ୍ତା ଭାବରେ ଜ଼ିଲ୍ଲା ର ସଦଭାବନା ପ୍ରମୁଖ ନିରଞ୍ଜନ ବିଶ୍ୱାଳ, ଆମନ୍ତ୍ରିତ ଅତିଥି ସହିଦ ଅମରଆତ୍ମା କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରି ଗଭୀର ସମବେଦନା ଜଣାଇଥିଲେ | ହିନ୍ଦୁ ସମାଜକୁ ଆନ୍ତର୍ଜାତିକ ସ୍ତରରେ ସୁରକ୍ଷା ନ ଦେବାକୁ ବିଶ୍ୱ ରେ ଆତଙ୍କବାଦ ର ସମ୍ପୂର୍ଣ ବିନାଶ କରିବା ପାଇଁ ଆତଙ୍କବାଦୀ ଦେଶ ପାକିସ୍ତାନ ଲୁ ବିଶ୍ୱ ମାନଚିତ୍ର ରୁ ହାତଇବାକୁ ଭାରତ ଶୁଚିନ୍ତିତ ପଦକ୍ଷେପ ନେବାକୁ ବକ୍ତା ମନେ ଦାବୀ କରିଛନ୍ତି | ଏହି ଶ୍ରଦ୍ଧାଞ୍ଜଳି ସଭା ରେ କଟକ ବିଭାଗ ସେବା ପ୍ରମୁଖ ବୀଜୟ କୁମାର ଦତ୍ତ,ଜ଼ିଲ୍ଲା ଅଧିବକ୍ତା ପରିଷଦ ସଭାପତି ସୁବାଷ ଚନ୍ଦ୍ର ମହାନ୍ତି ବିଶ୍ୱ ହିନ୍ଦୁ ପରିଷଦ ଉପସଭାପତି ମାନସ ରଞ୍ଜନ ସ୍ୱାଇଁ, ଭାରତୀୟ ମଜଦୂର ସଂଘ ସଭାପତି ଅକ୍ଷୟ କୁମାର ଦାସ, ଆଇନୀଜୀବି ଦୁଷ୍ମନ୍ତ କୁମାର ବାରିକ ପ୍ରମୁଖ ଅମରଆତ୍ମା ର ସଦଗତି କାମନା କରିଥିଲେ |ଜଗତସିଂହପୁର ରୁ ଜ୍ୟୋତି ରଞ୍ଜନ ପରିଡା ଙ୍କ ରିପୋର୍ଟ