Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ତାଳଚେର ଷ୍ଟେସମରୁ ଯୁବତୀ ନିଖୋଜ ଘଟଣା । 1

ତାଳଚେର, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ତାଳଚେର: ତାଳଚେର ଷ୍ଟେସମରୁ ଯୁବତୀ ନିଖୋଜ ଘଟଣା । ବଂରପାଳବ ଥାନା ଭୋଗବେରେନି ପଂଚାୟତ କେନ୍ଦୁପଲି ଗାଁ ବିଲମାଳରୁ ଯୁବତୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର । ଯୁବତୀଙ୍କୁ ଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ବଅଁରପାଳ ପୋଲିସ ପହଞ୍ଚି ତଦନ୍ତ କରୁଥିବା ବେଳେ ଅଧିକ ତଦନ୍ତ ପାଇଁ ପହଞ୍ଚିଲା ଅନୁଗୁଳର ଡଗସ୍କ୍ବାଡ୍ ଟିମ୍ ।ଗତ ୨୬ ତାରିଖରେ ଯୁବତୀ ଜଣଙ୍କ ତାଳଚେର ରୋଡ ଯିବାକୁ କହି ଘରୁ ଯାଇଥିଲେ। ଭୁବନେଶ୍ବର ଆସିବା ବେଳେ ବାଟରୁ ନିଖୋଜ ହୋଇଥିଲେ । ଘଟଣାସ୍ଥଳରେ ବଅଁରପାଳ ପୋଲିସ ତଦନ୍ତ କରୁଥିବା ବେଳେ ଅଧିକ ତଦନ୍ତ ପାଇଁ ଘଟଣାସ୍ଥଳରେ ପହଞ୍ଚିଲା ଅନୁଗୁଳର ଡଗସ୍କ୍ବାଡ୍ ଟିମ୍ । ଗତ ୨୬ ତାରିଖରେ ଯୁବତୀ ଜଣଙ୍କ ଭୁବନେଶ୍ୱର ଯିବା ପାଇଁ ତାଳଚେର ଷ୍ଟେସନ ଆସିଥିଲେ ।
Article Image
ଟ୍ରେନ ବାତିଲ ହେବାରୁ ଏକ ଅଟୋରେ ତାଳଚେର ରୋଡ଼ ଷ୍ଟେସନକୁ ଆସିଥିଲେ । ଏହା ପରେ ତାଙ୍କ ମୋବାଇଲ ସ୍ୱିଚ୍ ଅଫ ହୋଇଯାଇଥିଲା । ଝିଅ ସହ ଯୋଗାଯୋଗ ନହୋଇ ପାରିବାରୁ ତାଳଚେର ରେଳବାଇ ଫାଣ୍ଡିରେ ନିଖୋଜ ହେବା ନେଇ ଏକ ଲିଖିତ ଅଭିଯୋଗ କରିଥିଲେ । ରେଳବାଇ ପୋଲିସ ଅଟୋକୁ ଜବତ କରିଥିବା ବେଳେ ଅଟୋ ଡ୍ରାଇଭର ଫେରାର ଥିବା ଜଣାପଡ଼ିଛି ।