Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ପାରାଦ୍ୱୀପ , 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ପ୍ରସ୍ତୁତ ଟ୍ରଷ୍ଟ ପକ୍ଷରୁ ମହାନ୍ ପ୍ରୟାସ, ବନ୍ଦର ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଜଳ ସେବା କେନ୍ଦ୍ର ଉଦଘାଟିତପାରାଦ୍ଵୀପ ଏକ ଅର୍ନ୍ତଜାତୀୟ କ୍ଷତି ସମ୍ପୂର୍ଣ ବୃହତ୍ ବନ୍ଦର। ବଡପଡ଼ିଆ ମାର୍କେଟ ବନ୍ଦର ନଗରୀ ପାରାଦ୍ଵୀପ ର ମୁଖ୍ୟ ବାଣିଜ୍ୟ କେନ୍ଦ୍ର। ପାରାଦ୍ଵୀପ ବନ୍ଦର ଚିକିତ୍ସାଳୟ ,ପୋଲିସ୍ ଷ୍ଟେସନ ଠୁ ଆରମ୍ଭ କରି ସ୍କୁଲ କଲେଜ ବ୍ୟାଙ୍କ୍ କୁ ପ୍ରତିଦିନ ଆସିଥାନ୍ତି ବହୁ ସଂଖ୍ୟାରେ ଲୋକ । ପ୍ରବଳ ଗ୍ରୀଷ୍ମ ପ୍ରବାହ ଯୋଗୁ ଦିନ କୁ ଦିନ ଗରମ ତାତି ବଢିବାର ଲାଗିଛି । ଲୋକା ମାନଙ୍କର ଶୋଷ ମେଣ୍ଟାଇବା ପାଈଁ ପାରାଦ୍ଵୀପ ର ଅଗ୍ରଣୀ ସ୍ବେଚ୍ଛାସେବୀ ଅନୁଷ୍ଠାନ ପ୍ରସ୍ତୁତ ଟ୍ରଷ୍ଟ ପକ୍ଷର ବଡ ପଡ଼ିଆ ମାର୍କେଟ ବନ୍ଦର ମୁଖ୍ୟ ଚିକିତ୍ସାଳୟ ସାମ୍ନାରେ ଜଳ ସେବା କେନ୍ଦ୍ର ଶନିବାର ପୂର୍ବାହ୍ନରେ ଉଦଘାଟିତ ହେଇଯାଇଛି। ପାରାଦ୍ଵୀପ ନୋଟରି ପବ୍ଲିକ ସଞ୍ଜୟ ମିଶ୍ର ଓ ଆଇନିଯିବୀ ଦେବବ୍ରତ ସାହୁ ଏହି ଜଳ ସେବା କେନ୍ଦ୍ର କୁ ଉଦଘାଟନ କରିଥିଲେ। ପ୍ରସ୍ତୁତ ଟ୍ରଷ୍ଟର ମୁଖ୍ୟ ଉପଦେଷ୍ଟା ଭଗବାନ୍ ସ୍ୱାଇଁ, ବିଜୟ ବେହେରା, ପ୍ରସନ୍ନ ପରିଡା ପ୍ରଭାତ କୁମାର ଜେନା ଟ୍ରଷ୍ଟ ସଭାପତି ମିଳନ ସାହାଣୀ ଓ ଶାଗର ବିଶ୍ଵାଳ, ସଞ୍ଜୟ କୁମାର ସ୍ୱାଇଁ, ତାପସ ଲେଙ୍କା ଜିବନ ସାମନ୍ତରାୟ ଙ୍କ ସହିତ ଟ୍ରଷ୍ଟ ର ଅନ୍ୟ ସଦର୍ଶ୍ୟ ମାନଙ୍କୁ ଏଭଳି ଜନମଙ୍ଗଲ ଉଦ୍ୟମକୁ ସାଧାରଣ ରେ ପ୍ରଶଂସନୀୟ।