ବିକ୍ରମ ଓଡ଼ିଶା ନିୟୁଜ
Ads Left
Ads Right
Regd. No: OD-12-0027005
ଜନତା ର ସ୍ବର , ଆମର କର୍ତ୍ତବ୍ୟ
bikramodishanews.com

ସାରଳା ଘଟ ନୃତ୍ୟ ପ୍ରାର୍ଥନା ଚ୍ୟାନେଲ ରେ ଉଚ୍ଚପ୍ରଶଂସିତ ହେଲା 4

ଝଙ୍କଡ଼, 27/04/2025, ବିକ୍ରମ ଓଡ଼ିଶା ନିୟୁଜ: ସାରଳା ଘଟ ନୃତ୍ୟ ପ୍ରାର୍ଥନା ଚ୍ୟାନେଲ ରେ ଉଚ୍ଚପ୍ରଶଂସିତ ହେଲା ଝଙ୍କଡ଼ ତା ୨୮/୪/୨୦୨୫ ଓଡ଼ିଶାର ସର୍ଵପ୍ରାଚୀନ ତନ୍ତ୍ରଭିତ୍ତିକ ଆଧ୍ୟାତ୍ମିକ ଲୋକନୃତ୍ୟ ସାରଳା ଘଟ ନୃତ୍ୟ ସମ୍ପ୍ରତି ପ୍ରାର୍ଥନା ଚ୍ୟାନେଲ ପକ୍ଷରୁ ପ୍ରସାରିତ ହେବା ପରେ, ରାଜ୍ୟର କୋଣ ଅନୁକୋଣ ରୁ କଳାପ୍ରେମୀ ଦର୍ଶକମାନଙ୍କ ତରଫରୁ ଏହି ଅନୁଷ୍ଠାନର ନିର୍ଦ୍ଦେଶକ, ପ୍ରଯୋଜକ ଓ କଳାକାର ମାନଙ୍କ ପାଖକୁ ଶୁଭେଚ୍ଛା ଓ ପ୍ରଶଂସା ର ସୁଅ ଛୁଟିଛି। ତେବେ ଏହି କାର୍ଯ୍ୟକ୍ରମର ସୁଟିଙ୍ଗ ସେଟ ରେ ଚ୍ୟାନେଲ ମୁଖ୍ୟ ପତିତ ପାବନ ସ୍ୱାଇଁ , ନିର୍ଦ୍ଦେଶକ ଅଭୟ ଗଡନାୟକ , ସହକାରୀ ନିର୍ଦେଶକ ଦିବ୍ୟପ୍ରକାଶ ଜତି ଙ୍କ ସମେତ ବିଚାରକ ମଣ୍ଡଳୀର ଆଧ୍ୟାତ୍ମିକ ପ୍ରବକ୍ତା ଶରଣl ରବିନ୍ଦ ଓଝା , ପ୍ରଖ୍ୟାତ କଣ୍ଠଶିଳ୍ପୀ ଗୀତା ଦାସ ଓ ଶାସ୍ତ୍ରୀୟ ଓଡିଶୀ ନୃତ୍ୟ ବିଶାରଦ ଶାଶ୍ଵତ ଯୋଶୀ ମଧ୍ୟ ଏହି ସାରଳା ଘଟନୃତ୍ୟ ରେ ଅଂଶ ଗ୍ରହଣ କରିଥିବା ସମସ୍ତ କଳାକାର ମାନଙ୍କୁ ବଧେଇ ଜଣାଇବା ସହିତ, କଳାକାର ମାନଙ୍କର ଉଜ୍ଜଳ ଭବିଷ୍ୟତ ଓ ଦୀର୍ଘ ଜୀବନ କାମନା କରିଥିଲେ । ତେବେ ଏହି ପ୍ରାଚୀନ ଲୋକନୃତ୍ୟ କୁ ବଞ୍ଚାଇ ରଖିବା ପାଇଁ ରାଜ୍ୟ ସରକାରଙ୍କ ଓଡ଼ିଆ ଭାଷା ସାହିତ୍ୟ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ପ୍ରଶିକ୍ଷଣ ଓ ପ୍ରୋତ୍ସାହନ ର ଆବଶ୍ୟକତା ରହିଛି ବୋଲି, ଅନୁଷ୍ଠାନର ନିର୍ଦ୍ଦେଶକ ଓ ଉପସ୍ଥାପକ ରମାକାନ୍ତ ରାଉଳ ନିବେଦନ କରିଅଛନ୍ତି।
Article Image
ରିପୋର୍ଟ ଶ୍ରୀବତ୍ସ ପାଢ଼ୀ