Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର, 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ସାଆନ୍ତେ ଆସିବେ ବୋଲି ରଥ ଖଳାରେ ରଥ ନିର୍ମାଣ କାର୍ଯ୍ୟ ଆଗେଇ ଚାଲିଛି
ଭୁବନେଶ୍ୱର:(ସମୀର ରଞ୍ଜନ ନାୟକ )ଆଉ ମାସ କେଇଟା ପରେ ବିଶ୍ୱପ୍ରସିଧ ରଥଯାତ୍ରା ଅନୁଷ୍ଠିତ ହେବ ତେବେ ରଥଯାତ୍ରା କୁ ନେଇ ଜିଲ୍ଲାପ୍ରଶାସନସ୍ଥରରେ ପ୍ରସ୍ତୁତି ଆରମ୍ଭ ହୋଇଛି l କାଳିଆ ସାନ୍ତ ଭାଇଭଉଣୀ ସାଙ୍ଗରେ ଧରୀ ବଡ଼ଦାଣ୍ଡରେ ରଥ ଚଢ଼ୀ ଗୁଣ୍ଡିଚା ମନ୍ଦିର କୁଯିବେ l ବଡ଼ଦାଣ୍ଡରେ ଲକ୍ଷ ଲକ୍ଷ ଭକ୍ତ ଦର୍ଶନ କରିବ ଦିଅଙ୍କୁ l ଵର୍ତମାନ ରଥଖଳାରେ ରଥ ନିର୍ମାଣ କାର୍ଯ୍ୟ ଆରମ୍ଭ ହୋଇଛି l ରଥ ନିର୍ମାଣର ଚତୁର୍ଥ ଦିବସ ସୁଦ୍ଧା ରଥ ସେବକମାନେ ତିନି ରଥର ମୋଟ ୨୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଗତକାଲି ତିନି ରଥଚାଳିକୁ କରତୀ ସେବକ ଯୋଗାଇଥିବା ମୋଟ ୪୦ ଗୋଟି ତୁମ୍ବ ଗଡ଼ରୁ ତିନି ରଥର ମହାରଣା ସେବକମାନେ ୬ଟି ଲେଖାଏଁ ମୋଟ ୧୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଥିଲେ। ଆଜି ନିର୍ମାଣ କାର୍ଯ୍ୟ ଶେଷ ସୁଦ୍ଧା ତାଳଧ୍ୱଜ ରଥ ଏବଂ ନନ୍ଦିଘୋଷ ରଥର ମହାରଣାମାନେ ୧୦ଟି ଲେଖାଏଁ ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ଦେବୀ ରଥର ମହାରଣା ସେବକମାନେ ୮ଟି ତୁମ୍ବର ଗୋଲେଇ କାର୍ଯ୍ୟ ଶେଷ କରିଛନ୍ତି। ତିନି ରଥର ୪୨ଟି ଚକ ପାଇଁ ୪୨ଟି ତୁମ୍ବର ଆବଶ୍ୟକତା ଥିବା ବେଳେ କରତୀ ସେବକମାନେ ଆଜି ସୁଦ୍ଧା ୪୧ଟି ତୁମ୍ବ ଗଡ଼ କରି ଯୋଗାଇଛନ୍ତି।