Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କାକଟପୁର, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: କାକଟପୁର କ୍ଳବ କପ କୁ ହାତେଇ ନେଲା ମଙ୍ଗଳା କ୍ରିକେଟ ଏକାଡେମୀ

କାକଟପୁର 4 / 5 କାକଟପୁର ପଛ ପଡିଆ ମିନି ଷ୍ଟାଡିୟମ ଠାରେ ଚାଲିଥିବା ଜିଲ୍ଲା ସ୍ତରୀୟ ଦ୍ୱିତୀୟ ବାର୍ଷିକୀ ତୁଷାର କାନ୍ତି ମହାନ୍ତି ସ୍ମାରକୀ କ୍ରିକେଟ ଟୁର୍ନାମେଣ୍ଟ ର ଆଜି ଫାଇନାଲ ମ୍ୟାଚ ରେ ପରସ୍ପର କୁ ଭେଟିଥିଲେ ମଙ୍ଗଳା କ୍ରିକେଟ ଏକାଡେମୀ କାକଟପୁର ପୟୋନିୟର ସ୍ପଟିଙ୍ଗ ପୁରୀ ପ୍ରଥମେ ଟସ ଜିତି ମଙ୍ଗଳା କ୍ରିକେଟ ଏକାଡେମୀ ବ୍ୟାଟିଂ କରିବାର ନିଷ୍ପତି ନେଇ ନିର୍ଦ୍ଧାରିତ 20 ଓଭର ରେ 225 ରନ ସଂଗ୍ରହ କରିଥିବା ବେଳେ ଦଳ ପକ୍ଷ୍ୟରୁ ବିଶ୍ୱ ଭୂଷଣ ବିହାରୀ 34 ବଲ ରେ 5 ଟି ଛକା ଓ ଚାରୋଟି ଚୌକା ମାରି ବ୍ୟକ୍ତିଗତ 73 ରନ ସଂଗ୍ରହ କରିଥିବା ବେଳେ ସରୋଜ ପଣ୍ଡା 21 ବଲ ରେ 37 ରନ କରିଥିଲେ ସେହିପରି ପୟୋନିଅର ପୁରୀ ପକ୍ଷ୍ୟରୁ ଏସ କେ ସଲମାନ 57 ଓ ମୟଙ୍କ ପଟ୍ଟନାୟକ 30 ଟି ବଲ ରେ 73 ରନ ମଧ୍ୟରେ 10 ଚୌକା ୩ ଛକା ମାରି ଦଳକୁ ମଜବୁତ ସ୍ଥିତି କୁ ଆଣିଥିଲେ ହେଲେ ବିଜୟ ର ଦ୍ୱାର ଦେଖିବା ପୂର୍ବରୁ ପlୟୋନିଅର 20 ଓଭର ରେ 8 ଉଇକେଟ ବିନିମୟରେ 195 ରନ ସଂଗ୍ରହ କରି ପରାଜୟ ର ଦ୍ୱାର ଦେଖିଥିଲା, ଏହି ଜିଲ୍ଲା ସ୍ତରୀୟ ଟି 20 ମ୍ୟାଚ କୁ ପରିଚାଳନା କରିଥିଲେ ଦ୍ୱୟ ବରିଷ୍ଠ (ଓ ସି ଏ )ସ୍ୱୀକୃତି ପ୍ରାପ୍ତ ଅମପେୟାର ସତ୍ୟବ୍ରତ ମହାପାତ୍ର ଓ ତ୍ରିଭୁବନ ଦାସ, ଖେଳ ସାରିବାକୁ କିଛି ଓଭର ବାକି ଥିବା ବେଳେ ପଡିଆରେ ପହଁଚି ଥିଲେ ଆଜିର ମୁଖ୍ୟ ଅତିଥି ତଥା ପୂର୍ବତ୍ତନ ମନ୍ତ୍ରୀ କାକଟପୁର ବିଧାୟକ ତୁଷାର କାନ୍ତି ବେହେରା,ସନ୍ନମାନିତ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ସ୍ୱାଧୀନ କୁମାର ନାୟକ,ଯୋଗ ଦେଇଥିବା ବେଳେ କ୍ଳବ ର ଶୁଭେନ୍ଦୁ ସେନାପତି,ଅମ୍ଲାନ ଅଭିଷେକ,ପ୍ରଦୀପ ପଣ୍ଡା, ଧିରେନ ଚାନ୍ଦ, ପ୍ରେମା ନନ୍ଦ ଗୋଛାୟତ, ଅମିତି ଉପାଧେୟ ରହିଥିବା ବେଳେ କ୍ଳବ ତରଫରୁ ସମସ୍ତ ସଦସ୍ୟ ଉପସ୍ଥିତ ଥିଲେ ଚମ୍ପିଆନ ଦଳକୁ ଅତିଥି ମାନେ 20.000 ଟଙ୍କାର ଚେକ ପ୍ରଦାନ କରିଥିବା ବେଳେ ରନର୍ସ ଦଳକୁ 15.000 ପ୍ରଦାନ କରାଯାଇଥିଲା
