Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com
ଭୁବନେଶ୍ୱର , 05/05/2025, ବିକ୍ରମ ଓଡ଼ିଶା ନିୟୁଜ: ଦୀଘା ଜଗନ୍ନାଥ ମନ୍ଦିର ବିବାଦ, ଆଇନମନ୍ତ୍ରୀଙ୍କ ପ୍ରକୋଷ୍ଠରେ ଗୁରୁତ୍ୱପୂର୍ଣ୍ଣ ବୈଠକଶେଷ lବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ : ଆଇନ ମନ୍ତ୍ରୀ ।
ଭୁବନେଶ୍ୱର : (ସମୀର ରଞ୍ଜନ ନାୟକ )ଦୀଘା ଜଗନ୍ନାଥ ମନ୍ଦିର ବିବାଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ବୈଠକ । ଆଇନମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନଙ୍କ ପ୍ରକୋଷ୍ଟରେ ବସିଛି ଏହି ଗୁରୁତ୍ୱପୂର୍ଣ୍ଣ ବୈଠକ । ତେବେ ଚାଲିଥିଲା ବୈଠକରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ଓ ଅନ୍ୟ ଅଧିକାରୀ ଉପସ୍ଥିତ ଥିଲେବଳକା ଦାରୁରେ ମୂର୍ତ୍ତି ନିର୍ମାଣ ମିଛ ବୋଲି କହିଲେ ଆଇନ ମନ୍ତ୍ରୀ । ଦୀଘା ଜଗନ୍ନାଥ ମନ୍ଦିର ମୂର୍ତ୍ତି ନିର୍ମାଣ ନେଇ ଦ୍ବନ୍ଦ୍ବ ଦୂର କଲେ । ମହାରଣା ସେବକଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହୋଇଛି କହିଲେ । ମାତ୍ର ଅଢ଼େଇ ଫୁଟ ଉଚ୍ଚ ଦାରୁରେ ମୂର୍ତ୍ତି ନିର୍ମାଣ ଅସମ୍ଭବ' । ରାମକୃଷ୍ଣ ଦାସମହାପାତ୍ର ଏହା କହୁ କହୁ କହି ଦେଇଥିବା ଜଣାଇଛନ୍ତି' । ଭୁବନେଶ୍ବରର ସୁଦର୍ଶନ ମହରଣା ନିମ୍ବ କାଠରେ ମୂର୍ତ୍ତି ତିଆରି କରିଛନ୍ତି' । ଏହି ମୂର୍ତ୍ତି ନେଇ ରାମକୃଷ୍ଣ ଦାସମହାପାତ୍ର ଦୀଘାରେ ଦେଇଛନ୍ତି ।