Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ସରକାରଙ୍କ ଡେଡଲାଇନ ପରେ ହୋଇପାରିବ ନାହିଁ ନୁଆ ପୌର, ରାଜସ୍ୱ ଗ୍ରାମ ଓ ପଞ୍ଚାୟତ ଜିଲ୍ଲା ଗଠନ । ଜନଗଣନା ସାରିବା ଯାଏଁ ଏ ପ୍ରକ୍ରିୟାରେ ଲାଗିବ ରୋକ : ସୁରେଶ ପୂଜାରୀ, ରାଜସ୍ୱ ମନ୍ତ୍ରୀ
ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ )ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ବଡ଼ ଘୋଷଣା । ରାଜ୍ୟରେ ଆସନ୍ତା ଜୁଲାଇ ମାସରୁ ଆରମ୍ଭ ହେବ ଜନଗଣନା । ଏଥିପାଇଁ ସମସ୍ତ ପ୍ରସ୍ତୁତି କରିବାକୁ ନିର୍ଦ୍ଦେଶ ମଧ୍ୟ ଦିଆଯାଇଛିଏଥିପାଇଁ ୧୦୦୦ ଆବେଦନରୁ ୩୦୦ଟି ରାଜସ୍ୱ ଗାଁ ହୋଇ ସାରିଲେଣି । ମୋଡାଲିଟି ଅନୁସାରେ ଯେଉଁ ପଡ଼ା ଓ ଗାଁରେ ୨୫୦ ଲୋକ ଥିବେ ଓ ତାହା ମୂଳ ଗାଁରୁ ୫୦୦ ମିଟର ଦୂରରେ ଥିବ, ତାକୁ ହିଁ ରାଜସ୍ୱ ଗାଁ ମାନ୍ୟତା ମିଳିବ । ନଗର ଉନ୍ନୟନ ବିଭାଗ ପାଖରେ ଅନେକ NAC ଓ ମ୍ୟୁନିସିପାଲିଟି ପାଇଁ ବି ପ୍ରସ୍ତାବ ରହିଛି । ହେଲେ ଥରେ ଜନଗଣନା ଆରମ୍ଭ ହୋଇଗଲେ, ଏ ସବୁ ପ୍ରସ୍ତାବ କାର୍ଯ୍ୟକାରୀ ହୋଇ ପାରିବ ନାହିଁ କହିଛନ୍ତି ସୁରେଶ ପୂଜାରୀ । ତେଣୁ ଜୁନ୍ ୩୦ ସୁଦ୍ଧା ସୀମା ପୁନଃନିର୍ଦ୍ଧାରଣ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପଦ୍ମପୁରକୁ ଜିଲ୍ଲା ଘୋଷଣା କରିବା ନେଇ ଆମ ସକରାତ୍ମକ ରହିବା ଦରକାର ବୋଲି କହିଛନ୍ତି