Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
କୁଜଙ୍ଗ , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଆଇ.ଏଚ ଆର ଡି ପ୍ରଶିକ୍ଷଣ ଶିବିରରେ ସଂମାନିତ ହେଲେ ତପନ କୁମାର ସାମଲ, କୁଜଙ୍ଗ ୫/୦୫ ଭୁବନେଶ୍ୱର ର ବୁଲନ ଭାଇ ସେବା ଭବନ ଠାରେ ଆଜି ଭାରତୀୟ ମାନବଧିକାର ରକ୍ଷକ ତରଫରୁ ପ୍ରଶିକ୍ଷଣ ଶିବିର ଓ ପ୍ରମାଣ ପତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଅଛି. ଏହି କାର୍ଯ୍ୟକ୍ରମ ରେ ଆଇ.ଏଚ ଆର ଡ଼ି କୁଜଙ୍ଗ ବ୍ଲକ ର ସଂଯୋଜକ ତଥା ଗୋପିଆ କୁଦ ପଞ୍ଚାୟତ କାଳିଆପାଟ ଗ୍ରାମର ଜଣା ଶୁଣା ପ୍ରତିଭା ଶ୍ରୀଯୁକ୍ତ ତପନ କୁମାର ସାମଲ ଙ୍କୁ ମଞ୍ଚରେ ପ୍ରଶିକ୍ଷଣ ପ୍ରମାଣ ପତ୍ର ଦେଇ ସଂମାନୀତି କରାଯାଇଛି. ଆଗାମୀ ଦିନରେ କୁଜଙ୍ଗ ବ୍ଲକ ଅଧୀନରେ ଥିବା ପଞ୍ଚାୟତ ସ୍ତରରେ ଦୃଢତା ଓ ନିଷ୍ଟାର ସହ କାର୍ଯ୍ୟ କରିବ ବୋଲି ସେ ତାଙ୍କ ବକ୍ତ୍ୟବରେ କହିଥିଲେ. ସେ ଦୀର୍ଘ ଦୁଇ ବର୍ଷ ହେବ ସମାଜସେବା କରିଆସୁଅଛି. ସେ ତାଙ୍କ ବକ୍ତ୍ୟ ବରେ କହିଥିଲେ କର୍ମମୟ ଜୀବନ ଭିତରେ ଅବସର ସମୟକୁ ନଷ୍ଟ ନ କରି ପଞ୍ଚାୟତ ସ୍ତରରେ ବସବାସ କରୁଥିବା ଅସହାୟ /ଗରିବ ଓ ଭିର୍ନକ୍ଷମ ଲୋକ ମାନଙ୍କ ପାଇଁ ନିଷ୍ଟାର ସହିତ କାର୍ଯ୍ୟ କରିବେ.ଏହି କାର୍ଯ୍ୟକ୍ରମ ରେ ମୁଖ୍ୟ ଅତିଥି ଅବସରପ୍ରାପ୍ତ ଜଜ ଶ୍ରୀଯୁକ୍ତ ଉମା ଚରଣ ମିଶ୍ର, ଆଇ.ଏଚ ଆର ଡ଼ି ର ଅଧକ୍ଷ ଆର. ସୁଯ୍ୟକାନ୍ତ, ସଭାପତି ଏମ,ଡ଼ି ମଜହର ଅସରତ ପ୍ରମୁଖ ଯୋଗଦେଇଥିଲେ, ସର୍ବ ପ୍ରଥମେ ଜଗନ୍ନାଥ ପ୍ରତିମୂର୍ତ୍ତି ରେ ପୁଷ୍ପ ଗୋଛ ଓ ପ୍ରଦୀପ ପ୍ରଜ୍ୱଳନ କରାଯାଇଥିଲା, ପରେ କାଶ୍ମୀରି ର ପହେଲେ ଗ୍ରାମରେ ଆତଙ୍କବାଦୀ ଦ୍ୱାରା ନିହତ ହୋଇଥିବା ପର୍ଯ୍ୟଟକ ମାନଙ୍କ ଆତ୍ମାର ଶାନ୍ତି ପାଇଁ ସଭାରେ ନିରବ ପ୍ରାଥନା କରାଯାଇ ପରିଶେଷରେ ଜାତୀୟ ଗାନ କରାଯାଇଥିଲା,
